ETV Bharat / state

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଶୂନ ମୃତାହତ ସଂଖ୍ୟା ସପ୍ତାହ - ଶୂନ ମୃତାହତ ସଂଖ୍ୟା ସପ୍ତାହ

ରାଜ୍ୟରେ ଶୂନ ହେବ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଏନେଇ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଶୂନ ମୃତାହତ ସଂଖ୍ୟା ସପ୍ତାହ । ଅଧିକ ପଢନ୍ତୁ

Zero Fatality Week
Zero Fatality Week
author img

By

Published : Apr 1, 2023, 9:53 AM IST

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିବା ଉଦ୍ଦେଶ୍ୟରେ ଆଜି ଠାରୁ ଆରମ୍ଭ ହେବ ଶୂନ ମୃତାହତ ସଂଖ୍ୟା ସପ୍ତାହ । ଯାହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପାଳନ କରାଯିବ । ରାଜ୍ୟ ସରକାରଙ୍କ ତରଫରୁ ଏହି ସପ୍ତାହ ପାଳନ ପରିପ୍ରେକ୍ଷୀରେ ନିଆଯାଇଛି ବିଭିନ୍ନ ପଦକ୍ଷେପ । ଏ ସଂପର୍କରେ ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।

ସପ୍ତାହ ପାଳନ ସଂପର୍କରେ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ତରଫରୁ ଏକ ଏସଓପି ପ୍ରସ୍ତୁତ ହୋଇଛି । ଏହି ଏସଓପି ସବୁ ଜିଲ୍ଲାର ଜିଲ୍ଲାପାଳ,ଏସପି, ଡିସିପିଙ୍କ ନିକଟକୁ ଚିଠି ପଠାଯାଇଛି । ୨୦୨୨ ବର୍ଷରେ ଓଡ଼ିଶାରେ ୧୧,୬୬୩ ଟି ସଡ଼କ ଦୁର୍ଘଟଣାରେ ୫,୪୬୭ ଜଣ ମୃତ୍ୟୁବରଣ କରିଛନ୍ତି । ୨୦୨୧ ବର୍ଷ ତୁଳନାରେ ଏ ବର୍ଷ ମୃତ୍ୟୁହାର ସଂଖ୍ୟାରେ ୭.୬୦ ପ୍ରତିଶତ ବୃଦ୍ଧି ହୋଇଛି । ଦୁର୍ଘଟଣା ବେଳେ ଠିକ ସମୟରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁର୍ଘଟଣାଗ୍ରସ୍ତଙ୍କୁ ପହଞ୍ଚାଯାଇ ପାରିଥିଲେ ଏଥିରୁ ଅନେକଙ୍କ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରିଥାନ୍ତା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ବ୍ୟବହାରିକ ପରିବର୍ତ୍ତନ ଆମକୁ ଶୂନ ମୃତାହତ ଆଣି ଦେଇପାରିବ । ଏ ଦିଗ​‌ରେ ପିତାମାତାମାନେ ସେମାନଙ୍କର ପିଲାମାନଙ୍କୁ ଦାୟିତ୍ୱପୂର୍ଣ୍ଣ ଭାବରେ ଗାଡି ଚଳାଇବା ପାଇଁ ଶପଥ କରାଇବାର ଆବଶ୍ୟକତା ରହିଛି । ଜିଲ୍ଳା, ବ୍ଲକ ଓ ଗ୍ରାମ ପଞ୍ଚାୟତସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ସାମାଜିକ ଗଣମାଧ୍ୟମରେ ଏ ସଂପର୍କରେ ବହୁଳ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି । ନିଶାଯୁକ୍ତ ଗାଡି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଏ ଦିଗରେ ସଚେତନତା ନେଇ ବ୍ୟାପକ ପ୍ରଚାର ପ୍ରସାର ଅଧିକ ସଫଳତା ଆଣି ଦେବ ।''

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ''ସଡ଼କ ଦୁର୍ଘଟଣାକୁ ରୋକିବା ରାଜ୍ୟ ପାଇଁ ବଡ ଆହ୍ୱାନ ରହିଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସଡ଼କ ସୁରକ୍ଷା ରାଜ୍ୟ ସରକାର ପ୍ରମୁଖ ପ୍ରାଥମିକତା ରହିଛି । ଦୁର୍ଘଟଣା କମାଇବା ପାଇଁ ବିଭାଗ ତରଫରୁ ଅନେକ ଗୁଡିଏ ପଦ​‌କ୍ଷେପ ନିଆଯାଇଛି । ଶିକ୍ଷା, ସଡ଼କ ନିର୍ମାଣ ବେଳେ ଯାନ୍ତ୍ରିକ ଯୋଜନାର ସଠିକ ଉପଯୋଗ, କଡାକଡି ଚଢ଼ାଉ ଓ ଦୁର୍ଘଟଣା ସମୟରେ ପୀଡିତଙ୍କୁ ସହାୟତା ମୃତାହତ ସଂଖ୍ୟାକୁ ଶୂନକୁ ଆଣିପାରିବ । ସେହିପରି ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ମୃତାହତ ସଂଖ୍ୟା ଶୂନ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।''

ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଆବଶ୍ୟକ ସମୟରେ ରକ୍ତ ଯୋଗାଇ ଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଯୋଗାଯୋଗରେ ରହୁଥିବା ସଂପୃକ୍ତ ଗ୍ରୁପକୁ ସଜାଗ ରହିବାକୁ କୁହାଯାଇଛି । ଟ୍ରାମା କେୟାର ସେଣ୍ଟକୁ ୨୪ ଘଣ୍ଟା ପ୍ରସ୍ତୁତି ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଦୁର୍ଘଟଣା ଘଟୁଥିବା ଅଞ୍ଚଳ ଓ ଜାତୀୟ ରାଜପଥରେ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା କରିବାକୁ କୁହାଯାଇଛି । ପୂର୍ତ୍ତ ବିଭାଗ, ସଡ଼କ କର୍ତ୍ତୃପକ୍ଷଙ୍କୁ ଯଥେଷ୍ଟ ସଂଖ୍ୟକ ସାଇନେଜ୍ ଲଗାଇବା, ଆବଶ୍ୟକ ସ୍ଥାନରେ ଖାଲଖମା ମରାମତି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମୀଣ ଓ ସହରାଞ୍ଚଳକୁ ଯୋଗାଯୋଗ କରୁଥିବା ରାସ୍ତାରେ ଟ୍ରାଫିକରୁ ୫୦୦ ମିଟର ପୂର୍ବରୁ ଯାତାୟତ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂକେତ ରଖିବାକୁ କୁହାଯାଇଛି ।

ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ରାସ୍ତାରେ ଗାଇଗୋରୁ ଚଳାଚଳକୁ ନିଷେଧ କରିବା, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଗାଡିଗୁଡିକର ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ସଡ଼କ ପରିବହନ ଅଧିକାରୀ, ପୋଲିସ କର୍ମଚାରୀଙ୍କ ସହ ସପ୍ତାହ ବ୍ୟାପି ଚଢ଼ାଉକୁ କଡାକଡି କରିବେ । ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ସଡକ ପରିବହନ ବିଭାଗ, ବ୍ୟବସାୟିକ ସଂଘ ଓ ଟ୍ରକ ମାଲିକ ସଂଘ, ରିକ୍ସା ମାଲିକ ସଂଘମାନଙ୍କୁ ଡ୍ରାଇଭରମାନଙ୍କୁ ଠିକ ଭାବେ ଗାଡି ଚଳାଇବା କାର୍ଯ୍ୟ ସହ ରାଜରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ସେମାନଙ୍କୁ ସହାୟତା କରିବାକୁ ସଚେତନ କରାଯାଇଛି । ଏହି ଶୂନ ମୃତାହତ ମିଶନରେ ସ୍ୱେଚ୍ଛାସେବୀ ଓ ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଗ୍ରୁପ ରକ୍ଷକ ମାନଙ୍କୁ ଏହି ମିଶନକୁ ସଫଳ କରିବାକୁ ଅନୁରୋଧ କରାଯାଇଛି ।

ଜନସାଧାରଣଙ୍କ ଯୋଗାଯୋଗ ଓ ସଂପୃକ୍ତ ସହଯୋଗୀ ଅନୁଷ୍ଠାନମାନଙ୍କର ଭାଗିଦାରିତାରେ ମୃତାହତ ସଂଖ୍ୟାକୁ ବହୁ ସଂଖ୍ୟାରେ କମାଯାଇ ପାରିବ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ପରିବହନ କମିଶନର ଅରୁଣ ବୋର୍ଥ୍ରା, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବରି​‌ଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.