ETV Bharat / state

ରିଲ୍ସ କରିବାକୁ ଆସି ପାଣିରେ ବୁଡି ଯୁବକ ମୃତ - ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ରିଲ୍ସ କରିବାକୁ ଆସି ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ । ମୃତକଙ୍କ ସହିତ ଯାଇଥିବା ସମସ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ

ରିଲ୍ସ କରିବାକୁ ଆସି ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Oct 7, 2023, 7:05 AM IST

ରିଲ୍ସ କରିବାକୁ ଆସି ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ଖୋର୍ଦ୍ଧା: ରିଲ୍ସ କରିବାକୁ ଆସି ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ନିକଟସ୍ଥ ବଡସାଉଳି ପାହାଡ଼ର ଖଣିରେ ରିଲ୍ସ କରିବା ପାଇଁ ଶୁକ୍ରବାର 2 ଜଣ ଯୁବତୀଙ୍କ ସହିତ 4 ଜଣ ଯୁବକ ଆସିଥିଲେ । ଏହି ପଥର ଖଣିଟିକୁ ଓଡ଼ିଶାର ଲଦାଖ କହି ଅନେକ ଯୁବପିଢ଼ି ଏଠାରେ ଫଟୋ ଏବଂ ଭିଡିଓ କରିବାକୁ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଯାହ ପାଇଁ ଜିଲ୍ଲା ପ୍ରଶାସନ ଏହି ସ୍ଥାନକୁ ଯିବା ପାଇଁ ବାରଣ କରିଛନ୍ତି । ହେଲେ ଅନେକ ଯୁବକ ଯୁବତୀ ଏହି କଟକଣାକୁ ନମାନି ଏଠାରେ ରିଲ୍ସ ସହ ଫଟୋ ମଧ୍ୟ ଉଠାଉଛନ୍ତି ।

ଶୁକ୍ରବାର 6 ଜଣ ଯୁବକ ଯୁବତୀ ରିଲ୍ସ କରୁଥିବା ବେଳେ ଜଣେ ଯୁବତୀଙ୍କ ଗୋଡ଼ ଖସି ଯାଇଥିବା ସାଥି ଯୁବକମାନେ କହିଛନ୍ତି । ଏହି ସମୟରେ ଯୁବତୀଙ୍କୁ ବଞ୍ଚାଇବା ପାଇଁ କଟକ ସାଲେପୁର ଅଞ୍ଚଳର ଯୁବକ ଆଶୁତୋଷ ବେହେରା ପାଣି ଭିତରକୁ ଡେଇଁ ପଡ଼ିଥିଲେ । ତେବେ ଆଶୁତୋଷ ଯୁବତୀଙ୍କୁ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ନିଜେ କିନ୍ତୁ ଗଭୀର ପାଣିରେ ବୁଡି ଯାଇଥିବା ଯୁବକଙ୍କ ସହ ଆସିଥିବା ସାଙ୍ଗମାନେ କହିଛନ୍ତି । ତେବେ ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଏବଂ ଖୋର୍ଦ୍ଧା ସଦର ଥାନା ପୋଲିସ ପହଞ୍ଚି ଦୀର୍ଘ 3 ଘଣ୍ଟା ଖୋଜାଖୋଜି କରିବା ପରେ ଆଶୁତୋଷଙ୍କ ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତାଙ୍କ ସହିତ ଆସିଥିବା ସମସ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡିଛି ।

ଏହା ମଧ୍ଯ ପଢନ୍ତୁ...ଚୌଦ୍ବାର ଡମଣୀ ଡ୍ୟାମରେ ଯୁବକ ନିଖୋଜ ଘଟଣା, 12 ଘଣ୍ଟା ପରେ ମିଳିଲା ମୃତଦେହ

ତେବେ ନିକଟରେ ଚୌଦ୍ବାର ଡମଣୀ ଡ୍ୟାମରେ ଜଣେ ଯୁବକ ବୁଡି ଯାଇଥିଲେ । ବୁଡି ଯିବାର 12 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ମିଳିଥିଲା ନିଖୋଜ MBA ଛାତ୍ରଙ୍କ ମୃତଦେହ । ଗଭୀର ଜଳରୁ ମୃତଦେହକୁ ଉଦ୍ଧାର କରିଥିଲା ଓଡ୍ରାଫ ଟିମ । ତେବେ 1 ଅକ୍ଟୋବରର ଚୌଦ୍ବାର ନିକଟରେ ଥିବା ପର୍ଯ୍ୟଟନସ୍ଥଳୀ ଡମଡମଣି ପୀଠ ନିକଟରେ ଥିବା ଡ୍ୟାମକୁ କଟକ ସିଡିଏ ଓ ବିଡାନାସୀ ଅଞ୍ଚଳର ୬ଜଣ ସାଙ୍ଗ ବୁଲିବାକୁ ଆସିଥିଲେ । ଭୋଜିଭାତ ସାରି ଡ୍ୟାମରେ ଗାଧୋଉ ଥିବାବେଳେ ଏପରି ଦୁର୍ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ.. ଲଗାଣ ବର୍ଷା ସାଜିଲା କାଳ, ନାଳରେ ଭାସି ଗଲା ଯୁବକଙ୍କ ଜୀବନ

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.