ETV Bharat / state

ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ, ପୋଲିସ ସହ ଧସ୍ତାଧସ୍ତି - ୟୁଥ ଫର ଆକ୍ସନ

ଓଡ଼ିଶା ଯୁବକ ଯୁବତୀଙ୍କର ବେକାରୀ ସମସ୍ୟା ଏବଂ ଦାଦନ ସମସ୍ୟା ବୃଦ୍ଧିକୁ ନେଇ ରାଜ୍ୟ ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ (Youth for action) ସଂଗଠନ । ଘେରାଉ ସମୟରେ ଅଟକାଇବାରୁ ୟୁଥ ଫର ଆକ୍ସନ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ଅଧିକ ପଢ଼ନ୍ତୁ

ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ, ପୋଲିସ ସହ ଧସ୍ତାଧସ୍ତି

author img

By

Published : Nov 17, 2022, 9:07 AM IST

ଭୁବନେଶ୍ବର: ରାଜ୍ୟ ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ (Youth for action) ସଂଗଠନ । ଓଡ଼ିଶା ଯୁବକ ଯୁବତୀଙ୍କର ବେକାରୀ ସମସ୍ୟା ଏବଂ ଦାଦନ ସମସ୍ୟା ବୃଦ୍ଧିକୁ ନେଇ ସଂଗଠନର ଶତାଧିକ ଯୁବକ ମନ୍ତ୍ରୀଙ୍କ ବାସଭବନ ଘେରାଓ କରିଛନ୍ତି । ଘେରାଉ ସମୟରେ ପୋଲିସ ଅଟକାଇବାରୁ ୟୁଥ ଫର ଆକ୍ସନ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।

ଶିଳ୍ପମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ୟୁଥ ଫର ଆକ୍ସନ, ପୋଲିସ ସହ ଧସ୍ତାଧସ୍ତି

ଶିଳ୍ପମନ୍ତ୍ରୀଙ୍କୁ ଭେଟି ନିଯୁକ୍ତିର ଦାବି ବିଷୟରେ ଅବଗତ କରାଇବାକୁ ଯିବା ସମୟରେ ପୋଲିସ ଅଟକାଇବାରୁ ତଳେ ବସି ବିକ୍ଷୋଭ ପଦର୍ଶନ କରିଥିଲେ ୟୁଥ ଫର ଆକ୍ସନ ସଂଗଠନର କର୍ମକର୍ତ୍ତା । ଏହାକୁ ନେଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଯୁବକମାନେ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ତେବେ ଦିନକୁ ଦିନ ଓଡ଼ିଶାରେ ଯୁବକଙ୍କର ବେକାରୀ ସମସ୍ୟା ଏବଂ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଏପରିକି ଓଡ଼ିଶାର ଶିଳ୍ପାନୁଷ୍ଠାନ ଗୁଡିକରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ସେହଭଳି ରାଜ୍ୟରେ ବ୍ୟବସାୟ କରୁଥୁବା ଶିଳ୍ପାନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା MOUକୁ କୌଣସି କମ୍ପାନୀ ଆଦୌ ପାଳନ କରୁନଥିବା ଅଭିଯୋଗ କରିଛି ୟୁଥ ଫର ଆକ୍ସନ ।

ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଖରେ ଡିଗ୍ରୀ ଥାଇ ମଧ୍ୟ କୌଣସି ଚାକିରିର ସୁଯୋଗ ନାହିଁ । ତେଣୁ ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢୁଛି ଓ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ଯୁବକମାନେ ଅନ୍ୟ ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ସଂଗଠନର ଯୁବକମାନେ କହିଛନ୍ତି । ଅନ୍ୟପଟେ ବିଗତ ଦିନରେ ବିଭିନ୍ନ ସଂଗଠନ ପ୍ରମୁଖ ସମସ୍ୟାକୁ ନେଇ ପ୍ରତିବାଦ କରିବା ସତ୍ତ୍ବେ ଓଡିଶା ସରକାର ଓଡ଼ିଆ ଯୁବକଙ୍କ ଭବିଷ୍ୟତକୁ ନେଇ ଆଦୌ ଚିନ୍ତିତ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଓଡିଶା ସରକାର Make in Odisha ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କେବଳ ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଏହାର କୌଣସି ଲାଭ ଓଡ଼ିଆ ଯୁବକ ପାଇ ପାରୁନଥିବା କହିଛନ୍ତି ସଂଗଠନର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ ।

ସେପଟେ ୟୁଥ ଫର ଆକ୍ସନ ତରଫରୁ ଏହି ଦାବିକୁ ନେଇ ଅନେକ ସମୟରେ ଦାବିପତ୍ର ପ୍ରଦାନ କରାଯିବା ସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏହି ଦାବିକୁ ନେଇ ଆଦୌ ଚିନ୍ତା କରୁନଥିବା ଅଭିଯୋଗ ହୋଇଛି । ଏହା ଯୁବକଙ୍କ ଭବିଷ୍ୟତ ପାଇଁ ଏକ କଳାବଦଲ ସଦୃଶ ବୋଲି ଯୁବକମାନେ କହିଛନ୍ତି । ନିଯୁକ୍ତିକୁ ନେଇ ସରକାର ଯେ ପର୍ଯ୍ୟନ୍ତ ତତ୍ପରତା ଦେଖାଇ ନାହାନ୍ତି ସେତେଦିନ ଆମେ ବେକାର ହୋଇ ବୁଲିବୁ ବୋଲି କହିଛନ୍ତି ସଂଗଠନର ରାଜ୍ୟ ସହ ସଂଯୋଜକ । ତେବେ ଏହି ପ୍ରତିବାଦ ପରେ ବି ଯଦି ସରକାର ଏହା ଉପରେ ଗୁରୁତ୍ଵ ନଦିଅନ୍ତି, ତାହେଲେ ଆଗାମୀ ଦିନରେ ୟୁଥ ଫର ଆକ୍ସନ ସାରା ଓଡ଼ିଶାରେ ଏହାକୁ ନେଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.