ETV Bharat / state

ରାଜଧାନୀରେ ତାଲିବାନୀ ନିର୍ଯାତନା, ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ - ରାଜଧାନୀର ଛାତି ଉପରେ ତାଲିବାନୀ ଶାସନ ପରି ଦୃଶ୍ୟ

ଭୁବନେଶ୍ୱରରେ ତାଲିବାନୀ ଶାସନ ପରି ଦୃଶ୍ୟ । ଆଇନକୁ ହାତକୁ ନେଇ ଯୁବକକୁ ଉଲଗ୍ନ କରି ମାଡ । ଅଧିକ ପଢନ୍ତୁ

18840901
18840901
author img

By

Published : Jun 25, 2023, 1:44 PM IST

Updated : Jun 25, 2023, 4:32 PM IST

ପୋଲିସର ପ୍ରତିକ୍ରିୟା
young man beaten video viral

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ତାଲିବାନୀ ନିର୍ଯାତନା । ରାସ୍ତା ଉପରେ ଅଣ ଓଡିଆ ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ । ମୋବାଇଲ ଚୋରି କରୁଥିବା ଅଭିଯୋଗରେ ଖୁଣ୍ଟରେ ବାନ୍ଧି ନିର୍ଘାତ ପିଟିଲେ ଲୋକେ । ଭୁବନେଶ୍ୱରର ମଞ୍ଚେଶ୍ବର ଥାନା ପଳାଶୁଣି ହାଟରେ ଘଟିଛି ଏପରି ଘଟଣା । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ମଞ୍ଚେଶ୍ବର ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଏପରି ଅମାନୁଷିକ କାଣ୍ଡ ଘଟିଥିବା ବେଳେ ବିଳମ୍ବରେ ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ କହିଛି ।

ଶନିବାର‌ ସନ୍ଧ୍ୟା ପ୍ରାୟ 7ଟା ସମୟର ଘଟଣା । ପଳାଶୁଣି ହାଟରେ‌ ଭିଡର ସୁଯୋଗ ନେଇ ଜଣେ ଅଣ ଓଡିଆ ଯୁବକ ଜଣେ ବ୍ୟକ୍ତିଙ୍କ ପକେଟରୁ ହାତ ପୁରାଇ ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିଲେ । ଏନେଇ ସେହି ବ୍ୟକ୍ତି ଜାଣିବା ପରେ ପକେଟମାର ଉଦ୍ୟମ କରୁଥିବା ଯୁବକକୁ କାବୁ କରିଥିଲେ । ତାପରେ ଆରମ୍ଭ ହୋଇଯାଇଥିଲା ନିର୍ଘାତ ମାଡ଼ । କାନ କୋଟୁଳିଠୁ ଆରମ୍ଭ କରି ଗାଲକୁ ଚାପୁଡ଼ା , ପିଠିକୁ ବିଧା ଓ ଗୋଡ଼କୁ ଗୋଇଠା ମାରିଥିଲେ ସ୍ଥାନୀୟ କିଛି ଯୁବକ। ଯୁବକ ଜଣଙ୍କ ଚିତ୍କାର କରୁଥିଲେ ମଧ୍ୟ କାହାକୁ ଯେମିତି କିଛି ଫରକ ପଡୁନଥିଲା । ଏହାପରେ ସୀମା ଟପିଥିଲା ଅତ୍ୟାଚାର । ଯୁବକଙ୍କୁ ଉଲଗ୍ନ କରି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ପରେ ଏକ ଚପଲରେ ମନ ଇଚ୍ଛା ଯୁବକଙ୍କୁ ମାଡ ମାରିବା ସହ ଗୁପ୍ତାଙ୍ଗକୁ ମଧ୍ୟ ମାଡ଼ ମାରିଥିଲେ । ଯୁବକଙ୍କ ପ୍ରତି ଯେମିତି ନିର୍ଦୟ ପାଲଟି ଯାଇଥିଲେ ଯୁବକମାନେ । ଏହି ସମୟରେ କେହି ଜଣେ ଭିଡିଓ ମଧ୍ୟ ଉତ୍ତୋଳନ କରୁଥିଲେ ।

ଏହା ବି ପଢନ୍ତୁ- ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର, ରାଜ୍ୟ ବାହାରକୁ ଯିବ STF ଟିମ୍

ଏନେଇ ଖବର ପାଇବା ପରେ ପୋଲିସ ଯୁବକଙ୍କୁ ଉଦ୍ଧାର କରି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ହେଲେ ଯାହା ପକେଟରୁ ମୋବାଇଲ ଚୋରି ଉଦ୍ୟମ ହୋଇଥିଲା ସେ ବ୍ୟକ୍ତି କୌଣସି ଅଭିଯୋଗ କରିନାହାନ୍ତି । ତେବେ ପୋଲିସ ଥାଉ ଥାଉ ଆଇନକୁ ହାତକୁ ନେବା କେତେ ଦୂର‌ ଯଥାର୍ଥ ଓ ଯଦି ଏପରି ଆକ୍ରମଣରେ ଯୁବକଙ୍କ ଜୀବନ ଚାଲିଯାଇଥିବା ତେବେ କିଏ ଦାୟୀ ରହିଥାନ୍ତା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏପଟେ ପୋଲିସ ନିଜ ଆଡୁ କରିଛି ମାମଲା । ଏନେଇ ଆଇନକୁ ହାତକୁ ନେଇଥିବା ଲୋକଙ୍କ ତଥ୍ୟ ଖୋଜୁଛି ପୋଲିସ । ଏହି ଭାଇରାଲ ଭିଡିଓ ଓ ସିସିଟିଭି ଫୁଟେଜ ନେଇ ମାଡ ମାରିଥିବା ଲୋକଙ୍କ ବିରୋଧରେ ତଦନ୍ତ କରୁଛି ପୋଲିସ । ଏନେଇ ସୂଚନା ଦେଇ ଏସିପି ଜୋନ ୫ ସଞ୍ଜୀବ ଶତପଥି କହିଛନ୍ତି, "ଆଇନକୁ ହାତକୁ ନେଲେ କଡା କାର୍ଯାନୁଷ୍ଠାନ ହେବ । ଯୁବକ ଜଣକ ଝାଡ଼ଖଣ୍ଡ ତିନି ପାହାର ଅଞ୍ଚଳର ଶ୍ୟାମ ସୁନ୍ଦର । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 25, 2023, 4:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.