ଖୋର୍ଦ୍ଧା: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁମଣ୍ଡଳ ପଞ୍ଚାୟତର ହରିକୁଣ୍ଡ ବରଡି ଗ୍ରାମରେ । ମୃତକ ଜଣକ ହେଲେ ସେହି ଗ୍ରାମର ରବିନ୍ଦ୍ର ସ୍ବାଇଁ (୨୩) ।
ସୂଚନାମୁତାବକ, ହରିକୁଣ୍ଡ ବଜାରରେ ଥିବା ଦୋକାନ ଘର ନିର୍ମାଣ ଲାଗି ଛାତ ପକାଇବା ପାଇଁ ସେଣ୍ଟ୍ରିଙ୍ଗ ବାନ୍ଧୁଥିବା ବେଳେ ଘଟିଛି ଏହି ଅଘଟଣ । ଘର ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ଓଦା କାଠ ଆସିବା ଫଳରେ ବିଦ୍ୟୁତ୍ ଆଘାତ ଲାଗିଥିଲା ରଵିଙ୍କୁ । ଗୁରୁତର ଅଵସ୍ଥାରେ ରବିଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ