ETV Bharat / state

ଆହୁରି ୨ ଦିନ ଘନ କୁହୁଡି଼, କାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ଘନ କୁହୁଡ଼ି

Fog Alert: ଆହୁରି 2 ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଆସନ୍ତାକାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ଅପଡେଟ୍ ଜାଣନ୍ତୁ

yellow alert over dense fog
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ
author img

By ETV Bharat Odisha Team

Published : Jan 7, 2024, 7:57 PM IST

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆହୁରି 2 ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଜାରି ରହିବାର ସମ୍ଭାବନା ରହିଛି । ରାଜ୍ୟରେ ଶୀତର ଲହରୀ ଜାରି ରହିଥିବେଳେ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦ରୁ ୨୦୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଛି । କୋରାପୁଟ, ଦାରିଙ୍ଗିବାଡି, ଜି. ଉଦୟଗିରି, ସିମିଳିଗୁଡ଼ା ଓ ଫୁଲବାଣୀ ଆଦି ୫ ସହରରେ ୧୦ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ସମତଳ ଅଞ୍ଚଳ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଥିବାବେଳେ ପାହାଡିଆ ଅଞ୍ଚଳ ଜି. ଉଜୟଗିରିରେ ୭.୪ ସେଲସିୟସ ରେକର୍ଡ ହୋଇଛି ।

ସେହିପରି କଟକରେ ୨୭.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୨୮.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବାବେଳେ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ।

ଏହା ମଧ୍ୟ ପଢନ୍ତୁ...ପ୍ରକୃତିର କରିସ୍ମା; ଉତ୍ତରାଖଣ୍ଡର ପ୍ରବଳ ଶୀତ ଯୋଗୁଁ ବରଫ ପାଲଟିଲା ଝରଣା

ଏହା ମଧ୍ୟ ପଢନ୍ତୁ...ଶୀତ ସନ୍ଧ୍ୟାରେ ଅଗ୍ନି ଜାଳି ଉଷୁମ ତାତି ସହ ସମୁହ ଭାବ ବିନିମୟ କଥା କବିତାର କକଟେଲ

ସେହିପରି ଆସନ୍ତାକାଲି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ ରହିବା ସହ ଘନ କୁହୁଡ଼ିର ସମ୍ଭାବନାକୁ ନେଇ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେଉଥିବାରୁ ଯାତାୟତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ସମୟରେ କୁହୁଡ଼ି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି । ତେଣୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.