ETV Bharat / state

Year Ender 2022: ଅସହ୍ୟ ହେଲା ଯନ୍ତ୍ରଣା, ମୃତ୍ୟୁର ରାସ୍ତା ପାଲଟିଥିଲା ଶେଷ ଠିକଣା

author img

By

Published : Dec 24, 2022, 9:52 AM IST

Updated : Dec 24, 2022, 10:29 AM IST

ସରିଯିବ ବର୍ଷ ୨୦୨୨ । ଅପେକ୍ଷା ୨୦୨୩କୁ । କିନ୍ତୁ ଚଳିତ ବର୍ଷ ଘଟିଥିବା କିଛି ଘଟଣା ରାଜ୍ୟବାସୀଙ୍କୁ ବେଶ ବ୍ୟଥିତ କରିଥିଲା । ଅସମୟରେ ଝଡିପଡିଥିଲା ଅନେକଙ୍କ ଜୀବନ । ଯନ୍ତ୍ରଣା ସହି ନପାରି ମୃତ୍ୟୁର ଫାଶକୁ ଟାଣି ହୋଇଯାଇଥିଲେ ଯୁବପିଢି । କିଛି ମୃତ୍ୟୁ ଘଟଣାର କାରଣ ଉନ୍ମୋଚନ ହୋଇଥିବା ବେଳେ ଆଉ କିଛି ମୃତ୍ୟୁ ଘଟଣାର କାରଣ ଆଜିବି ପୋଲିସ ଫାଇଲ ତଳେ ଚାପି ହୋଇ ରହିଯାଇଛି । ନଜର ପକାନ୍ତୁ ଚଳିତ ବର୍ଷର କିଛି ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଉପରେ ।

Year Ender 2022
suicide cases in odisha

ଭୁବନେଶ୍ବର: ସରି ସରି ଆସୁଛି ବର୍ଷ ୨୦୨୨... ଅନେକ ଆଶା ଉଦ୍ଦୀପନା ନେଇ ଆସିବ ନୂଆ ବର୍ଷ । ୨୦୨୩ରେ ଆରମ୍ଭ ହେବ ଆଉ ଏକ ଅଧ୍ୟାୟ । କିନ୍ତୁ ଚଳିତ ବର୍ଷ ଏମିତି କିଛି ଘଟଣା ଘଟିଛି ଯାହା ପୁରା ରାଜ୍ୟବାସୀଙ୍କୁ ଯେତିକି ଚକିତ କରିଥିଲା,ସେତିକି ଆଘାତ ମଧ୍ୟ ଦେଇଥିଲା(Year Ender 2022)। ଅକାଳରେ ଓ ଅସମୟରେ ଝଡିପଡିଥିଲା ଅନେକଙ୍କ ଜୀବନ । ପ୍ରେମ-ପ୍ରତାରଣା-ଧୋକା, ପାରିବାରିକ ବିବାଦ, ପରକୀୟା ପ୍ରୀତି, ଆର୍ଥିକ ସମସ୍ୟା ଏପରି ଅନେକ କିଛି ଦୁଃଖକୁ ହଜମ କରି ନପାରି ଶେଷରେ ମୃତ୍ୟୁର ବାଟକୁ ଶେଷ ରାସ୍ତା ଭାବେ ବାଛି ନେଇଥିଲେ ଅନେକ । ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବପିଢି କେହିବି ଏଥିରୁ ବର୍ତ୍ତି ପାରିନଥିଲେ (suicide cases in Odisha )। ଯଦି ଦେଖାଯାଏ ତେବେ ଅଧିକାଂଶ ଯୁବପିଢି ହିଁ ନିଜ ମୃତ୍ୟୁର କାହାଣୀ ନିଜେ ଲେଖିଥିଲେ... ରାଜ୍ୟରେ ଘଟିଥିବା ଏମିତି ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣାର କିଛି ରହସ୍ୟ ପଦାକୁ ଆସିଥିବା ବେଳେ ଆଉକିଛି ତଦନ୍ତରେ ବାଟବଣା ହୋଇ ପୋଲିସ ଫାଇଲ ତଳେ ଚାପି ହୋଇ ରହିଯାଇଛି । ଆଉ ଏମିତି କିଛି ମୃତ୍ୟୁ ଘଟଣା ଥିଲା ଯାହା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲା । ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନଥିଲେ ବିରୋଧି । କିନ୍ତୁ ଆଜି ପର୍ଯ୍ୟନ୍ତ ବି ସ୍ପଷ୍ଟ ହୋଇ ପାରିନି ମୃତ୍ୟୁ ପଛର କାରଣ । ଚାଲନ୍ତୁ ନଜର ପକାଇବା ସେହିପରି କିଛି ଘଟଣା କ୍ରମ ଉପରେ...

suicide cases in odisha
ଜୀବନ ହାରିଥିଲେ ମଡେଲ ସୌମ୍ୟରଞ୍ଜନ

କଣ୍ଠଶିଳ୍ପୀ ପ୍ରେମିକାଙ୍କ ଧୋକା ସହିପାରିନଥିଲେ ସୌମ୍ୟରଞ୍ଜନ, ନେଇଥିଲେ ଚରମ ନିଷ୍ପତ୍ତି

ଜାନୁଆରୀ ୩୧ ତାରିଖ ତାରିଖ ସକାଳ । ଚାଞ୍ଚଲ୍ୟ ଖେଳିଯାଇଥିଲା ପୁରା ରାଜଧାନୀରେ । ମଡେଲ ତଥା କାଫେ ମାଲିକ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତଦେହ(Model Soumya Ranjan Death Case) ତାଙ୍କ ଘରୁ ଉଦ୍ଧାର ହୋଇଥିଲା । ଏହି ଖବର ପ୍ରଘଟ ହେବାପରେ ସ୍ତବ୍ଧ ହୋଇଯାଇଥିଲା ନନ୍ଦନବିହାରର ଏଲଆଇସି କଲୋନୀ । ଯବାନ ପୁଅର ମୃତଦେହ ଦେଖି ହତବାକ୍ ହୋଇଯାଇଥିଲେ ପୁରା ପରିବାର । କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା କଲୋନୀ । ନିଆଁ ବେଗରେ ଏହି ଖବର ଚାରିଆଡେ ପ୍ରଚାରିତ ହୋଇଗଲା । ଏହାପରେ ସୌମ୍ୟଙ୍କ ମୃତଦେହ ନିକଟରୁ ମିଳିଥିବା ଏକ ହାତ ଲେଖା ଚିଠି । ଯେଉଁଥିରେ ସେ ମୃତ୍ୟୁର କାରଣ ଲେଖିଥିଲେ । ପ୍ରେମିକାର ଧୋକାରେ କଷ୍ଟ ସହିନପାରି ସେ ଜୀବନ ହାରିଥିବା ଚିଠିରେ ଉଲ୍ଲେଖ କରିଥିଲେ । ସୌମ୍ୟଙ୍କ ପ୍ରେମିକା ଥିଲେ ଜଣାଶୁଣା କଣ୍ଠଶିଳ୍ପୀ ସୋନାଲି ନନ୍ଦ । ପ୍ରେମିକାଙ୍କ ଧୋକା ଓ ଦାମିକାର ଡିମାଣ୍ଡ ଯୋଗୁଁ ସେ ମୃତ୍ୟୁର ବାଟକୁ ଆପଣାଇଥିଲେ ବୋଲି ଚିଠିରେ ଲେଖିଥିଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଡିସିପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସୋନାଲି ଓ ତାଙ୍କ ମାଆ ପୋଲିସ ଜାଲରେ ଛନ୍ଦି ହୋଇପଡିଥିଲେ ।

suicide cases in odisha
ଟେଲି ଅଭିନେତ୍ରୀ ରଶ୍ମିରେଖା

ପ୍ରେମରେ ପ୍ରତାରଣା ପାଇ ଜୀବନ ହାରିଥିଲେ ଟେଲି ଅଭିନେତ୍ରୀ

ଜୁନ ୨୦ରେ ଭୁବନେଶ୍ବର ସ୍ଥିତ ଏକ ଭଡା ଘରୁ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଓଝାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଖବର ଓଡିଆ ଟେଲି ଦୁନିଆକୁ ଝଟକା ଦେଇଥିଲା । କାହିଁକିନା ପୂର୍ବରୁ ଅନେକ ସିରିୟଲରେ କାମ କରିଥିଲେ ରଶ୍ମିରେଖା । ମୃତଦେହ ଉଦ୍ଧାର ସମୟରେ ଏକ ନୋଟ ପୋଲିସ ଜବତ କରିଥିଲା । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନହନ୍ତି ବୋଲି ଲେଖିଥିଲେ ରଶ୍ମି । ତେବେ ସେ କାହିଁ ମୃତ୍ୟୁର ବାଟକୁ ଆପଣାଇଲେ ସେନେଇ ଉଠିଥିଲା ଅନେକ ପ୍ରଶ୍ନ । ଦିନ ଗଡି ଚାଲିବା ସହ ତଦନ୍ତ ମଧ୍ୟ ଆଗକୁ ଯାଇଥିଲା। ତଦନ୍ତ ପରେ ସାମ୍ନାକୁ ଆସିଥିଲା ଅନେକ ତଥ୍ୟ । ନିଜକୁ ଭୁବନେଶ୍ବରରେ ବୋହୂ ଓ ଜଗତସିଂହପୁରରେ ଝିଅ ବୋଲି ଦୁଇଟି ପରିଚୟ ଦେଉଥିଲେ ଏହି ଟେଲି ଅଭିନେତ୍ରୀ । ଏଥି ସହ ସେ ବିବାହ କରିଥିବା କୁହାଯାଉଥିଲା । ଏହି ମୃତ୍ୟୁ ଘଟଣାରେ ଜଣେ ପୁରୁଷ ବନ୍ଧୁଙ୍କର ସୁରାକ ପାଇଥିଲା ପୋଲିସ । ବିବାଦକୁ ଆସିଥିଲେ ରଶ୍ମୀଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ପୋଲିସ ଅନେକ ଥର ସନ୍ତୋଷଙ୍କୁ ଜେରା କରିଥିଲା । ଏହାର ଠିକ କିଛି ଦିନ ପରେ ରାଉରକେଲା ସ୍ଥିତ ବାସନ୍ତୀ କଲୋନୀରେ ଜୀବନ ହାରିଥିଲେ ସନ୍ତୋଷ । ତେବେ ପ୍ରେମିକଙ୍କ ଧୋକା ହିଁ ରଶ୍ମିରେଖାଙ୍କ ଜୀବନ ନେଲା ବୋଲି ଚର୍ଚ୍ଚା ହେଉଥିଲା ।

ଏହା ମଧ୍ୟ ପଢନ୍ତୁ-2022ର କଳା ଫର୍ଦ୍ଦ: ବର୍ଷ ତମାମର ଅଘଟଣ, ଚାଲିଗଲା ଅନେକ ଜୀବନ

suicide cases in odisha
ଲେଡି ସଫ୍ଟୱେର ଇଞ୍ଜିନିୟର

ଧୋକା ଦେଲା ପ୍ରତାରକ ପ୍ରେମିକ, ଲେଡି ସଫ୍ଟୱେର ଇଞ୍ଜିନିୟର ହାରିଥିଲେ ଜୀବନ

ଚଳିତ ଅଗଷ୍ଟ ମାସରେ ରାଜଧାନୀରେ ଲେଡି ସଫ୍ଟୱେର ଇଞ୍ଜିନିୟର ଶ୍ବେତାଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଚନ୍ଦ୍ରଶେଖରପୁର ଏକ ଆପାର୍ଟମେଣ୍ଟରୁ ଶ୍ବେତାଙ୍କ ମୃତଦେହ ମିଳିଥିଲା । ଏହାପରେ ପ୍ରେମିକ ସୌମ୍ୟଜିତ ବ୍ଲାକମେଲ ଓ ପ୍ରତାରଣା ଘଟଣା ସାମ୍ନାକୁ ଆସିଥିଲା । ପରିବାର ଲୋକେ ସୌମ୍ୟଙ୍କ ପରିବାର ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ଜେରାର ସାମ୍ନା କରିଥିଲେ ସୌମ୍ୟଜିତ ।

ଭିଡିଓ କଲରେ ଶେଷ ଦେଖା, ମୃତ୍ୟୁର ଶେଯରେ ଶୋଇଗଲେ ପ୍ରେମିକା

ଗତ ଜାନୁଆରୀ ମାସର ଶେଷ ସପ୍ତାହରେ ସାମ୍ନାକୁ ଆସିଥିବା ଏପରି ଘଟଣା । ପ୍ରେମିକା ସହ ସାମାନ୍ୟ ଝଗଡା ହେବାରୁ ଫୋନରେ ଭିଡିଓ କଲରେ କଥା ହେଉଥିବାବେଳେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ପ୍ରେମିକାଙ୍କ ସାମ୍ନାରେ ହିଁ ଜୀବନ ହାରିଥିଲେ ପ୍ରେମିକ । କାକଟପୁର ଛାନା ଚନ୍ଦନବଜାରସ୍ଥିତ ଟୁଇଲିସ ଡ୍ରେସ ସୋ ରୁମ ଉପରେ ଏହି ଘଟଣା ଘଟିଥିଲା । ଏନେଇ ପ୍ରେମିକଙ୍କ ପରିବାର ଲୋକ ଯୁବତୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ।

suicide cases in odisha
ଜୀବନ ହାରିଥିଲେ ରାଇମୋହନ

ସ୍ତବ୍ଧ ହୋଇଗଲା ଓଲିଉଡ, ବାଏ ଲେଖି ଦୁନିଆକୁ ଅଲବିଦା କହିଥିଲେ ରାଇମୋହନ

ଏଇ ଅନାନି... ମୁଁ ନାଗିନା... ମୋର ହଜାରେ ଚିହ୍ନା, ହଜାରେ ବନ୍ଧୁକକୁ ଶହେ କମାଣ ଏକା ଲଢିବ ରାଇମୋହନ... ଦିନେ ତାଙ୍କ ଦମନଦାର ସଂଳାପରେ ଉଠୁଥିଲା ପଡୁଥିଲା ମଞ୍ଚ ଓ ସିନେମା ପରଦା । ଭୟରେ ଥରିଉଠୁଥିଲା ଦର୍ଶକଙ୍କ ଛାତି । ଦମଦାର ସଂଳାପ ସାଙ୍ଗକୁ ତାଙ୍କ ଭିଲିୟାନ ଅନ୍ଦାଜ ଦର୍ଶକଙ୍କୁ ବାନ୍ଧି ରଖୁଥିଲା । କିନ୍ତୁ ସମସ୍ତଙ୍କୁ ଡରାଉଥିବା ମଣିଷର ଶେଷ ଶବ୍ଦ ଥିଲା ବାଏ । ଜୁନ ୨୪ ତାରିଖ ସକାଳ ୧୧ଟାରେ ଖବର ଆସିଲା ଆଉ ନାହାନ୍ତି ରାଇମୋହନ । ଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଉ ଏହି ଖବର ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ପିଲାଠାରୁ ଆରମ୍ଭ କରି ବୁଢା ସମସ୍ତଙ୍କୁ ଚକିତ କରିଥିଲା ଏହି ଖବର(Raimohan Parida death case ) ।

ବିଶାଳ ଶରୀରକୁ ନେଇ ଗଢା ହୋଇଥିବା ୫୮ ବର୍ଷିୟ ଏହି ମଣିଷ କେମିତି ନିଜର ଜୀବନକୁ ହାରିଦେଲା ସେନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା । ଆଉ ଲୁହରେ ଓଦା ହୋଇଥିଲା ପୁରା ରାଜ୍ୟ । ଜୀବନ ହାରିବା ପୂର୍ବରୁ ସେ ତାଙ୍କ ଦୁଇ ଝିଅ ନିଶା ଓ ଉଦିତାଙ୍କ ମୋବାଇଲକୁ ବାଏ ମେସେଜ ଲେଖି ପଠାଇଥିଲେ । ତେବେ ମୃତ୍ୟୁର କାରଣ କଣ ସେନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାପରେ ଜଣାପଡିଥିଲା ଯେ ମୃତ୍ୟୁର ଦିନ ପୂର୍ବରୁ ଘରେ ପାତତୁଣ୍ଡ ଶୁଭୁଥିଲା । ସାନ ଝିଅର କୌଣସି ବିବାଦକୁ ନେଇ ମାନସିକ ସ୍ତରରେ ରାଇ ମୋହନ ଭାଙ୍ଗି ପଡିଥିବା ସୂଚନା ମିଳିଥିଲା । କିନ୍ତୁ ତଦନ୍ତ ଆଗକୁ ନଯିବାରୁ କେଉଁ କାରଣକୁ କେନ୍ଦ୍ର କରି ରାଇମୋହନ ଜୀବନ ହାରିଲେ ତାହା ଆଜି ପର୍ଯ୍ୟନ୍ତବି ସ୍ପଷ୍ଟ ହୋଇପାରିନି । କିନ୍ତୁ ମୃତ୍ୟୁ ପଛର କାରଣ ପାରିବାରିକ ବିବାଦ ହୋଇପାରେ ବୋଲି ଅନୁମାନ କରାଯାଇଥିଲା । ଖଳନାୟକ ଭୂମିକାରେ ପ୍ରତିଟି ଓଡିଆର ହୃଦୟ ଜିତିଥିଲେ ରାଇମୋହନ ପରିଡା । ନିଜର ଦମଦାର ଅଭିନୟ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ଆଉ କେତେବେଳେ ହସାଉଥିଲେ ତ ପୁଣି କେତେବେଳେ କନ୍ଦାଉଥିଲେ । କିନ୍ତୁ ଦିନେ ସମସ୍ତଙ୍କୁ ଡରାଉଥିବା ଲୋକଟି ଏମିତି ଶାନ୍ତ ହୋଇଯିବେ କେହି କେବେବେି ଭାବି ନଥିଲେ । ଓଡିଆ ସିନେମା ଜଗତ ପାଇଁ ଏହା ଥିଲା ଅପୂରଣିୟ କ୍ଷତି ।

ଝିଅକୁ ମାରି ଜୀବନ ହାରିଲେ ଦମ୍ପତି

ଚଳିତ ବର୍ଷ ଏପ୍ରିଲ ମାସରେ ଭୁବନେଶ୍ବର ମଞ୍ଚେଶ୍ବରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା । ପାରିବାରିକ ବିବାଦକୁ ନେଇ ମହାରାଷ୍ଟ୍ରର ଦମ୍ପତି ଏକା ସାଙ୍ଗରେ ଜୀବନ ହାରିଥିଲେ । କିଛି ସବୁଠାରୁ ଦୁଃଖର ବିଷୟ ଥିଲେ ଉଭୟ ଜୀବନ ହାରିବା ପୂର୍ବରୁ ନିଜ ୧୫ ମାସର ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତ ଦମ୍ପତ୍ତି ହେଉଛନ୍ତି ତୁଷାର ଜଗତପ ଓ ପତ୍ନୀ ନୀଲା ତୁଷାର । ପୋଲିସ ଏନେଇ ତଦନ୍ତ କରିବା ପରେ ପାରିବାରିକ ବିବାଦ ସାମ୍ନାକୁ ଆସିଥିଲା । ତୁଷାରଙ୍କ ବାପା ଦ୍ବିତୀୟ ବିବାହ କରି ଦ୍ବିତୀୟ ପତ୍ନୀ ନାଁରେ ସମସ୍ତ ସମ୍ପତ୍ତି କରିବାକୁ ଲାଗିଲେ । ଯାହା ଜାଣିବାପରେ ପରେ ତୁଷାର ଓ ତାଙ୍କ ପତ୍ନୀଙ୍କ ଅସନ୍ତୁଷ୍ଟ ଥିଲେ । ଶେଷରେ ଉଭୟ ଦମ୍ପତି ଏକା ସାଙ୍ଗରେ ଜୀବନ ହାରିଥିଲେ ।

suicide cases in odisha
ଧର୍ମେନ୍ଦ୍ର ସାହୁ

ଆଜି ବି ସସପେନ୍ସରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ

ସେପ୍ଟେମ୍ବର ୨୪ ତାରିଖ ସକାଳ ସମୟ । ଘର ସାମ୍ନାରୁ ଉଦ୍ଧାର ହୋଇଥିଲା ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତଦେହ । ଶିଶୁପାଳଗଡ ଲକ୍ଷ୍ମୀ ବିହାରସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପ୍ରଥମେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଏକ କଲ ରେକର୍ଡ ସାମ୍ନାକୁ ଆସିବା ପରେ ରାଜନୈତିକ କାରଣରୁ ସେ ଜୀବନ ହାରିଥିବା ସନ୍ଦେହ ସୃଷ୍ଟି ହୋଇଥିଲା । କାହିଁକିନା ସେ ମୃତ୍ୟୁ ପୂର୍ବରୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହୋଇଥିଲେ । ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାସ ଏବଂ ଅନ୍ୟ 4ଜଣ ଦାୟୀ ରହିବେ ବୋଲି କହିଥିଲେ । ଆଉ କଲ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ମନ୍ତ୍ରୀ ସମୀର ଦାଶଙ୍କୁ ଗିରଫ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ବିରୋଧି ଦଳ । ବିଜେପି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ସତ୍ୟାସତ୍ୟ ବାହାର କରିବାରେ ଓ ମୁଖ୍ୟ ଅଭିଯୁକ୍କୁ ଗିରଫ କରିବାରେ ସଫଳ ହୋଇ ପାରିନି ପୋଲିସ । ଲାଗୁଛି ଏହି ଘଟଣା ଆଗକୁ ବି ପୋଲିସ ଫାଇଲ ଚଳେ ଚାପି ହୋଇ ରହିଯିବ ଓ ଧର୍ମେନ୍ଦ୍ରଙ୍କ ମୃତ୍ୟୁର କାରଣ ଏକ ପ୍ରଶ୍ନବାଚୀ ହୋଇ ରହିଯିବ ।

suicide cases in odisha
ରୁଚିକା

ସିନିୟରଙ୍କ ରାଗିଂ ସହିନପାରି ଜୀବନ ହାରିଥିଲେ ରୁଚିକା

ଜୁଲାଇ ୨ ତାରିଖ ବିଜେବି କଲେଜ ହଷ୍ଟେଲ ରୁମ ନଂ ୨୦୧ । ବିଜେବି କଲେଜରେ ଯୁକ୍ତ ତିନିରେ ପାଠ ପଢୁଥିବା ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସିନିୟରଙ୍କ ରାଗିଂ ସହି ନପାରି ସେ ଜୀବନ ହାରିଥିଲା ଚିଠିରେ ଉଲ୍ଲେଖ କରିଥିଲେ । ଏଥି ପାଇଁ ୩ଜଣଙ୍କୁ ଦାୟୀ କରିଥିଲେ ରୁଚିକା । ଏଥି ସହ ଏହି ତିନି ଜଣଙ୍କ ଉପରେ ମୋ ବାପା ମାଆଙ୍କ ନିଶ୍ବାସ ପଡିବ ବୋଲି ସେ ଲେଖିଥିଲେ । ଏହି ଘଟଣାକୁ ନେଇ ତୀବ୍ର ହୋଇଥିଲା ଆନ୍ଦୋଳନ । ପୋଲିସର ତଦନ୍ତକୁ ନେଇ ମଧ୍ୟ ଉଠିଥିଲା ପ୍ରଶ୍ନ । କାହିଁକିନା ମୃତ୍ୟୁ ପୂର୍ବରୁ ଚିଠିରେ ଉଲ୍ଲେଖ କରିଥିବା ତିନି ସିନିୟରଙ୍କୁ ଧରିବାରେ ବିଫଳ ହୋଇଥିଲା ପୋଲିସ । ରୁଚିକାଙ୍କ ପରିବାର ଲୋକେ ଝିଅର ମୃତ୍ୟୁ ନେଇ କଲେଜ ସମ୍ମୁଖରେ ଧାରଣା ଦେବା ସହ ବିଧାନସଭା ଘେରିବାକୁ ମଧ୍ୟ ପଛାଇନଥିଲେ । ଏମିତିକି ବିଭିନ୍ନ ସଂଗଠନ ଓଡିଶା ବନ୍ଦ ଡାକରା ମଧ୍ୟ ଦେଇଥିଲେ ।

suicide cases in odisha
ଗୋବିନ୍ଦ ସାହୁ

ଜେଲରେ ଜୀବନ ହାରିଲା ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ

ଡିସେମ୍ବର ୨୦ ତାରିଖରେ ଜେଲରେ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଥିବା ଖବର ଆସିଥିଲା । ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । ତେବେ କିପରି ଜେଲରେ ଥିବା ବେଳେ ନିଜ ଜୀବନ ନିଜେ ଶେଷ କରିଦେଲେ ଗୋବିନ୍ଦ ସେନେଇ ଉଠିଥିଲା ଅନେକ ପ୍ରଶ୍ନ । JMFC କୋର୍ଟରେ ହାଜର ହେବା ପୂର୍ବରୁ ଏହି ଖବର ସାମ୍ନାକୁ ଆସିଥିଲା । ଏହାପରେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଉତ୍ତରଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଜେଲରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟରେ ଅବହେଳା କରାଯାଇଥିବା ଦର୍ଶାଇ ଜେଲ ୱାର୍ଡର ଅକ୍ଷୟ ଚନ୍ଦ୍ର ମହାନ୍ତିଙ୍କୁ ନିଲମ୍ବିତ କରାଯାଇଥିଲା । ଶେଷରେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ।

ଚଳିତ ବର୍ଷ ପ୍ରେମରେ ଧୋକା, ପାରିବାରିକ ବିବାଦ, ରାଜନୈତିକ କାରଣ, ରାଗିଂକୁ ଅବେଳାରେ ଝଡି ପଡିଥିବା ଜୀବନ । ଏହି ଘଟଣା ରାଜ୍ୟବାସୀଙ୍କୁ ଯେତିକି ଚକିତ କରିଥିଲା ସେତିକି ବ୍ୟଥିତ ମଧ୍ୟ କରିଥିଲା । ଆଶା ଆସନ୍ତା ବର୍ଷ ଏପରି କିଛି ଅଘଟଣ ନଘଟୁ ।

Last Updated : Dec 24, 2022, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.