ETV Bharat / state

ଆଜି ବିଶ୍ୱ ନାଟକ ଦିବସ, ମଞ୍ଚ ମୁହାଁ ହେଉଛନ୍ତି କଳାକାର ଓ ଯୁବପିଢ଼ି - ନାଟକକୁ ପୂରୁଣା ପରିଚୟ ପ୍ରଦାନ କରିବାକୁ ପ୍ରୟାସ

ବିଶ୍ୱ ନାଟକ ଦିବସ। ନାଟକକୁ ପୂରୁଣା ପରିଚୟ ପ୍ରଦାନ କରିବାକୁ ପ୍ରୟାସ। ଲୁପ୍ତ ପଉଥିବା ନାଟକର ଅସ୍ତିତ୍ବ ଏବେ ଧୀରେଧୀରେ ନିଜ ପରିଚୟ ଖୋଜି ପାଇବାରେ ସଫଳ ହେଉଛି। ଅଧିକ ପଢ଼ନ୍ତୁ

ବିଶ୍ୱ ନାଟକ ଦିବସ
ବିଶ୍ୱ ନାଟକ ଦିବସ
author img

By

Published : Mar 27, 2023, 7:02 PM IST

ବିଶ୍ୱ ନାଟକ ଦିବସ, ନାଟକକୁ ପୂରୁଣା ପରିଚୟ ପ୍ରଦାନ କରିବାକୁ ପ୍ରୟାସ

ଭୁବନେଶ୍ବର: ଆଜି ବିଶ୍ୱ ନାଟକ ଦିବସ। ନାଟକର ଅସ୍ତିତ୍ବକୁ ବଞ୍ଚାଇ ରଖିବା ପାଇଁ ସରା ବିଶ୍ବରେ ଆଜି ନାଟକ ଦିବସ ପାଳନ କରାଯାଏ । ଦୁନିଆ ବଦଳିବା ସହ ବଦଳିଛି ଲୋକଙ୍କ ପସନ୍ଦ। ନାଟକ ପ୍ରତି ଲୋକଙ୍କର ଆଗ୍ରହ କମିବାରେ ଲାଗିଛି । ତେଣୁ ନାଟକ ପ୍ରତି ଲୋକଙ୍କର ଆଗ୍ରହକୁ ଜାଗ୍ରତ କରିବା ପାଇଁ ଓଡିଶା ନାଟ୍ୟକାର ପକ୍ଷରୁ ଏହି ଦିବସ ପାଳନ କରାଯାଇଛି ।

ନାଟକ ହେଉଛି ସମାଜର ଏକ ନିରନ୍ତର ପ୍ରତିଛବି । ସମାଜରେ ଘଟୁଥିବା ବା ଘଟି ଯାଇଥିବା ଘଟଣାବଳୀକୁ ସିଧାସଳଖ ଭାବେ ଆମେ ନାଟକ ମାଧ୍ୟମରେ ଦେଖିଥାଉ । ନାଟକ ଦିବସରେ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟ କଳାକାର ଧୀର ମଲ୍ଲିକ କହିଛନ୍ତି ନାଟକ ମାଧ୍ୟମରେ ସମାଜର ପ୍ରତିଛବି ପ୍ରକାଶ ପାଇଥାଏ ଏହା ମଣିଷକୁ ଶୃଙ୍ଖଳିତ, ପରିମାର୍ଜିତ ଓ ଭଦ୍ର କରିଥାଏ । ତେଣୁ ନାଟକକୁ ପ୍ରୋତ୍ସାହନ ଦେବା ମନେ ପକାଇବା ଓ ନାଟକ ପ୍ରତି ଶ୍ରଦ୍ଧା ଜାଗ୍ରତ କରିବା ପାଇଁ ଆମେ ନାଟକ ଦିବସ ପାଳନ କରୁଛୁ । ବର୍ତ୍ତମାନ ନାଟକର ପୃଷ୍ଠ ପୋଷକତା ବଦଳିଲାଣି ଅଧିକରୁ ଅଧିକ ନାଟକ ଓଡ଼ିଶାରେ ହେଉଛି । ଏହାକୁ ନେଇ ଓଡିଶା ଏବେ ନାଟକର ହବ୍‌ ପାଲଟିଲାଣି । ରାଜ୍ୟର ବିଭିନ୍ନ ସହର ଯେପରିକି ଭୁବନେଶ୍ୱର, ଢେଙ୍କାନାଳ, ରାଉଲକେଲା, ପୁରୀ, ପାରାଦୀପ, ସମ୍ବଲପୁର, କଟକ, ବାଲେଶ୍ୱରରେ ଅଧିକରୁ ଅଧିକ ନାଟକ ଦେଖିବାକୁ ମିଳିଛି ।

ତେବେ ଏବେ ଲୋକଙ୍କ ନାଟକ ପ୍ରତି ରୁଚି ବଢିଛି । ସୋସିଆଲ ମିଡିଆ ଦ୍ବାରା ନାଟକକୁ ଏବଂ କଳାକାରଙ୍କୁ ଲୋକେ ପସନ୍ଦ କରିବା ଆରମ୍ଭ କରିଛନ୍ତି । ଧୀରେଧୀରେ ମଞ୍ଚ ମୁହାଁ ହେଉଛନ୍ତି କଳାକାର ଓ ଯୁବପିଢ଼ି । ଲୁପ୍ତ ପଉଥିବା ନାଟକର ଅସ୍ତିତ୍ବ ଏବେ ଧୀରେଧୀରେ ନିଜ ପରିଚୟ ଖୋଜି ପାଇବାରେ ସଫଳ ହେଉଛି । ତେଣୁ ଆଜିର ନାଟକ ଅତୀତର ସେହି ସ୍ମୃତିକୁ ଜାବୁଡି ଧରି ବର୍ତ୍ତମାନର ସ୍ଥିତିକୁ ସାମ୍ନା କରି ଭବିଷ୍ୟତର ନୂଆ ଆହ୍ୱାନକୁ ନେଇ ନାଟକ ଦିବସ ପାଳୁଛି ।

ତେବେ ଓଡିଶା ନାଟ୍ୟ ସଂଘ କହିଛି, ସରକାରଙ୍କ ପ୍ରୋତ୍ସାହନ ଦ୍ବାରା ନାଟକ ଅଧିକରୁ ଅଧିକ ପ୍ରସାରିତ ହୋଇପାରିବ । ଆଗରୁ ସରକାର ପ୍ରେକ୍ଷାଳୟ ବା ମଞ୍ଚଗୁଡିକୁ ୫୦ ପ୍ରତିଶତ ରିହାତିରେ ଦେଉଥିଲେ। ହେଲେ କରୋନା ପରେ କିଛି ରିହାତି ମିଳୁନଥିବା ବେଳେ, ୧୦୦ ପ୍ରତିଶତ ଭଡା ନେଇ ମଞ୍ଚ ଦେଉଛନ୍ତି । ତେଣୁ ସରକାରଙ୍କ ଯଦି ଅଭ୍ୟାସ ସହ ନାଟକ ପରିବେଷଣ ପାଇଁ ପୁଣି ରିହାତି ପ୍ରଦାନ କରନ୍ତେ ତେବେ ନାଟ୍ୟସଂସ୍ଥା ଓ କଳାକାର ଉପକୃତ ହୁଅନ୍ତେ ବୋଲି ଓଡିଶା ନାଟ୍ଯ ସଂଘ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.