ETV Bharat / state

କଲେଜ ଅଧ୍ୟକ୍ଷଙ୍କ ଦିଗଦର୍ଶନ କର୍ମଶାଳା: ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ କରିବାକୁ ଲକ୍ଷ୍ୟ - କଲେଜ ଅଧ୍ୟକ୍ଷଙ୍କ କର୍ମଶାଳା

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କର ଏକ ଦିନଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

workshop programme principals
କଲେଜ ଅଧ୍ୟକ୍ଷଙ୍କ ଦିଗଦର୍ଶନ କର୍ମଶାଳା
author img

By ETV Bharat Odisha Team

Published : Sep 14, 2023, 9:01 AM IST

କଲେଜ ଅଧ୍ୟକ୍ଷଙ୍କ ଦିଗଦର୍ଶନ କର୍ମଶାଳା

ଭୁବନେଶ୍ବର: ଏଣିକି ସବୁ କଲେଜ କ୍ୟାମ୍ପସ ହେବ ୱାଇଫାଇ । ଠିକ ସମୟରେ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ସବୁ କଲେଜରେ ଖୋଲିବ ରେଡକ୍ରସ ଶାଖା । ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରରେ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉପରୋକ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକର ୩ ଜଣ କୁଳପତି ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ୩୭୦ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏହି କର୍ମଶାଳାରେ ଯୋଗ ଦେଇଛନ୍ତି ।

ଏହି କର୍ମଶାଳା ଓ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ୫‘ଟି’ର ସମସ୍ତ ‘ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ କ୍ରିୟାଶୀଳ କରିବା, ତୃଣମୂଳ ସ୍ତରରୁ ପରିବର୍ତ୍ତନ ଆଣି ଆଗାମୀ ପିଢ଼ି ନିମନ୍ତେ ଏକ ଆଦର୍ଶ ଓଡ଼ିଶା ଗଠନ କରିବା ଦିଗରେ ସତ୍‌ପ୍ରୟାସ କରିବା । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଯେପରି ସମଗ୍ର ଦେଶରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି, ସେହିଭଳି ସମ୍ମିଳିତ ଉଦ୍ୟମ ବଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ସେହିପରି ଶିକ୍ଷା ହିଁ ସମ୍ପତ୍ତିକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିପାରିବା ଓ ଏଥିନିମନ୍ତେ କଲେଜଗୁଡ଼କର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବା ଜରୁରୀ ବୋଲି ‘ମୋ କଲେଜ’ ସଭାପତି ଆକାଶ ଦାସ ନାୟକ ପ୍ରକାଶ କହିଛନ୍ତି ।

ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗାମୀ ୫ ବର୍ଷର ରୋଡମ୍ୟାପ୍‌, କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକର ସ୍ଥିତି ଓ ଅଗ୍ରଗତି, ଗବେଷଣା ଓ ଫେଲୋସିପ୍‌ କାର୍ଯ୍ୟକ୍ରମ, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ସାର୍ଟିର୍ଫିକେଟ କୋର୍ସ, ଛାତ୍ରବୃତ୍ତି ସୁଯୋଗ, ‘ମୋ କଲେଜ’, ଏନ୍‌.ଏସ୍‌.ଏସ୍‌, ଯୁବ ରେଡକ୍ରସ୍‌, ଅଣ-ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କ ସହ କଲେଜର ସମସ୍ୟା, କଲେଜର ଭିତ୍ତିଭୂମି ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଏହା ବି ପଢନ୍ତୁ...5Tରେ ହେବ ୮୦ରୁ ଅଧିକ କଲେଜର ରୂପାନ୍ତରୀକରଣ , ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଧନ୍ୟବାଦ

ରାଜ୍ୟର କଲେଜଗୁଡିକର ଭିତ୍ତିଭୂମି ଉନ୍ନୟନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୦୦୦ କୋଟି ଅନୁଦାନ ଦିଆଯାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଅନୁଦାନ ଦିଆଯିବ । ବିଭିନ୍ନ ସରକାରୀ ଓ ବେସରକାରୀ, ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କ ସହ କଲେଜର ବିଭିନ୍ନ ସମସ୍ୟା ଓ ସେଗୁଡିକର ସମାଧାନ ସମନ୍ଧରେ ୫ଟି ସଚିବ ମତ ପ୍ରକାଶ କରିଛନ୍ତି । ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିଵ ଅରବିନ୍ଦ ଅଗ୍ରୱାଲ, ବିଭାଗୀୟ ନିର୍ଦ୍ଦେଶକ ନରହରି ସେଠୀ, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.