ETV Bharat / state

2024 Election: ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଫୋକସ୍, ଟିମକୁ ଷ୍ଟ୍ରଙ୍ଗ କରିବାକୁ ବିଜେପିର ବ୍ଲୁ-ପ୍ରିଣ୍ଟ

author img

By ETV Bharat Odisha Team

Published : Oct 1, 2023, 8:06 PM IST

ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆ ଟିମକୁ ଷ୍ଟ୍ରଙ୍ଗ କରିବାକୁ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏନେଇ ଏକ ରାଜ୍ୟ ସ୍ତରୀୟ ସୋସିଆଲ ମିଡିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

social media workshop by bjp
ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଫୋକସ୍
ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆକୁ ଫୋକସ୍

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆ ଟିମକୁ ଷ୍ଟ୍ରଙ୍ଗ କରିବାକୁ ବିଜେପିର ବ୍ଲୁ-ପ୍ରିଣ୍ଟ । ରାଜ୍ୟସ୍ତରୀୟ ସୋସିଆଲ ମିଡିଆ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସଭାପତି ମନ ମୋହନ ସାମଲ ଓ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁମନ୍ତ୍ର ଦେଇଛନ୍ତି । ସୋସିଆଲ ମିଡ଼ିଆକୁ ଆୟୁଧ କରି କେନ୍ଦ୍ର ସରକାରଙ୍କ ବିକାଶ ମୂଳକ ଯୋଜନା, ଚନ୍ଦ୍ରଯାନ ଓ ଜି-20ର ସଫଳତାର ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛନ୍ତି । ସେହିପରି ବିଜେଡି ସରକାରର ଅରାଜକତା, ନେତା ମନ୍ତ୍ରୀଙ୍କ ଗୌଣ ଭୂମିକା ଭଳି ପ୍ରସଙ୍ଗ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ ।

ଫେସବୁକ,ଇନଷ୍ଟାଗ୍ରାମ,ଏକ୍ସ, କିମ୍ବା ହ୍ଵାଟ୍ସଆପ ଜରିଆରେ ଲୋକଙ୍କ ସହ ଅଧିକରୁ ଅଧିକ ଯୋଡି ହେବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସଭାପତି ମନ ମୋହନ ସାମଲ ଓ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ । ରାଜ୍ୟ ବିଜେପିର ସୋସିଆଲ ମିଡ଼ିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ କହିଛନ୍ତି, "ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଓଡ଼ିଶାରେ ଭ୍ରଷ୍ଟାଚାର ଓ ବିକାଶ ବିରୋଧି କାର୍ଯ୍ୟ ଚାଲିଛି । ଗଣତନ୍ତ୍ରର ଗତିରୋଧ କରି ଜନପ୍ରତିନିଧିମାନଙ୍କୁୁ ନିଷ୍କ୍ରିୟ କରାଯାଇ ପ୍ରଚାର ସର୍ବସ୍ୱ ଶାସନ ଚାଲିଛି । ସେସବୁକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ଗୁରୁଦାୟିତ୍ୱ ସୋସିଆଲ ମିଡିଆର ରହିଛି । ସେହିପରି ରାଜ୍ୟରେ ଯୁବ ଭୋଟରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ।"

ଏହା ବି ପଢନ୍ତୁ...2024 Election: ନିର୍ବାଚନ ପୂର୍ବରୁ ସଜବାଜ, ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ କଲା ବିଜେପି

ସେହିପରି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ବିକାଶ ପଥରେ ଅଗ୍ରସର ହେବା ସହିତ ଅନେକ ସଫଳତାରେ ବିଶ୍ୱରେ ପ୍ରଶଂସନୀୟ ହୋଇପାରିଛି । 'ସବକା ସାଥ୍ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ' ମାଧ୍ୟମରେ ଦେଶକୁ ସୁଦୃଢ଼ କରିବା ସହିତ ସାଧାରଣ ଲୋକଙ୍କ ପାଖରେ ଶୀର୍ଷ ନେତୃତ୍ୱ କିପରି ପହଞ୍ଚି ପାରିବେ ତାହା ମୋଦି କରି ଦେଖାଇଛନ୍ତି । ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସାମାଜିକ ଗଣମାଧ୍ୟମ ଦ୍ୱାରା ଭାରତୀୟ ଜନତା ପାର୍ଟିର ଆଭିମୁଖ୍ୟ, କାର୍ଯ୍ୟକ୍ରମ ଓ ବାର୍ତ୍ତାକୁ ପ୍ରଭାବୀ ଢଙ୍ଗରେ ତୃଣମୂଳ ସ୍ତର ଯାଏଁ ପହଞ୍ଚାଇବାର ଲକ୍ଷ୍ୟ ରହିଛି ।" ଏହିପରିଭାବେ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ସୋସିଆଲ ମିଡିଆରେ ପ୍ରଚାର କରିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ଏନେଇ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟସ୍ତରୀୟ ସୋସିଆଲ ମିଡିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.