ETV Bharat / state

ତମାଖୁ କବଳରେ ଯୁବପିଢି, ସଚେତନ କରାଇଲେ ବିଶେଷଜ୍ଞ

author img

By ETV Bharat Odisha Team

Published : Dec 20, 2023, 8:57 PM IST

Updated : Dec 20, 2023, 9:22 PM IST

Workshop organised on tobacco prevention: ତମାଖୁ ସେବନ ରୋକିବା ଲାଗି ଜନସ୍ବାସ୍ଥ୍ୟ ଉନ୍ନତି ପରାମର୍ଶ କର୍ମଶାଳା ଆୟୋଜିତ । ସାମାଜିକ ଅନୁଷ୍ଠାନ ପିକକ ତରଫରୁ ତମାଖୁ ନିରୋଧ ଅଭିଯାନ । ଆଗକୁ ପଢ଼ନ୍ତୁ,

ତମାଖୁ କବଳରେ ଯୁବପିଢି
ତମାଖୁ ନିରୋଧ ଅଭିଯାନ
ତମାଖୁ କବଳରେ ଯୁବପିଢି

ଭୁବନେଶ୍ବର: ତମାଖୁ ସେବନ ରୋକିବା ଲାଗି ଜନସ୍ବାସ୍ଥ୍ୟ ଉନ୍ନତି ପରାମର୍ଶ କର୍ମଶାଳା ଆୟୋଜିତ । ସାମାଜିକ ଅନୁଷ୍ଠାନ ପିକକ ତରଫରୁ ତମାଖୁ ନିରୋଧ ଅଭିଯାନ । ରାଜ୍ୟ ତଥା ରାଜ୍ୟ ବାହରର ବିଶେଷଜ୍ଞ ଡାକ୍ତରଙ୍କର ତମାଖୁ ହ୍ରାସ ଉପରେ ମତ । ଆଜିର ଯୁବପିଢ଼ିଙ୍କ ପାଇଁ ତମାଖୁ ଓ ମଦ୍ୟ ପାନକୁ ସଉକ ଭାବରେ ଗ୍ରହଣ କରୁଛନ୍ତି । ତେବେ ତାର କୁପ୍ରଭାବ ବିଷୟରେ ଅବଗତ କରାଇବା ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା ।

ପିକକ ସହଭାଗିତାରେ ରାଜ୍ୟ ତଥା ରାଜ୍ୟ ବାହରର ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ତମାଖୁ ହ୍ରାସ ଉପରେ ମତ ରଖିଥିଲେ। ଭାରତରେ ପ୍ରତିବର୍ଷ ତମାଖୁ ସେବନ ହେତୁ ୧୩.୫ ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥାଏ । ଭାରତରେ ଗ୍ଲୋବାଲ୍ ଆଡଲ୍ଟ ତମାଖୁ ସର୍ଭେ-ଇଣ୍ଡିଆ ଅନୁଯାୟୀ ପ୍ରାୟ ୨୭ କୋଟି ବୟସ୍କ ବ୍ୟକ୍ତି ତମାଖୁର ବ୍ୟବହାର କରନ୍ତି । ଏହି କ୍ରମରେ ଓଡିଶା ଗ୍ଳୋବାଲ୍ ଆଡଲ୍ଟ ତମାଖୁ ସର୍ଭେ-ଇଣ୍ଡିଆ ଅନୁଯାୟୀ, ୫୭.୬% ପୁରୁଷ, ୩୩.୬% ମହିଳା ଏବଂ ୪୫.୬% ବୟସ୍କ ତମାଖୁ ସେବନ କରିଥାନ୍ତି । ତେଣୁ ଉଭୟ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କୁ ରେଭିନ୍ବୁ କଲେକ୍ସନ ପାଇଁ ନୁହେଁ ମଣିଷର ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ଭାରତ ବର୍ଷର ଭବିଷ୍ୟତକୁ ନେଇ ତମାଖୁ ବର୍ଜନ ଉପରେ କାର୍ଯ୍ୟ କରିବାକୁ ପଡିବ । ଜୀବନର ମହତ୍ତ୍ବକୁ ବୁଝି ମଣିଷ ତମାଖୁ ସେବନ ପ୍ରତି ସଜାଗ ରହିଲେ ମୃତ୍ୟୁକୁ ରୋକିବା ଉପରେ ଚର୍ଚ୍ଚା କରାଗଲା ।

ଏହା ମଧ୍ୟ ପଢ଼ନ୍ତୁ... ରାଉରକେଲାରେ ଝାଡାବାନ୍ତି ଆତଙ୍କ; ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ସ୍ବାସ୍ଥ୍ୟ ସଚିବ

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶଷୀଭୂଷଣ ବେହେରା, ଅରବିନ୍ଦ ଢାଲି, ଅନନ୍ତ ନାରାୟଣ ଜେନା ଓ ବିଧାୟିକା ଲତିକା ପ୍ରଧାନ ଅତିଥି ଭାବରେ ଯୋଗଦେଇ ଥିଲେ । ତମାଖୁ ସେବନ ମୃତ୍ୟୁର ପ୍ରମୁଖ କାରଣ ହୋଇଥିବା ବେଳେ କ୍ୟାନ୍ସରର ମୂଳ କାରଣ ମଧ୍ୟ ହୋଇଥାଏ । ତେଣୁ ରାଜ୍ୟର ଏଭଳି ଉଦବେଗ ଜନକ ସ୍ଥିତିରେ ଯୁବ ବର୍ଗ ତମାଖୁ ସେବନ କରିବା ଚିନ୍ତା ଜନକ ସାଜିଛି । ତେଣୁ ଉତ୍ତମ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଧୂମପାନ ଉପରେ ବ୍ୟାପକ ନିଷେଧ ସର୍ବସାଧାରଣ ସ୍ଥାନରେ ଜରୁରୀ ଅଟେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

କାରଣ ବର୍ତ୍ତମାନ ବାର୍ ଏବଂ କ୍ୟାଫେରେ ହୁକା ଧୂମପାନ ବିଶେଷ ଭାବରେ ଯୁବ ପିଢ଼ି ମଧ୍ୟରେ ପ୍ରଚଳିତ ହେଉଛି । ରାଜ୍ୟରେ ହୁକ୍କା ବ୍ୟବହାରରେ ଅସ୍ୱାଭାବିକ ବୃଦ୍ଧି ଘଟିଛି । ଏହାକୁ ନେଇ ତମାଖୁ ସେବନର ମାତ୍ର ବଢିଛି । ତେଣୁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟର ବିକ୍ରିକୁ ନିଷିଦ୍ଧ କରିବାର ଆବଶ୍ୟକ‌ତା ରହିଛି । ଆଉ ଏଥିପାଇଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏଭଳି କର୍ମଶାଳା ଅନୁଷ୍ଠିତ ହେଉଛି । ତମାଖୁକୁ କିଭଳି ଦୈନନ୍ଦିନ ଜୀବନରେ ବ୍ୟବହାର କରିବେ ନାହିଁ ସେଥିପ୍ରତି ଯତ୍ନବାନ ହୋଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 20, 2023, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.