ETV Bharat / state

Parliament Special Session: ମହିଳା ସଂରକ୍ଷଣ ବିଲ ନେଇ ବଢିଲା ଆଶା, ଦାବି କରିଥିଲା ବିଜେଡି

author img

By ETV Bharat Odisha Team

Published : Sep 6, 2023, 5:37 PM IST

ସଂସଦର ଆସନ୍ତା ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆସିବା ନେଇ ଆଶା ବଢିବାରେ ଲାଗିଛି । ଯାହାକୁ ନେଇ ବିଜୁ ଜନତା ଦଳ ଉତ୍ସାହିତ ରହିଛି । ଦଳର ଆଭିମୁଖ୍ୟ ସ୍ପଷ୍ଟ ରହିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳା ସଂରକ୍ଷଣ ବିଲ ପାସ କରାଇବାକୁ ଦାବି କରିଥିଲେ । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉପସ୍ଥାପନ କରିଥିଲେ । ଅଧିକ ପଢନ୍ତୁ

ମହିଳା ସଂରକ୍ଷଣ ବିଲ ନେଇ ବଢିଲା ଆଶା, ଦାବି କରିଥିଲା ବିଜେଡି

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ ନେଇ ଆଶା ବଢିଛି । ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ବୟାନ ପରେ ମହିଳା ସଂରକ୍ଷଣ ବିଲ ନେଇ ଏକ ପ୍ରକାର ଆଶା ବୃଦ୍ଧି ପାଇଛି । ସଂସଦର ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ଏହା ଆସିବ ବୋଲି ଚର୍ଚ୍ଚା ଲାଗି ରହିଛି । ମହିଳା ସଂରକ୍ଷଣ ବିଲକୁ ନେଇ ବିଜେଡି ବେଶ ଆଶାବାଦୀ ରହିଛି । ଆମେ ସମର୍ଥନ କରିବୁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ।

ଏହାବି ପଢନ୍ତୁ- RajyaSabha: ସଂସଦରେ ବିଜେଡି ପୁଣି ଉଠାଇଲା ମହିଳା ସଂରକ୍ଷଣ ଦାବି

ସଂସଦର ଆସନ୍ତା ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆସିବା ନେଇ ଆଶା ବଢିବାରେ ଲାଗିଛି । ଯାହାକୁ ନେଇ ବିଜୁ ଜନତା ଦଳ ଉତ୍ସାହିତ ରହିଛି । ଦଳର ଆଭିମୁଖ୍ୟ ସ୍ପଷ୍ଟ ରହିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳା ସଂରକ୍ଷଣ ବିଲ ପାସ କରାଇବାକୁ ଦାବି କରିଥିଲେ । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉପସ୍ଥାପନ କରିଥିଲେ । ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି କରିଥିଲେ । ମହିଳା ସଶକ୍ତୀକରଣ ପାଇଁ ସଂରକ୍ଷଣ ଆବଶ୍ୟକତା ରହିଛି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ କହିଥିଲେ । ଏହା ସହ ୨୦୧୯ରେ ଏକ ତୃତୀୟାଂଶ ମହିଳାଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବା ବିଜେଡି କହିଛି ।

ଏହାବି ପଢନ୍ତୁ- ନିର୍ବାଚନରେ ମହିଳା ସଂରକ୍ଷଣ ପ୍ରସଙ୍ଗ: ବିଜେଡି 50%, କଂଗ୍ରେସ 60%, ବିଜେପି କେତେ ?

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଗୋଟେ ସମୟରେ କୁହାଯାଉଥିଲା, ‘ଯାହା ଆଜି ବେଙ୍ଗଲ ଭାବୁଛି, ଆସନ୍ତାକାଲି ତାହା ଭାରତ ଭାବେ' । ବର୍ତ୍ତମାନ ସମୟ ଆସିଛି, ଓଡିଶାରେ ଯାହା କୁହାଯାଉଛି ବା ମୁଖ୍ୟମନ୍ତ୍ରୀ ଯେଉଁ ମତ ରଖୁଛନ୍ତି, ସେ ମତଟିକୁ ସାରା ଭାରତବର୍ଷ ପରବର୍ତ୍ତୀ ଅବସ୍ଥାରେ ସମର୍ଥନ କରୁଛନ୍ତି । ଏହା ନିଶ୍ଚୟ ଭାବେ ଏକେ ଶୁଭ ସୂଚନା । ମହିଳା ସଂରକ୍ଷଣ ସମ୍ପର୍କରେ ବିଜୁ ଜନତା ଦଳର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଏପରିକି ସଂରକ୍ଷଣ ବ୍ୟବସ୍ଥା ନଥାଇ ବି ବିଜେଡି ପକ୍ଷରୁ ଏକ ତୃତୀୟାଂଶ ମହିଳା ସଂସଦକୁ ଯାଇଛନ୍ତି । ଏହି ବିଲକୁ ଯଦି ଉପରାଷ୍ଟ୍ରପତି ସମର୍ଥନ କରୁଛନ୍ତି । ତେଣୁ ଦେଶରେ ଏହାକୁ ନେଇ ଏକ ସହମତି ହେବ । ମହିଳା ସଂରକ୍ଷଣ ବିଲ ଦୀର୍ଘ ଦିନ ହେବ ପଡି ରହିଛି । ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ସବୁଠୁ ଆଗରେ ରହିବ । ଯେହେତୁ ଆମେ ଆଗେ ଉତ୍ଥାପନ କରିଛୁ । ପ୍ରସଙ୍ଗରେ ବିଜେଡିର ପ୍ରସ୍ତାବକୁ ସବୁ ରାଜନୈତିକ ଦଳ ଏକପ୍ରକାର ସମର୍ଥନ ଦେଇଛନ୍ତି । ଆନୁଷ୍ଠାନିକ ଭାବେ ବିଧିବ୍ୟବସ୍ଥା ଭିତରେ ସଂରକ୍ଷଣ ବିଲ ଆସି ସଂସଦରେ ଗୃହୀତ ହେବ ।

ଏହାବି ପଢନ୍ତୁ-'33 ପ୍ରତିଶତ ମହିଳା ସଂରକ୍ଷଣ ବିଜେଡିର ଦୋମୁହାଁ ନୀତି'

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ ଆସିଲେ ଆମେ ସ୍ୱାଗତ କରିବୁ । କଂଗ୍ରେସ ସରକାର ଥିବା ସମୟରେ କିଛି ବିଲ ପାସ କରିଥିଲା । ଅଧାରେ ରହିଯାଇଥିଲା । ତାକୁ ସମ୍ପୂର୍ଣ୍ଣ କରନ୍ତୁ । ମହିଳା ଭୋଟ ପାଇଁ ସବୁ ରାଜନୈତିକ ଦଳ ଉଦ୍ୟମ କରୁଛନ୍ତି । ସବୁ ଦଳ ସବୁ ଉପାୟ ଅବଲମ୍ବନ କରୁଛନ୍ତି । ଅତଏବ ମହିଳା ସଂରକ୍ଷଣ ଯଦି ହୁଏ, ବିଲ ପାସ ପାଇଁ ଯିଏ ଉଦ୍ୟମ କରିବ ସିଏ ଶ୍ରେୟ ନେବ । ନିଶ୍ଚୟ ଭାବରେ ଏହା ନିର୍ବାଚନ ଉପରେ କିଛି ପ୍ରଭାବ ପକାଇବ । କିଛି ଟା କାହିଁକି ବିରାଟ ପ୍ରଭାବ ପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.