ETV Bharat / state

ସାମ୍ବାଦିକାଙ୍କୁ ଅସଦାଚରଣ ମାମଲା, ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ - ସାମ୍ବାଦିକାଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଦୁର୍ବ୍ୟବହାର

ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଦୁର୍ବ୍ୟବହାର ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ । ଅଧିକ ପଢନ୍ତୁ

women commission register case against sanjay

author img

By ETV Bharat Odisha Team

Published : Nov 4, 2023, 1:43 PM IST

Updated : Nov 4, 2023, 2:21 PM IST

women commission register case against sanjay

ଭୁବନେଶ୍ବର: ଇଟିଭି ଭାରତରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଅଶାଳୀନ ବ୍ୟବହାର ଘଟଣା । ଏନେଇ ବିଭିନ୍ନ ମହଲରୁ କଡା ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନେକ ରାଜନେତା ସହ ଅଭିନେତା ମହିଳା ସାମ୍ବାଦିକାଙ୍କ ସମର୍ଥନରେ ବାହାରିଛନ୍ତି । ନ୍ୟାୟ ଦାବି କରି ଶୁକ୍ରବାର ସାମ୍ବାଦିକା ଖାରବେଳ ଥାନରେ ଅଭିଯୋଗ କରିଥିଲେ । ଏହାରି ଭିତରେ ମହିଳା କମିଶନ ମଧ୍ୟ ସାମ୍ବାଦିକା ଦେବସ୍ମିତାଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି । ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଲେ ମହିଳା କମିଶନ।

ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲାରେ ମାମଲା ରୁଜୁ କରାଯାଇଥିବା ନେଇ ମହିଳା କମିଶନ ଅଧକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଥିବା ବେଳେ 15 ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, "ସମାଜର ବାର୍ତ୍ତାକୁ ସର୍ବସମ୍ମୁଖରେ ପରିପ୍ରକାଶ କରିବା ସାମ୍ବାଦିକଙ୍କ କାର୍ଯ୍ୟ ହୋଇଥାଏ। କିନ୍ତୁ ମହିଳା ସାମ୍ବାଦିକାଙ୍କ ଉପରେ ଆକ୍ରମଣ ହେବା ଏକ ନିନ୍ଦାର କଥା। ଏନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି ଆମେ ଡିସିପିଙ୍କୁ ଚିଠି ଲେଖିଛୁ। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ କହିଛୁ। 15 ଦିନ ସମୟ ଦେଇଛୁ।"

ଏହା ମଧ୍ୟ ପଢନ୍ତୁ: କାହିଁକି ଡ୍ୟୁଟିରେ ଥିବା ସାମ୍ବାଦିକାଙ୍କୁ ମାଡ ମାରିଲେ ପ୍ରଯୋଜକ ? ଘଟଣା କହୁ କହୁ କାନ୍ଦି ପକାଇଲେ ଦେବସ୍ମିତା

କଣ ରହିଥିଲା ଘଟଣା: ଇଟିଭି ଭାରତର ସିନେ ରିପୋର୍ଟର ଦେବସ୍ମିତା ରାଉତଙ୍କ ଅଭିଯୋଗ ଅନୁସାରେ, ଭୁବନେଶ୍ୱର ଏସ କମ୍ପ୍ଲେକ୍ସରେ 'ପ୍ରଥା' ଫିଲ୍ମର ପ୍ରିମିୟର ସୋ'ର ଖବର ସଂଗ୍ରହ ପାଇଁ ଯାଇଥିଲେ ଇଟିଭି ଭାରତର ମହିଳା ସାମ୍ବାଦିକା ଦେବସ୍ମିତା ରାଉତ । ସେଠାରେ ଦେବସ୍ମିତା ଖବର‌ ପାଇଁ ଅପେକ୍ଷା କରି ଠିଆ ହୋଇଥିବା ସମୟରେ ପଛପଟୁ ଆସି ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ହଠାତ୍ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ ।

ପରେ ତାଙ୍କର ବୁମ ତଳେ ପଡିଯାଇଥିବା ବେଳେ ଟୁଟୁ ନଉଠାଇ ଚାଲି ଯାଇଥିଲେ। "ତେବେ କାହିଁକି ଏଭଳି ଆଚରଣ କରୁଛନ୍ତି ?" ବୋଲି ଟୁଟୁ ନାୟକଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକା । ହେଲେ ସେ କୌଣସି ଉତ୍ତର ଦେଇନଥିଲେ । ସାମ୍ବାଦିକାଙ୍କ କହିବା ଅନୁସାରେ ବିନା କାରଣରେ ପ୍ରଯୋଜକ ମୋ ସହ କେଉଁ ଅଧିକାରେ ଦୁର୍ବ୍ୟବହାର କରିବେ ? ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମହିଳା କମିଶନ ମଧ୍ୟ ଆଜି ଆଡୁ ମାମଲା ରୁଜୁ କରିଛି । ଟୁଟୁଙ୍କ ନାଁରେ ଅସଦାଚରଣ ପରି ଲାଗିଛି ସଙ୍ଗୀନ ଦଫା ଲାଗିଛି । ଟୁଟୁଙ୍କ ନାଁରେ ଲାଗିଛି ଦଫା 354, 294, 341 ଓ 323 । ଦଫା 354- ମହିଳାଙ୍କୁ ଅସଦାଚରଣ । ଦଫା 294- ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା । ଦଫା 341- କିଛି ସମୟ ପାଇଁ ଅଟକାଇବା । ଦଫା 323- ଆଘାତ ଦେବା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2023, 2:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.