ETV Bharat / state

୩ହଜାର ଟଙ୍କା ପାଇଁ ଖୁଣ୍ଟରେ ବାନ୍ଧି ମହିଳାଙ୍କୁ ମାଡ

ଅତି ନିର୍ଦ୍ଦୟ ଭାବେ ବିଦ୍ୟୁତ ଖୁଣ୍ଟରେ ମହିଳାଙ୍କୁ ବାନ୍ଧି ମାଡ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଥିବାବେଳେ ପୋଲିସ 2ଜଣଙ୍କୁ ଗିରଫ କରିଛି ।

author img

By

Published : Jul 10, 2019, 11:03 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ତିନି ହଜାର ଟଙ୍କା ପାଇଁ ମହିଳାଙ୍କୁ ବାନ୍ଧି ମାଡ ମାରିବା ଘଟଣା । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ବୋଲଗଡ଼ ଥାନା ଡାବଧୂଆ ପାଟଣାର ଚୁଡା ଗ୍ରାମରେ । ଅତି ନିର୍ଦ୍ଦୟ ଭାବେ ବିଦ୍ୟୁତ ଖୁଣ୍ଟରେ ମହିଳାଙ୍କୁ ବାନ୍ଧି ମାଡ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଥିବାବେଳେ ପୋଲିସ 2ଜଣଙ୍କୁ ଗିରଫ କରିଛି ।

ମାଡ ଖାଇଥିବା ମହିଳା ଜଣକ ହେଲେ ଚୁଡା ଗ୍ରାମର କବିତା ସାହୁ । ତାଙ୍କ ସ୍ବାମୀ ବାହାର ରାଜ୍ୟକୁ କାମ କରିବାକୁ ଯିବା ସମୟରେ କବିତା ସେହି ଗ୍ରାମର ଶାନ୍ତିଲତା ଓ କୁମୁଦିନୀଙ୍କ ଠାରୁ ୩ହଜାର ଟଙ୍କା ଧାର ଆଣିଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ମାତ୍ର ଟଙ୍କା ଫେରାଇବାରେ ବିଳମ୍ବ ଯୋଗୁ ମଙ୍ଗଳବାର ଅପରାହ୍ନରେ ଦୁଇ ମହିଳା ସେମାନଙ୍କ ସ୍ୱାମୀଙ୍କ ସହ ମିଶି କବିତାଙ୍କୁ ଗାଁ ମୁଣ୍ଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଏହି ଘଟଣା ଘଟିବା ସମୟରେ ଗ୍ରାମବାସୀ ଥିଲେ ମଧ୍ୟ କେହି ବି ବିରୋଧ କରି ନଥିଲେ । ପରେ କିଛି ଯୁବକଙ୍କ ସହଯୋଗରେ ମହିଳାଙ୍କୁ ଉଦ୍ଧାର କରାଯାଇ ବୋଲଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏହାକୁ ନେଇ କବିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବୋଲଗଡ ଥାନା ନିରୀକ୍ଷକ ସେଖ ଆକବର ଅଲ୍ଲୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:୩ହଜାର ଟଙ୍କା ପାଇଁ ରାସ୍ତା ମଝିରେ ମହିଳାଙ୍କୁ ଖୁଣ୍ଟ ରେ ବାନ୍ଧି ମାଡ

ଖୋର୍ଦ୍ଧା : ବୋଲଗଡ଼ ଥାନା ଡାବଧୂଆପାଟଣାର ଚୂଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ମାତ୍ର ୩ହଜାର ଟଙ୍କା ପାଇଁ ଜନୈକ ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଛି ।ଚୁଡା ଗ୍ରାମ ରାମେଶ୍ଵର ମୌଜାର କବିତା ସାହୁଙ୍କ ସ୍ୱାମୀ ଯୋଗୀ କିଛି ଦିନ ତଳେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯାଇଥିଲେ ।ଏଥି ନିମନ୍ତେ ବାଟଖର୍ଚ୍ଚ ନିମିତ୍ତ ସେହି ଗ୍ରାମର ସୌରିଆ ସାହୁଙ୍କ ସ୍ତ୍ରୀ ଶାନ୍ତିଲତା ଓ ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ କୁମୁଦିନୀଙ୍କ ଠାରୁ କବିତା ୩ହଜାର ଟଙ୍କା ଧାର ଆଣିଥିଲେ । Body:ତେବେ ଟଙ୍କା ଫେରାଇବା ରେ ବିଳମ୍ବ ଯୋଗୁ ମଙ୍ଗଳବାର ଅପରାହ୍ନରେ ଦୁଇମହିଳାକ ସହ ତାଙ୍କର ସ୍ୱାମୀ କବିତାଙ୍କୁ ଗାଁ ମୁଣ୍ଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ।ଏହି ଘଟଣା ବହୁ ଲୋକ ଦେଖିଥିଲେ ମଧ୍ୟ କେହି ଛଡାଇବାକୁ ସାହସ କରିନଥିଲେ ।ପରେ ସେହି ବାଟରେ ଯାଉଥିବା ଗ୍ରାମର ହୁଲାସ ସାହୁ ନାମକ ଯୁବକ ସହ ୟୁର୍ଥଓଡିଶା ଯୁବକ ମାନେ କବିତାକୁ ଉଦ୍ଧାର କରିଥିଲେ ।ପରେ ଯୁବକଙ୍କ ଦ୍ଵାରା ବୋଲଗଡ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପରେ କବିତା ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଘଟଣା ତଦନ୍ତ ଚାଲିଥିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବୋଲଗଡ ଥାନା ନିରୀକ୍ଷକ ସେଖ୍ ଆକବର ଅଲ୍ଲୀ କହିଛନ୍ତି । Conclusion:ଘଟଣା ସମ୍ପର୍କରେ ଥାନା ରେ ଏକ ମାମଲା ରୁଜୁ ହୋଇଛି ।ସରକାର ମା କୁ ସମ୍ମାନ କହୁଥିବା ବେଳେ କେବେ ଏହି ମହିଳାଙ୍କୁ ନ୍ୟାୟ ଦେଉଛି ଦେଖିବାକୁ ରହିଲା ।ବୋଲଗଡ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.