ଖୋର୍ଦ୍ଧା: ବ୍ରାଉନସୁଗାରର ପେଣ୍ଠସ୍ଥଳ ପାଲଟିଛି ଖୋର୍ଦ୍ଧା ସହର । ଯେତେ ଚଢ଼ାଉ କଲେ ବି ବ୍ରାଉନସୁଗାର କାରବାର କମିବାର ନାଁ ଧରୁନି। ସେହିଭଳି ଆଜି(ସୋମବାର) ରାଜ୍ୟ ଫ୍ଲାଇଙ୍ଗ ସ୍କ୍ବାର୍ଡର ଏକ ଟିମ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବରୁଣେଇ ନଗରର ଏକ ଘରେ ଚଢ଼ାଉ କରି ଅନିତା ପରମଗୁରୁ ନାମ୍ନୀ ମହିଳାକୁ ଗିରଫ କରି ତା’ଠାରୁ 180 ଗ୍ରାମ ବ୍ରାଉନସୁଗାର ଜବତ କରିଛି ।
ଅନେକ ଦିନ ଧରି ଏହି ମହିଳା ବ୍ରାଉନସୁଗାର କରାବାରରେ ସମ୍ପୃକ୍ତ ଥିଲେ । ବ୍ରାଉନସୁଗାର କାରଵାରରେ ସମ୍ପୃକ୍ତ ମହିଳା ଏକା ନା ତାଙ୍କ ସହ ଅନ୍ୟ କିଏ ଅଛନ୍ତି ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ତାହା ତଦନ୍ତ କରୁଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 18 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ