ETV Bharat / state

ଖୋର୍ଦ୍ଧାରେ ବଢୁଛି ନିଶା କାରବାର, ଜିଲ୍ଲାପାଳଙ୍କୁ ଫେରାଦ ଦେଲେ ମହିଳା - liquore

ଖୋର୍ଦ୍ଧାରେ ବ୍ରାଉନସୁଗାର, ଚୋରା ମଦ, ଗଞ୍ଜେଇ ବ୍ୟାପକ ମାତ୍ରାରେ ବିକ୍ରି ହେଉଛି । ଏହାକୁ ବନ୍ଦ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁସୁମାଟି ଓ ଛଣଘର ଗ୍ରାମର ମହିଳା ମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 6, 2019, 8:56 PM IST

ଖୋର୍ଦ୍ଧା: ଖୋର୍ଦ୍ଧାରେ ବ୍ରାଉନସୁଗାର, ଚୋରା ମଦ, ଗଞ୍ଜେଇ ବ୍ୟାପକ ମାତ୍ରାରେ ବିକ୍ରି ହେଉଛି । ଗାଁର ପାନ ଦୋକାନଠାରୁ ଆରମ୍ଭ କରି ତେଜରାତି ଦୋକାନରେ ଏହି ନିଶାଦ୍ରବ୍ୟ ଅବାଧରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏହାର ପ୍ରତିବାଦ କରି କିଛି ମହିଳା ଆଜି (ଗୁରୁବାର) ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଦିନକୁ ଦିନ ନିଶା କାରବାର ଏତେ ବଢିଯାଇଛି ଯେ ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହାଇଛି । ସେପଟେ ଏଥିଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ଓ ମଦମୃତ୍ୟୁ ହେବା ଆଶଙ୍କା ମଧ୍ୟ ରହିଛି । ତେବେ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ପୋଲିସ ଓ ଅବକାରୀ ବିଭାଗ ଅନୁକମ୍ପା ଦେଖାଉଛି । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁସୁମାଟି ଓ ଛଣଘର ଗ୍ରାମର ମହିଳା ମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଏହି ଜହର ବିକ୍ରି ହେବା ଯୋଗୁଁ ସେମାନଙ୍କ ପରିବାରରେ ଆଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଯାହା ଫଳରେ ଗ୍ରାମବାସୀ ନିଶାଶକ୍ତଙ୍କ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତେଣୁ ନିଶା ବ୍ୟବସାୟୀଙ୍କୁ ଗିରଫ କରିବା ସହ ନିଶା ବିକ୍ରି ଉପରେ ରୋକ ଲଗାଇବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ମହିଳା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.