ETV Bharat / state

ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ଶରୀର ଦୁଇଖଣ୍ଡ

author img

By

Published : Nov 23, 2020, 8:20 PM IST

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀର ଶରୀର ଦୁଇଖଣ୍ଡ ହୋଇଯାଇଛି । ଅଧିକ ପଢନ୍ତୁ...

Woman's body found in 2 pieces by husband's stab wound in Khurda
ସ୍ବାମୀର କଟୁରୀ ଚୋଟରେ ମହିଳାଙ୍କ ଶରୀର ଦ୍ବିଖଣ୍ଡ

ଖୋର୍ଦ୍ଧା: ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଝରିଆଟାଙ୍ଗୀ ଗ୍ରାମରେ ସୋମବାର ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ବାମୀ କଟୁରୀରେ ନିଜ ସ୍ତ୍ରୀର ଗଳାକାଟି ହତ୍ୟା କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ସୋମବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟିଛି । ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମର ବିଭୁ ରାଉତରାୟ କଟୁରୀରେ ତା ସ୍ତ୍ରୀ ଗଳାକାଟି ହତ୍ୟା କରିଛି । ଫଳରେ ମହିଳାଙ୍କ ଶରୀର ଦୁଇଖଣ୍ଡ ହୋଇଯାଇଛି । ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବିଭୁଙ୍କୁ ଅଟକ ରଖିଛି । ତେବେ ହତ୍ୟାକାଣ୍ଡର କାରଣ ସଂପର୍କରେ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣା ସଂପର୍କରେ ଜଣାପଡିବା ପରେ ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.