ETV Bharat / state

ଗାଁ ଦାଣ୍ଡରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, OHRC ନିକଟରେ ଫେରାଦ ହେଲେ ପୀଡିତା - ବେଗୁନିଆ ଥାନା

ଗାଁ ଦାଣ୍ଡରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଓ ଘର ପୋଡି ଘଟଣାରେ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି ପୀଡିତା । ଅଧିକ ପଢନ୍ତୁ...

ଗାଁ ଦାଣ୍ଡରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, OHRC ନିକଟରେ ଫେରାଦ ହେଲେ ପୀଡିତା

author img

By

Published : Nov 24, 2020, 4:23 PM IST

Updated : Nov 24, 2020, 4:57 PM IST

ଭୁବନେଶ୍ବର: ଗାଁ ଦାଣ୍ଡରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଓ ଘର ପୋଡି ଘଟଣାରେ ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ହୋଇଛି ଅଭିଯୋଗ । ମରଣାନ୍ତକ ଆକ୍ରମଣ କରିବା ସହ ଘର ପୋଡ଼ିଦେବା ପରେ ମଧ୍ୟ ପୋଲିସର କାର୍ଯ୍ୟନୁଷ୍ଠାନ ଶୁନ୍ୟ। ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି ପୀଡିତା ।

ଗାଁ ଦାଣ୍ଡରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, OHRC ନିକଟରେ ଫେରାଦ ହେଲେ ପୀଡିତା

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ କଡବ ଗାଁର ରୀନା ନାୟକ। ରୀନାଙ୍କ ଘର ସମ୍ମୁଖରେ ରହିଥିବା ଏକ ପିଣ୍ଡାକୁ ନେଇ ରହିଛି ସମସ୍ୟା। ଗାଁର କିଛି ଅସାମାଜିକ ଯୁବକମାନେ ଏହି ପିଣ୍ଡାରେ ରାତି ତମାମ ବସି ରହି ନିଶାଦ୍ରବ୍ୟ ସେବନ ସହ ଗାଳିଗୁଲଜ କରିଥାନ୍ତି। ଏହାକୁ ବାରମ୍ବାର ବିରୋଧ କରିବା ପରେ ଗ୍ରାମବାସୀମାନେ ରୀନାଙ୍କ ପରିବାରକୁ ଦୀର୍ଘ ଦେଢ଼ ବର୍ଷ ଧରି ଗ୍ରାମରୁ ନିଆଁ ପାଣି ବାଛନ୍ଦ କରିଦେଇଥିଲେ । ହେଲେ ଗତ ନଭେମ୍ବର 16ରେ ଘରେ କୌଣସି ମୁରବୀ ନଥିବା ବେଳେ ରୀନା ନାୟକଙ୍କୁ ଆକ୍ରମଣ କରିବା ସହ ରାସ୍ତାରେ ପକାଇ ଲୋକଙ୍କ ସାମ୍ନା ରେ ମାଡ଼ ମାରିଥିଲେ ଏହି ଅସାମାଜିକ ଯୁବକମାନେ। ତାଙ୍କ ଘର ମଧ୍ୟ ପୋଡି ଦେଇଥିଲେ ଏମାନେ ।

ରୀନା ନାୟକଙ୍କ କହିବା ଅନୁଯାୟୀ ପୂର୍ବତନ ସ୍ଥାନୀୟ ସରପଞ୍ଚ ନଳିନୀ ବଡ଼ଜେନାଙ୍କ ସମେତ 20ରୁ ଉର୍ଦ୍ଧ୍ବ ଲୋକ ଏଥିରେ ସମ୍ପୃକ୍ତ ରହିଛନ୍ତି। ଏଭଳି ଘଟଣା ଘଟିଲା ପରେ ବି ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହାସହ ସେମନଙ୍କର ମିଥ୍ୟା ଅଭିଯୋଗକୁ ନେଇ ପାଲଟା ରୀନା ନାୟକଙ୍କ ଉପରେ ମାମଲା କରିଛନ୍ତି। ଏନେଇ ନିଜର ମାନବାଧିକାର କ୍ଷୂର୍ଣ୍ଣ ହେବା ସହ ଯେଉଁମାନେ ଘର ପୋଡିଛନ୍ତି ଓ ଗାଁ ଦାଣ୍ଡରେ ମାଡ ମାରିଛନ୍ତି ସେମାନଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକରରେ ଆଭିଯୋଗ କରିଛନ୍ତି ରୀନା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Nov 24, 2020, 4:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.