ETV Bharat / state

Winter Session of Odisha Assembly: କାଲି ବସିବ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ - ଷୋଡଶ ବିଧାନସଭା

ଆସନ୍ତା 24ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର 24 ତାରିଖରେ ଅର୍ଥ ମନ୍ତ୍ରୀ 2022/23 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଅଧିକ ପଢନ୍ତୁ

Winter Session of Odisha Assembly: କାଲି ବସିବ ବିଜେପି କଂଗ୍ରେସ ବିଧାୟକ ଦଳ ବୈଠକ

author img

By

Published : Nov 22, 2022, 7:24 PM IST

ଭୁବନେଶ୍ବର: ଆସନ୍ତା 24ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର 24 ତାରିଖରେ ଅର୍ଥ ମନ୍ତ୍ରୀ 2022/23 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

ଏହାବି ପଢନ୍ତୁ- Padmapur By Poll: ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ତେବେ ଶୀତ ଅଧିବେଶନକୁ ନେଇ ଆଜି ବିଜେପି ଓ କଂଗ୍ରେସ ନିଦ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Jay Narayan Mishra Leader of opposition) କହିଛନ୍ତି ଆସନ୍ତା କାଲି ଦିନ 11 ଟାରେ ଦଳୀୟ କାର୍ଯ୍ୟାଳୟରେ ବିରୋଧୀ ଦଳ ବିଧାୟକଙ୍କ ବୈଠକ ବସିବ । ବୈଠକରେ ଦଳୀୟ ରଣନୀତି ସ୍ଥିର ହେବ । ବିଧାନସଭାରେ ଚାଷୀ, ଆଇନଶୃଙ୍ଖଳା ଭଳି ପ୍ରସଙ୍ଗକୁ ଦଳ ପ୍ରମୁଖ ମୁଦ୍ଦା କରିବ ବୋଲି କହିଛନ୍ତି ।

ଏହାବି ପଢନ୍ତୁ- Firing In Assam Meghalaya Border: ଆସାମ-ମେଘାଳୟ ସୀମାରେ ଗୁଳିକାଣ୍ଡ, 6 ମୃତ

ସେପେଟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କଂଗ୍ରେସ ବିଧାୟକ ଦଳ ବୈଠକ ବସିବା ପରେ ରଣନୀତି ଚୂଡାନ୍ତ ହେବ । କଂଗ୍ରେସ ହାଇ ପ୍ରୋଫାଇଲ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ସରକାରଙ୍କୁ ଘେରିବ । ଏହା ସହିତ ଚାଷୀ ସମସ୍ୟା, ମଣ୍ଡିରେ କଟନୀ ଛଟନୀ, ଫସଲ ବୀମା ଟଙ୍କା ନ ପାଇବା, ଦାଦାନ ସମସ୍ୟା, ବେକାରୀ ଏବଂ ଆଇନଶୃଙ୍ଖଳା ସମସ୍ୟାକୁ ପ୍ରସଙ୍ଗ କରିବ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.