ETV Bharat / state

ବଢୁଛି ଶୀତ କମିଛି ରାତି ତାପମାତ୍ରା - ଭୁବନେଶ୍ବର ନ୍ୟୁଜ

ଥଣ୍ଡାରେ ଥରୁଛି କନ୍ଧମାଳ ଜିଲ୍ଲା । 3 ଦିନ ଧରି ଜି ଉଦୟଗିରିରେ ସର୍ବନିମ୍ନ ତାପାମାତ୍ରା ରେକର୍ଡ କରିଥିବା ବେଳେ ଆଜି 10 ଡିଗ୍ରୀ ତଳେ ଅଛି 8ଟି ସହର। ଅଧିକ ପଢନ୍ତୁ

winter cold to increase
ବଢୁଛି ଶୀତ
author img

By

Published : Dec 22, 2022, 7:35 PM IST

ବଢୁଛି ଶୀତ

ଭୁବନେଶ୍ବର: ବଢୁଛି ଶୀତ କମିଛି ରାତି ତାପମାତ୍ରା । ଥଣ୍ଡାରେ ଥରୁଛି କନ୍ଧମାଳ ଜିଲ୍ଲା । ତେବେ ଲଗାତାର 3 ଦିନ ଧରି ଜି ଉଦୟଗିରି ସର୍ବନିମ୍ନ ତାପାମାତ୍ରା ରେକର୍ଡ କରିଥିବା ବେଳେ ଆଜି 10 ଡିଗ୍ରୀ ତଳେ ଅଛି 8 ସହର । ଆସନ୍ତା 2 ଦିନ ମଧ୍ୟରେ ବଢିବ ରାତି ତାପମାତ୍ରା ରାଜ୍ୟରୁ କମିବ ଶୀତ ।

ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏଥିପାଇଁ ରାଜ୍ୟରେ ଉତ୍ତରା ବାୟୁ ପ୍ରବାହିତ ହେଉଛି । ବାୟୁର ପ୍ରଭାବରେ ରାତି ତାପମାତ୍ରା ବଢ଼ିଛି । ଏଥିପାଇଁ ସାରା ଓଡ଼ିଶା ଥରୁଛି । ଆଗକୁ ଶୀତର ପ୍ରକୋପ କମିବ କହିଛି ପାଣିପାଗ ବିଭାଗ । ଡିସେମ୍ବର ୨୪ରୁ ରାତ୍ରି ତାପମାତ୍ର ୨ ରୁ ୪ ଡିଗ୍ରୀ ବଢିବ । ଗତ କିଛି ଦିନ ଧରି ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି । ଅନେକ ସହରରେ ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ତେବେ ଲଗାତର ୩ ଦିନ ଧରି କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ମଧ୍ୟ ସର୍ବନିମ୍ନ ରାତି ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ଭୁବନେଶ୍ବର 14.6 ଓ କଟକରେ ୧୪.୪ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ଶିମିଳିଗୁଡାରେ ୬.୫ ଡିଗ୍ରୀ , କୋରେଇ ୭.୮ ଡିଗ୍ରୀ ଫୁଲବାଣୀ ୮ ଡିଗ୍ରୀ, ଚିପିଲିମା ୮.୨ ଡିଗ୍ରୀ,ଝାରସୁଗୁଡ଼ା ୮.୭ ଡିଗ୍ରୀ, ଦାରିଙ୍ଗୀବାଡି ୧୦.ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ଗୁରୁଚାପ ବଳୟ ଧୀରେ ଧୀରେ ପୂର୍ବ ଆଡକୁ ମୁହାଁଇବା ସହ ସାମୁଦ୍ରିକ ବାୟୁ ପ୍ରଭାବ ରାଜ୍ୟରେ ବୃଦ୍ଧି ହେବ । ବଢ଼ିବ ରାତି ତାପମାତ୍ରା ଆସ୍ତେ ଆସ୍ତେ ଶୀତ କମିବ ।

୨୪ , ୨୫ ଓ ୨୬ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ କୁହୁଡିର ଅଧିକ ପ୍ରଭାବ ସମ୍ଭାବନା ରହୁଛି । ମୁଖ୍ୟତଃ ଉତ୍ତର ଓଡିଶାର ବାଲେଶ୍ବର, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳରେ ଯାତାୟତର ସ୍ଥିତିରେ ବାଧାପ୍ରାପ୍ତ ହୋଇପାରେ ବୋଲି ଆଗୁଆ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଥିବା ବେଳେ ଡିସେମ୍ବରରେ ଯେତିକି ଶୀତ ହେବା କଥା ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ଶୀତ ଅନୁଭୁତ ହେଇଛି । କିନ୍ତୁ ଜାନୁଆରୀରୁ ପୁଣି ଶୀତର ପ୍ରକୋପ ବଢିବ ବୋଲି କହିଛି ପାଣିପାଗ ବିଭାଗ।

ଏହା ମଧ୍ୟ ପଢନ୍ତୁ - ରାଜ୍ୟରେ ନୁହେଁ, କଂଗ୍ରେସରେ ସୃଷ୍ଟି ହୋଇଛି ଆଇନ ଶୃଙ୍ଖଳା ପରିସ୍ଥିତି: ବିଜେଡି

ଏନେଇ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି , "ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । କେତେକ ସ୍ଥାନରେ 10 ଡିଗ୍ରୀ ରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ସର୍ବନିମ୍ନ ରାତ୍ରି ତାପମାତ୍ରା କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ 6ଡିଗ୍ରୀ ରେକର୍ଡ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.