ETV Bharat / state

ବିଜେଡିରେ ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ପାୱାର କରିଡରରେ ଚର୍ଚ୍ଚା: 2024 ନିର୍ବାଚନରେ ମିଳିବ ବଡ଼ ଦାୟିତ୍ବ !

author img

By ETV Bharat Odisha Team

Published : Nov 28, 2023, 6:54 PM IST

Pandian in BJD : ବିଜେଡି ରାଜନୀତିରେ ପୂର୍ବତନ ପ୍ରାଶାସନିକ ଅଧିକାରୀ ଭିକେ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପାୱାର କରିଡରରେ ଚର୍ଚ୍ଚା । ବିଜେଡିରେ ବଢ଼ିବ କି ପାଣ୍ଡିଆନଙ୍କ ପତିଆରା ? 2024 ନିର୍ବାଚନରେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ପାଣ୍ଡିଆନ? ପାଣ୍ଡିଆନଙ୍କ ପଲିଟିକାଲ୍ ପ୍ଲାନରୁ ବିଜେଡିକୁ ମିଳିବ କି ଫାଇଦା ? ନବୀନଙ୍କ ଟିମରେ ପାଣ୍ଡିଆନଙ୍କ ଆନୁଷ୍ଠାନିକ ଏଣ୍ଟ୍ରି ପରେ, ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଅଧିକ ପଢ଼ନ୍ତୁ,

ବିଜେଡିରେ ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ପାୱାର କରିଡରରେ ଚର୍ଚ୍ଚା: 2024 ନିର୍ବାଚନରେ ମିଳିବ ବଡ଼ ଭୂମିକା !

ଭୁବନେଶ୍ବର: ଶେଷରେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ଯାହା ଆଶା କରାଯାଉଥିଲା, ତାହା ହିଁ ଘଟିଛି । ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରାଶାସନିକ ଅଧିକାରୀ ଭି. କେ.ପାଣ୍ଡିଆନ। ବିଜେଡି ରାଜନୀତିରେ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପାଣ୍ଡିଆନ ସରକାରୀ ଚାକିରିରେ ଥାଇ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ପାଇଁ ଯାହା କରୁଥିଲେ, ଏବେ ଦଳରେ ରହି ଆହୁରି ପ୍ରଭାବୀ ଭୂମିକାରେ ଅବତୀର୍ଣ୍ଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଜେଡିରେ କଣ ରହିବ ପାଣ୍ଡିଆନଙ୍କ ଭୂମିକା ? 2024 ନିର୍ବାଚନରେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ପାଣ୍ଡିଆନ? ପାଣ୍ଡିଆନଙ୍କ ପଲିଟିକାଲ୍ ପ୍ଲାନରୁ ବିଜେଡିକୁ କେତେ ଫାଇଦା ମିଳିବ? ଏସବୁ ପ୍ରଶ୍ନ ରାଜନୈତିକ ମହଲ ଚର୍ଚ୍ଚାକୁ ଖୋରାକ ଯୋଟାଉଛି ।

ନଭେମ୍ବର ୨୭ ତାରିଖ । ସମୟ ସକାଳ ପ୍ରାୟ ୧୦ଟା ୧୫ ମିନିଟ । ନବୀନ ନିବାସକୁ ଛୁଟିଥିଲା ବିଜେଡିର ଛାମୁଆ ନେତାଙ୍କ ସୁଅ । ଜଣକ ପରେ ଜଣେ ପହଞ୍ଚିଥିଲେ ମୁଖିଆଙ୍କ ବାସ ଭବନରେ । ଆଉ ସମସ୍ତଙ୍କ ଉପସ୍ଥିତିରେ ନବୀନଙ୍କ ରାଉଣ୍ଡ ଟେବୁଲକୁ ଏଣ୍ଟ୍ରି ମାରିଥିଲେ ପୂର୍ବତନ ଆଇଏଏସ ଅଫିସର ତଥା ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ବିଜେଡି ନେତାମାନଙ୍କ ଉପସ୍ଥିତିରେ ବଡ଼ ଘୋଷଣା କଲେ ନବୀନ । ଭିକେ ପାଣ୍ଡିଆନ ବିଜେଡିର ପ୍ରାଥମିକ ସଦସ୍ୟ ହେଲେ ବୋଲି ନବୀନ ଆନୁଷ୍ଠାନିକ ଭାବେ ଘୋଷଣା କରିବା ପରେ, ଦଳୀୟ ନେତାମାନେ କରତାଳି ବଜାଇ ସ୍ବାଗତ କରିଥିଲେ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପାଣ୍ଡିଆନଙ୍କୁ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ବ୍ୟାଜ୍ ପିନ୍ଧାଇଥିଲେ । ପରେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାମ କରିବେ ବୋଲି କହିଥିଲେ ।

ଏହା ମଧ୍ଯ ପଢ଼ନ୍ତୁ: କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହୋଇପାରନ୍ତି ପାଣ୍ଡିଆନ !

କାର୍ତ୍ତିକରେ କାର୍ତ୍ତିକେୟାନଙ୍କ ଏଣ୍ଟ୍ରି: ପବିତ୍ର କାର୍ତ୍ତିକ ମାସ କାର୍ତ୍ତିକ ପୂର୍ଣ୍ଣମୀରେ ବିଜେଡିରେ ଯୋଗ ଦେଇଛନ୍ତି କାର୍ତ୍ତିକେୟାନ ପାଣ୍ଡିଆନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ରହି ସରକାରୀ କାମ କରୁଥିଲେ । ଏବେ ସେହି ନବୀନ ନିବାସରେ ରହି ନବୀନଙ୍କ ଦଳ ବିଜେଡି ପାଇଁ କାମ କରିବେ । ନବୀନଙ୍କ ଅନ୍ୟତମ ଘନିଷ୍ଠ ଏବଂ ବିଶ୍ବସନୀୟ ବ୍ୟକ୍ତି ଭାବେ ଜଣାଶୁଣା ପାଣ୍ଡିଆନ ଏବେ ବିଜେଡିର ଦଳୀୟ ଫୋରମକୁ ଆସିଗଲେ । ଏବେ ତାଙ୍କୁ ନେଇ କୋଟିଏ ଟଙ୍କାର ପ୍ରଶ୍ନ ? 2024 ନିର୍ବାଚନରେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ପାଣ୍ଡିଆନ ? ବିଜେଡିରେ କଣ ରହିବ ପାଣ୍ଡିଆନଙ୍କର ଭୂମିକା ? ପାଣ୍ଡିଆନ୍ ବିଜେଡି ରାଜନୀତିରେ ସପ୍ଟ ଲ୍ୟାଣ୍ଡି କରିବା ପରେ, କେବଳ ବିଜେଡି କିମ୍ବା ରାଜ୍ୟ ରାଜନୀତି ନୁହେଁ, ବରଂ ସର୍ବ ସାଧାରଣରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଏହି ପୂର୍ବତନ ଆଇଏସ ଅଫିସର ।

ଏହା ମଧ୍ଯ ପଢ଼ନ୍ତୁ: ପ୍ରଶଂସାରେ ଗଦଗଦ ପ୍ରଣବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ

ବିଜେଡିରେ ସାମିଲ ପରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରିଥିଲେ ପାଣ୍ଡିଆନ । ସେଠାରେ ପୂଜାର୍ଚ୍ଚନା କରିବା ସହ ବିଜେଡି ନେତା, କର୍ମୀ ଏବଂ ପ୍ରଶଂସକଙ୍କ କିଛି ସମୟ କଟାଇଥିଲେ । ଫ୍ୟାନମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ପରିବେଶ ଏପରି ଥିଲା ଯେ, ଲାଗୁଥିଲା ଯେପରି ପାଣ୍ଡିଆନଙ୍କୁ ସ୍ବାଗତ କରିବାକୁ ଅନାଇ ବସିଥିଲା ବିଜେଡି । ବିଜେଡିରେ ସାମିଲ ହେବା ପୂର୍ବରୁ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ପାଣ୍ଡିଆନ।

ସବୁଠୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା, ନବୀନ ନିବାସରେ ବିଜେଡିର ଯେଉଁ ଛାମୁଆ ନେତାମାନେ ଉପସ୍ଥିତ ଥିଲେ, ସମସ୍ତେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ବିଜେଡି ରାଜନୀତିରେ ନମ୍ବର ଟୁ ଭାବେ ଚର୍ଚ୍ଚା ହେଉଥିବା ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ଥିଲା ବେଶ୍ ଉଚ୍ଚକୋଟିର । ପାଣ୍ଡିଆନଙ୍କୁ ଭୂୟସୀ ପ୍ରଶଂସା କରି ପ୍ରଣବ କହିଛନ୍ତି ଯେ, ' ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପାଣ୍ଡିଆନଙ୍କର ପ୍ରତିବଦ୍ଧତା ଓ ଆନୁଗତ୍ୟତା ପ୍ରଥମରୁ ରହିଆସିଛି । ରାଜ୍ୟର ବିକାଶ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସମର୍ପଣଭାବ ରହିଛି, ପାଣ୍ଡିଆନଙ୍କ କ୍ଷେତ୍ରରେ ମଧ୍ୟ ସମାନ ଦେଖିବାକୁ ମିଳେ । ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଯେପରି ସାମାନ୍ୟ ଆଞ୍ଚ୍ ନ ଆସେ ସେଥିପ୍ରତି ପାଣ୍ଡିଆନ ଯତ୍ନବାନ' । ପାଣ୍ଡିଆନ ବିଜେଡିରେ ସାମିଲ ହେବା ନେଇ ପ୍ରଣବ କହିଛନ୍ତି ଯେ, ସିଏମଙ୍କ ପ୍ରତି ସମର୍ପଣ ଭାବର ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି ଯେ, ପାଣ୍ଡିଆନ ଦଳକୁ ଆସିବା ଦ୍ବାରା ବିଜେଡି ଆହୁରି ଶକ୍ତିଶାଳୀ ହେବ ଏବଂ ଓଡ଼ିଶାରେ ବିକାଶର ମହୋତ୍ସବ ଆଗକୁ ଆଗକୁ ବଢ଼ିବ ।

ଏହା ମଧ୍ଯ ପଢ଼ନ୍ତୁ: VK Pandian Takes VRS: VRS ନେଲେ VK Pandian, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

'ପାଣ୍ଡିଆନ୍ ପାୱାର ସେଣ୍ଟର': ପାଣ୍ଡିଆନଙ୍କ ବିଜେଡିରେ ଏଣ୍ଟ୍ରିକୁ ଭିନ୍ନ ଦୃଷ୍ଟିରେ ଦେଖଛନ୍ତି ରାଜନୀତି ସମୀକ୍ଷକ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମତରେ, ' 2024 ନିର୍ବାଚନରେ ବିଜେଡି ରାଜନୀତିରେ ପାଓ୍ବାର ସେଣ୍ଟର ହୋଇ ପାରନ୍ତି ପାଣ୍ଡିଆନ । 2019ରେ ପାଣ୍ଡିଆନ ପରଦା ପଛରେ ରହି ବିଜେଡି ପାଇଁ ନିର୍ବାଚନୀ ରଣକୌଶଳ ଏବଂ ରଣନୀତି ତିଆରି କରୁଥିଲେ । 2024ରେ ଖୋଲାଖୋଲି ଭାବେ ସେ ପାଲଟିବେ କ୍ଷମତାର କେନ୍ଦ୍ର ବିନ୍ଦୁ । କ୍ଷମତା ଏବେ ତାଙ୍କ ଚାରିପଟେ ବୁଲିବ । ନବୀନ ନିବାସରୁ ନିର୍ବାଚନ ସମୀକରଣ ନିର୍ଦ୍ଧାରଣ କରିବେ ପାଣ୍ଡିଆନ ' ।

ଏହା ମଧ୍ଯ ପଢ଼ନ୍ତୁ: ପୁରୀରେ ପାଣ୍ଡିଆନ୍: ବିଜେଡିରେ ସାମିଲ ପୂର୍ବରୁ ଜଗା ଦର୍ଶନ, ପରିକ୍ରମା ପ୍ରକଳ୍ପର ସମୀକ୍ଷା

'ପାଣ୍ଡିଆନ ନବୀନଙ୍କ ଏକମାତ୍ର ଭରସାଯୋଗ୍ୟ ବ୍ୟକ୍ତି': ରାଜନୀତି ସମୀକ୍ଷକ ରବି ଦାସଙ୍କ କହିବା ହେଲା ' ଏବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଇଁ ବିଜେଡିରେ ସବୁଠୁ ଭରସା ଯୋଗ୍ୟ ରାଜନେତା ହେଉଛନ୍ତି ପାଣ୍ଡିଆନ । 2024 ନିର୍ବାଚନ ପରିଚାଳନା ପାଣ୍ଡିଆନ ହିଁ କରିବେ । ନବୀନ 2019 ନିର୍ବାଚନରେ ଯେପରି ସକ୍ରିୟ ଥିଲେ, ବୟସାଧିକ କାରଣରୁ ସେ 2024 ନିର୍ବାଚନରେ ସେପରି ସକ୍ରିୟ ରହି ନ ପାରନ୍ତି । ତେଣୁ ନବୀନ ନେଉଥିବା ନିଷ୍ପତ୍ତି ଏବେ ପାଣ୍ଡିଆନ ନେବେ । ନିର୍ବାଚନ ସମୀକରଣଠାରୁ ଆରମ୍ଭ କରି ସାଂଗଠନିକ ଦାୟିତ୍ବ, ଟିକେଟ ବଣ୍ଟନଠାରୁ ପ୍ରାର୍ଥୀ ଚୟନ ପର୍ଯ୍ୟନ୍ତ ସମସ୍ତ ନିଷ୍ପତ୍ତି ଉପରେ ପାଣ୍ଡିଆନଙ୍କର ମୋହର ଲାଗିପାରେ । ଜଣେ ଆଇଏଏସ ଅଧିକାରୀ ହିସାବରେ ଓଡ଼ିଶାକୁ ବେଶ ଭଲ ଭାବେ ବୁଝିଛନ୍ତି ପାଣ୍ଡିଆନ । 23 ବର୍ଷର ଅଭିଜ୍ଞତା ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଭାବେ ଏକ ଦଶନ୍ଧିରୁ ଅଧିକ ସମୟର ଘନିଷ୍ଠତା, ତାଙ୍କୁ ଅନ୍ୟ ଦଳୀୟ ରାଜନେତାମାନଙ୍କ ତୁଳନାରେ ଭିନ୍ନ ସ୍ଥାନ ଦେଇଛି । ରାଜନୈତିକ ଦୃଷ୍ଟିକୋଣରୁ ଓଡ଼ିଶାକୁ ସେ ଭଲ ଭାବେ ବୁଝିଛନ୍ତି' । ଯଦି ନବୀନ ଷଷ୍ଠ ଥର ପାଇଁ 2024ରେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତା ହେଲେ ଏହାର ସମସ୍ତ କ୍ରେଡିଟ ପାଣ୍ଡିଆନଙ୍କ ଆଡକୁ ଯିବ ବୋଲି ରବି ଦାସ ସୂଚନା ଦେଇଛନ୍ତି । ' କେବଳ ଗୋଟିଏ ଅଡୁଆ ରହୁଛି ଯେ ପାଣ୍ଡିଆନ ଓଡ଼ିଆ ନୁହନ୍ତି ଏବଂ ବିଜେଡି ଏକ ଆଞ୍ଚଳିକ ଦଳ । ବିଜେଡିର ମୁଖ୍ୟ ଭୋଟ ବ୍ୟାଙ୍କ କୁହାଯାଉଥିବା ମହିଳାମାନେ ହୁଏତ ଏହାକୁ ଗ୍ରହଣ କରିପାରନ୍ତି । କିନ୍ତୁ କିଛି ପ୍ରତିଶତ ଲୋକ ରହିବେ ଯେଉଁମାନେ ଏହାକୁ ବିରୋଧ କରିପାରନ୍ତି ' । ବିଜେଡି ଯଦି ଏହାକୁ ମ୍ୟାନେଜ କରିନେଲା, ତେବେ ଆଉ କିଛି ଅସୁବିଧା ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ରବି ଦାସ ।

ପାୱାର କରିଡରରେ ଚର୍ଚ୍ଚା: ବିଜେଡି ରାଜନୀତିରେ ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ପାୱାର କରିଡରରେ ଜୋର ଧରିଛି ଚର୍ଚ୍ଚା । ଦଳରେ ଆନୁଷ୍ଠାନିକ ଯୋଗଦାନ ପରେ, ପାଣ୍ଡିଆନଙ୍କୁ ପରୋକ୍ଷରୁ ପ୍ରତ୍ୟକ୍ଷ ପରିଚାଳନା ଦାୟିତ୍ବ ମିଳିବା ନେଇ ବାଟ ଫିଟିଛି । ତେବେ 2024 ନିର୍ବାଚନରେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ ପାଣ୍ଡିଆନ? ପାଣ୍ଡିଆନଙ୍କ ପଲିଟିକାଲ୍ ପ୍ଲାନ ଆପଣେଇ କେତେ ଫାଇଦା ପାଇବ ବିଜେଡି ? ବିଜେଡିରେ ବଢ଼ିବ କି ପାଣ୍ଡିଆନଙ୍କ ପତିଆରା ? ବିଜେଡିରେ ପାଣ୍ଡିଆନଙ୍କ ଉପସ୍ଥିତି, ଦଳର ଛାମୁଆ ନେତାଙ୍କ କାର୍ଯ୍ୟଶୈଳୀ ଏବଂ କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରିବ କି ନା ? ନବୀନଙ୍କ ଟିମରେ ପାଣ୍ଡିଆନଙ୍କ ଆନୁଷ୍ଠାନିକ ଏଣ୍ଟ୍ରି ପରେ ରାଜ୍ୟ ରାଜନୀତି ଏଭଳି ଅନକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ, ପୁଣି ଥରେ ସରଗରମ ହୋଇଛି ବିଜେଡି ରାଜନୀତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.