ETV Bharat / state

ଆକ୍ଟିଭ ମୋଡରେ କଂଗ୍ରେସ: 'ତୁଳସୀ' ଯାତ୍ରା ନାଁରେ ରାଜନୀତି, ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର - ରାଜ୍ୟ ସରକାର

Congress Tulasi Jatra: 2024 ନିର୍ବାଚନ ପାଇଁ ବଳ ଜୁଟାଉଛି ରାଜ୍ୟ କଂଗ୍ରେସ । କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ରାଜ୍ୟ ସରକାରଙ୍କୁ କରିଛି ଟାର୍ଗେଟ । ଜନତାଙ୍କ ଭାବାବେଗ ସହ ଜଡ଼ିତ ତୁଳସୀ ଓ ଜଗନ୍ନାଥଙ୍କୁ ନେଇ ରାଜନୀତି ମଇଦାନକୁ ଓହ୍ଲାଇଛି କଂଗ୍ରେସ ପାର୍ଟି । ଅଧିକ ପଢ଼ନ୍ତୁ,

ଆକ୍ଟିଭ ମୋଡରେ ରାଜ୍ୟ କଂଗ୍ରେସ: 'ତୁଳସୀ' ଯାତ୍ରା ଆଳରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର

author img

By ETV Bharat Odisha Team

Published : Dec 2, 2023, 4:51 PM IST

ଆକ୍ଟିଭ ମୋଡରେ ରାଜ୍ୟ କଂଗ୍ରେସ: 'ତୁଳସୀ' ଯାତ୍ରା ନାଁରେ ରାଜନୀତି, ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର

ଭୁବନେଶ୍ବର: 5ଟି ରାଜ୍ୟରେ ନିର୍ବାଚନ ସରିଛି । 2024ରେ ଓଡ଼ିଶା ବିଧାନସଭା ପାଇଁ ହେବ ଭୋଟ୍ । ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି ରାଜ୍ୟ କଂଗ୍ରେସ । ବଳ ଗୋଟାଇବାକୁ ପବିତ୍ର ତୁଳସୀକୁ ଆଧାର କରିଛି ଦଳ । ପଞ୍ଚାୟତ ଏବଂ ବ୍ଲକସ୍ତରରୁ ତୁଳସୀ ଆଣି, ଶୋଭାଯାତ୍ରାରେ ଭୁବନେଶ୍ବରରୁ ପୁରୀ ଶୋଭାଯାତ୍ରା କରିଛନ୍ତି କଂଗ୍ରେସ ନେତା ଏବଂ କର୍ମୀ । ଶ୍ରଦ୍ଧାଳୁଙ୍କ ସୁରୁଖୁରୁ ଦର୍ଶନ ଏବଂ ରତ୍ନଭଣ୍ଡାର ଖୋଲିବା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ, ରାଜ୍ୟ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ପାଇଁ ଅନୁଷ୍ଠିତ ହୋଇଛି ଭୋଟ୍ ଗ୍ରହଣ । ଏଥିରେ କଂଗ୍ରେସ ପାର୍ଟି ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଥିବା ବେଳେ, ରାଜ୍ୟ କଂଗ୍ରେସର ଗୋଡ଼ ତଳେ ଲାଗୁନି । ଛତିଶଗଡ଼ ଏବଂ ତେଲେଙ୍ଗାନାରେ କଂଗ୍ରେସ ପାର୍ଟି ଫ୍ରଣ୍ଟଫୁଟ୍ ରେ ଥିବା ବେଳେ, ଏହା ରାଜ୍ୟ କଂଗ୍ରେସ ଶିବିର ରେ ଉତ୍ସାହ ଭରିଦେଇଛି । ଆଉ ଏହାରି ଭିତରେ କଂଗ୍ରେସ ଆୟୋଜନ କରିଛି ତୁଳସୀ ଯାତ୍ରା । ଏହି ଶୋଭାଯାତ୍ରା ଭୁବନେଶ୍ବରର ରାଜ୍ୟ କଂଗ୍ରେସ କାର୍ଯ୍ୟାଳରୁ ବାହାରି ପୁରୀ ଶ୍ରୀମନ୍ଦିରର ବଡ଼ଦାଣ୍ଡରେ ପହଞ୍ଚିଥିଲା । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁରୁଖୁରୁ ଦର୍ଶନ, ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ବଡ଼ଦାଣ୍ଡରେ ଏକାଠି ହୋଇଥିଲେ କଂଗ୍ରେସ ନେତା, କର୍ମୀ ଏବଂ ସମର୍ଥକ । ଶ୍ରୀମନ୍ଦିର ପ୍ରଶାସନର ଅହେତୁକ ମନବୃତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ନେତା ଏବଂ କର୍ମୀ।

ଏହା ମଧ୍ଯ ପଢ଼ନ୍ତୁ: ସେମିଫାଇନାଲ ଫାଇଟ: 3ରେ 5 ରାଜ୍ୟର ଜନାଦେଶ, ମୋଦି ଏବଂ ରାହୁଲଙ୍କ ପାଇଁ ଏସିଡ୍ ଟେଷ୍ଟ

ଓଡିଶାବାସୀଙ୍କ ଭାଗାବେଗ ସହିତ ମହାପ୍ରଭୁ ଜଗନ୍ନାଥ ଜଡିତ । ଆଉ ଜଗନ୍ନାଥଙ୍କ ଅତି ପ୍ରିୟ ହେଲା ତୁଳସୀ । ତେଣୁ ତୁଳସୀକୁ ମାଧ୍ୟମ କରି 2024 ନିର୍ବାଚନ ପାଇଁ ଏକ ପ୍ରକାର ପ୍ରଚାର ଆରମ୍ଭ କରିଛି କଂଗ୍ରେସ ପାର୍ଟି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ କହିବା ହେଲା, ତୁଳସୀ ଯାତ୍ରା କେବଳ ରାଜନୀତି କିମ୍ବା ନିର୍ବାଚନକୁ ନେଇ ନୁହେଁ । ଏହା ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ସ୍ବର ଉତ୍ତୋଳନ । ସେ କହିଛନ୍ତି ଯେ, ରାଜ୍ୟ ସରକାର ଶ୍ରୀମନ୍ଦିରର ଚାରି ଦୁଆର ଖୋଲିବାରେ କାହିଁକି ବିଳମ୍ବ କରୁଛନ୍ତି ତାହା ବୁଝା ପଡୁନି । ଲେଜର ସ୍କାନିଂ କଲେ ରତ୍ନ ଭଣ୍ଡାର ନେଇ କଣ ଜଣାପଡ଼ିବ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ତୁରନ୍ତ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ଗଣତି କରିବା ପାଇଁ ତୁଳସୀ ଯାତ୍ରା ମାଧ୍ୟମରେ ସେ ଦାବି ଦୋହରାଇଛନ୍ତି । ନିର୍ବାଚନ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଜୟଦେବ କହିଛନ୍ତି । କିନ୍ତୁ ତୁଳସୀ ଯାତ୍ରା ଲୋକଙ୍କ ଭାବାବେଗ ସହିତ ଜଡିତ । ଏହା ଲୋକମାନଙ୍କୁ ଆନ୍ଦୋଳିତ କରିବ ବୋଲି ସେ କହିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ତୁଳସୀ ଯାତ୍ରା କରି ଗର୍ଜିଲା କଂଗ୍ରେସ; 'ରାଜ୍ୟବାସୀଙ୍କ ଦାବି ପୂରଣ ନହେଲେ ହେବ ତୀବ୍ର ଆନ୍ଦଳନ'

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ କହିବା କଥା, 2024 ନିର୍ବାଚନ ପାଇଁ ତୁଳସୀ ଯାତ୍ରା କଂଗ୍ରେସ ଦଳକୁ ସହାୟକ ହେବ । ଦଳୀୟ ନେତା ଏବଂ କର୍ମୀମାନଙ୍କର ମନୋବଳ ସୁଦୃଢ଼ କରିବ । 2024 ନିର୍ବାଚନ ପାଇଁ ଏହା ଆୟୂଧ ହେବ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

ହଜାର ହଜାର କଂଗ୍ରେସ କର୍ମୀ ଏବଂ ସମର୍ଥକଙ୍କ ସହିତ ଭୁବନେଶ୍ବରରୁ ବାହାରି ପୁରୀ ଅଭିମୁଖେ ଯାଇଥିଲା ତୁଳସୀ ଯାତ୍ରା । ଏଥିରେ ସାମିଲ ହୋଇଥିଲେ ଦଳର ତୁଙ୍ଗନେତା ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ । ପୁରୀ ବଡ଼ଦାଣ୍ଡରେ ଶୋଭାଯାତ୍ରା ହୋଇଥିଲା । କୁହାଯାଉଛି, 2024 ନିର୍ବାଚନ ପାଇଁ କଂଗ୍ରେସ ନିଜର ଭିତ୍ତିଭୂମିକୁ ସଜାଡ଼ିବାକୁ ପ୍ରୟାସ କରୁଛି । ଦାବି ପୂରଣ ହେଉ କି ନ ହେଉ ଲୋକଙ୍କ ଭାବାବେଗ ସହିତ ଜଡ଼ିତ ତୁଳସୀ ଓ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି ମଇଦାନକୁ ଓହ୍ଲାଇବାକୁ ଏକ ପ୍ରକାର ପ୍ରଚେଷ୍ଟା ଆରମ୍ଭ କରି ଦେଇଛି ରାଜ୍ୟ କଂଗ୍ରେସ । ତେବେ କଂଗ୍ରେସର ଏହି ତୁଳସୀ ଶୋଭାଯାତ୍ରା 2024 ନିର୍ବାଚନ ପାଇଁ ଦଳକୁ କେତେ ବଳ ଯୋଗାଇବ, ତାକୁ ନେଇ ଏବେ ବି ରାଜନୈତିକ ମହଲରେ ସସପେନ୍ସ ଜାରି ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.