ETV Bharat / state

Odisha Politics: ହେବ କି ବିଜେପି-ବିଜେଡି ମେଣ୍ଟ ? ବଢୁଛି ଦ୍ୱନ୍ଦ୍ୱ, ସ୍ପଷ୍ଟ କରୁନାହାନ୍ତି ଶୀର୍ଷ ନେତା

author img

By

Published : Aug 12, 2023, 9:49 PM IST

ଆସନ୍ତା ନିର୍ବାଚନରେ ବିଜେଡି ବିଜେପି ସହିତ ମେଣ୍ଟ କରିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଲାଗି ରହିଛି । ଚର୍ଚ୍ଚାକୁ ନେଇ ବିଜେଡିର ଶୀର୍ଷ ନେତା ଚୁପ ରହିଛନ୍ତି । ହେଲେ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟର ନେତା ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି । ଏକ ସରକାରୀ କାର୍ଯ୍ୟକ୍ରମରେ ଓଡିଶା ଆସିଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ମେଣ୍ଟ ନେଇ ସ୍ପଷ୍ଟୋକ୍ତି । ଅଧିକ ପଢନ୍ତୁ

ହେବ କି ବିଜେପି-ବିଜେଡି ମେଣ୍ଟ? ବଢୁଛି ଦ୍ବନ୍ଦ, ସ୍ପଷ୍ଟ କରୁନାହାନ୍ତି ଶୀର୍ଷ ନେତା

ଭୁବନେଶ୍ବର: ସଂସଦରେ ଏନଡିଏକୁ ବିଜେଡିର ସମର୍ଥନ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଲାଗି ରହିଛି । ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ପରେ ମେଣ୍ଟ କରିବା ଲାଗି ବିଜେଡି ଉପରେ କେନ୍ଦ୍ର ବିଜେପି ଚାପ ପକାଉଥିବା ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ରାଜନୈତିକ ବୟାନ ବାଜି ଜାରି ରହିଛି ।

ଆସନ୍ତା ନିର୍ବାଚନରେ ବିଜେଡି ବିଜେପି ସହିତ ମେଣ୍ଟ କରିବା ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଲାଗି ରହିଛି । ଚର୍ଚ୍ଚାକୁ ନେଇ ବିଜେଡିର ଶୀର୍ଷ ନେତା ଚୁପ ରହିଛନ୍ତି । ହେଲେ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟର ନେତା ଚର୍ଚ୍ଚାକୁ ଖଣ୍ଡନ କରୁଛନ୍ତି । ଏକ ସରକାରୀ କାର୍ଯ୍ୟକ୍ରମରେ ଓଡିଶା ଆସିଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କ ମେଣ୍ଟ ନେଇ ସ୍ପଷ୍ଟୋକ୍ତି । ଓଡ଼ିଶାରେ ବିଜେପି ଏକା ଲଢ଼ିବ । ୨୦୨୪ରେ ରାଜ୍ୟରେ ବିଜେପି ଏକା ଗଢ଼ିବ ସରକାର । ହେବ ନାହିଁ କୌଣସି ଗଠବନ୍ଧନ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ଓ ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହାବି ପଢନ୍ତୁ- କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଲେ ଓଡ଼ିଶାରେ ଏକାକୀ ଲଢିବୁ, ଅଶ୍ବିନୀ କହିଲେ ରାଜନୀତିରେ ସବୁ ସମ୍ଭବ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଜେପି ଓ ବିଜେଡି ଏକା ଏକା ଲଢନ୍ତୁ ବା ଏକ ହୋଇ ଲଢନ୍ତୁ । ଆମର କିଛି କହିବାର ନାହିଁ । କିନ୍ତୁ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ଅଛି । ନିର୍ବାଚନ ଲଢ଼ିବାକୁ କଂଗ୍ରେସ ପ୍ରସ୍ତୁତ ହୋଇ ଅଛି । କେନ୍ଦ୍ର ଗୃହ ମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରୁଦ୍ଧଦ୍ଵାର ବୈଠକ ହୋଇଛି । ଏଥିରୁ ବିଜେଡି-ବିଜେପି ସମ୍ପର୍କ ବାବଦରେ ଓଡିଶାବାସୀ ସବୁ ଜାଣିସାରିଛନ୍ତି । 2000ରୁ 2009 ମେଣ୍ଟ ସରକାରରେ ଥିଲେ । ବିଜେପି ନେତାଙ୍କ କଥାରେ ତାଳମେଳ ନାହିଁ । ତେଣୁ ବିଜେପି-ବିଜେଡି ଭିତରେ ଫ୍ରେଣ୍ଡଲି ମ୍ୟାଚ ହେବ ।

2024ରେ ଓଡିଶାରେ ସରକାର ଭୁଶୁଡି ପଡିବ । ଯାହା ପଶ୍ଚିମବଙ୍ଗରେ ହୋଇଥିଲା । ଆଗାମୀ ସରକାର ବିଜେଡି ଆସିବା ନେଇ ସନ୍ଦେହ ରହିଛି । ଓଡିଶାବାସୀଙ୍କୁ ଅବହେଳା କରିଥିବାରୁ ବିଜେଡି କେବେବି ସରକାରକି ଆସିପାରିବ ନାହିଁ । ଲୋକଙ୍କ ଆଶୀର୍ବାଦରୁ କଂଗ୍ରେସ ହିଁ ସରକାର ଗଠନ କରିବ । ବିଜେପି ଯାହା କହିବ ବିଜେଡି ସବୁକିଛି କରିବାକୁ ପ୍ରସ୍ତୁତ । ବିଜେଡି ହାତରେ ଆଉ କିଛି ନାହିଁ । ଦିଲ୍ଲୀରେ ସମର୍ଥନ କଲେ । ରାଷ୍ଟ୍ରପତି ନିର୍ବାଚନରେ କରିଛନ୍ତି । ଅଶ୍ୱିନୀ ବୈଷ୍ଣବକୁ ସହଯୋଗ କରି କେନ୍ଦ୍ର ମନ୍ତ୍ରୀ କରିଛନ୍ତି । ବିଜେପି-ବିଜେଡି ବାବଦରେ ଆଲୋଚନା କରିବାକୁ କିଛି ନାହିଁ । ବିଜେଡି କହିଲେ ଏମପି ସିଟ ଓ ଏମଏଲେ ସିଟ ଛାଡିବାକୁ ବିଜେଡି ଛାଡିଦେବ । ଫାଇଟ କରୁଛୁ ବୋଲି ଲୋକ ଦେଖାଣିଆ କହୁଛନ୍ତି । ରାଜ୍ୟବାସୀ ସବୁ ବୁଝିଗଲାଣି, ଠିକ ସମୟରେ ଠିକ ଉତ୍ତର ଦେବେ ।

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, ବିଜେଡିକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା । ବିଜେଡି ହେଉଛି ଦେଶର ସଫଳ ଆଞ୍ଚଳିକ ରାଜନୈତିକ ଦଳ । ଯେତିକି ରାଜନୈତିକ ଅଛନ୍ତି, ସବୁଠାରୁ ପରିଚିତ ଓ ପ୍ରମୁଖ ଦଳ । ତେଣୁ ଚର୍ଚ୍ଚା ହେବା ସ୍ବାଭାବିକ କଥା । ଚର୍ଚ୍ଚା ହେବାରେ ଅସୁବିଧା କିଛି ନାହିଁ । ବିଜେଡି ସଭାପତି ନବୀନ ପଟ୍ଟନାୟକ କହି ଆସୁଛନ୍ତି ଆମେ କଂଗ୍ରେସ ଓ ବିଜେପି ଠାରୁ ସମାନ ଦୂରତା ରକ୍ଷା କରି ଆସୁଛୁ । ଯେତେ ଯାଏଁ ମୁଖ୍ୟମନ୍ତ୍ରୀ କହିନାହାନ୍ତି ସେ ପର୍ଯ୍ୟନ୍ତ ମେଣ୍ଟର ପ୍ରଶ୍ନ ଉଠୁନାହିଁ । ଓଡିଶାରେ ବିଜେଡି ଏକ ନମ୍ବର ଦଳ । ଏକ ନମ୍ବର ସ୍ଥାନରେ ଅଛି । ଭଲ ସ୍ଥିତିରେ ରହି ଆମେ ମେଣ୍ଟ କରିବାକୁ କାହିଁକି ଯିବୁ । ଆମେ 2009 ଓ 2014 ପରି ଏକଲା ଯିବୁ ।

ବିଜେପି ଏକଲା ଲଢ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆମେ ବି ଏକଲା ଲଢ଼ିବୁ ବୋଲି କହୁଛୁ । ରାଜ୍ୟର ଗଣିତ ବାବଦରେ କେନ୍ଦ୍ରମନ୍ତ୍ରୀ ବୋଧେ ଜାଣିନାହାନ୍ତି । ତେଣୁ ବିଜେପି ସରକାର ଗଢ଼ିବ ବୋଲି କହିଛନ୍ତି । ଭୋଟ ପଡି ଗଣତି ହେଲେ କିଏ ସରକାର ଗଢ଼ିବ ଜଣାପଡିବ । ଲୋକେ କନଫିୟୁଜ ହେବାର ଆବଶ୍ୟକତା ନାହିଁ । କେନ୍ଦ୍ରର ଯେଉଁ ବିଲକୁ ଆମେ ସମର୍ଥନ କରିବା କଥା କରିବୁ । ବିରୋଧ କରିବା କଥା କରିବୁ । ମେଣ୍ଟ ନେଇ କୌଣସି ସମ୍ଭାବନା ନାହିଁ । 21 ଲୋକସଭା ଓ 147 ବିଧାନସଭା ଲଢ଼ିବୁ । ବିଜେପି ନିଜର 22 ସିଟ ବଞ୍ଚେଇପାରିବ ନାହିଁ । ସରକାର ବନେଇବା ଦୂରର କଥା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.