ଖୋର୍ଦ୍ଧା: ଖୋର୍ଦ୍ଧା ଗୁଡୁମରେ ବାରହା ଆକ୍ରମଣରେ ତିନି ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ବିଚିତ୍ର ନନ୍ଦ ମହାରଣା ଓ ଗୌରାଙ୍ଗ ବେହେରା ।
ସେମାନଙ୍କ ମଧ୍ୟରେ ଜଣ ଚାରି ବର୍ଷର ଶିଶୁକନ୍ୟା ଦିବ୍ୟଞ୍ଜଳି ମହାରଣା ମଧ୍ୟ ରହିଛନ୍ତି । ସୂଚନା ଅନୁସାରେ ଖାଦ୍ୟ ଅନ୍ବେଷଣରେ ବାରହା ଘର ଭିତରକୁ ଆସି ଏମାନଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ