ETV Bharat / state

ଖୋର୍ଦ୍ଧାରୁ ଜଙ୍ଗଲୀ ଭାଲୁ ଉଦ୍ଧାର

author img

By

Published : May 22, 2020, 6:53 PM IST

ଚିଲିକା ବ୍ଲକ ଦାଶରଥିପୁର ଶାସନରୁ ଏକ ଜଙ୍ଗଲୀ ଭାଲୁ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଦାଶରଥିପୁର ଶାସନରୁ ଏକ ଜଙ୍ଗଲୀ ଭାଲୁ ଉଦ୍ଧାର ହୋଇଛି।

wild bear rescued from Dasharathipur
ଜଙ୍ଗଲୀ ଭାଲୁ ଉଦ୍ଧାର କଲେ ଗ୍ରାମବାସୀ

ଖୋର୍ଦ୍ଧା: ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଦାଶରଥିପୁର ଶାସନରୁ ଏକ ଜଙ୍ଗଲୀ ଭାଲୁ ଉଦ୍ଧାର ହୋଇଛି । ଦୁଇଟି ଭାଲୁ ପରସ୍ପର ମଧ୍ୟରେ କାମୁଡ଼ା କାମୁଡି ହୋଇ ଦୌଡ଼ା ଦୌଡ଼ି ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଭାଲୁ ଏକ କୂଅରେ ଖସି ପଡିଥିଲା। ଗ୍ରାମବାସୀ ଭାଲୁଟିକୁ ଉଦ୍ଧାର କରି ବନବିଭାଗକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଗାଯୋଗ ନ ହେବାରୁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

wild bear rescued from Dasharathipur

ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସେହି ଭାଲୁକୁ ନେଇ ଅନ୍ୟତ୍ର ଖୋଲା ଜାଗାରେ ନେଇ ଛାଡ଼ିଦେଇଥିବା ସୂଚନା ମିଳିଛି। ଭାଲୁଟି ଏକ ଜଙ୍ଗଲୀ ଭାଲୁ ହୋଇଥିବା ବେଳେ ସେମାନେ ଅନେକ ସମୟରେ ମାଛ ଖାଇବା ପାଇଁ ଚିଲିକା କୂଳକୁ ଆସନ୍ତି ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.