ETV Bharat / state

କୃଷି ଓ କୃଷକଙ୍କ ବିକାଶରେ ରାଜ୍ୟ ସରକାର ବିଫଳ: ବିଜେପି - ବିଜେପି ମୁଖପାତ୍ର ରମାରଞ୍ଜନ ବଳିଆରସିଂ

ରାଜ୍ୟର ୬୧ ଭାଗ ଚାଷୀ ଋଣ ଗ୍ରସ୍ତ । ୩୨୭୦୦ କୋଟି ଟଙ୍କା ଋଣ ଭାରରେ ରାଜ୍ୟର ଚାଷୀ ରହିଛନ୍ତି । ଏହାକୁ ବିଜେପି ମୁଖପାତ୍ର ରମାରଞ୍ଜନ ବଳିଆରସିଂ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଅଧିକ ପଢ଼ନ୍ତୁ

କୃଷି ଓ କୃଷକଙ୍କ ବିକାଶରେ ରାଜ୍ୟ ସରକାର ବିଫଳ: ବିଜେପି

author img

By ETV Bharat Odisha Team

Published : Nov 15, 2023, 6:48 PM IST

କୃଷି ଓ କୃଷକଙ୍କ ବିକାଶରେ ରାଜ୍ୟ ସରକାର ବିଫଳ: ବିଜେପି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆୟ ବଢୁଛି କିନ୍ତୁ ରାଜ୍ୟରେ ଚାଷୀଙ୍କ ଆୟ କମି ଚାଲିଛି। ମିଲର ଇଚ୍ଛାରେ ରାଜ୍ୟରେ ଧାନ କିଣା ଚାଲିଛି । କଟଣୀ ଛଟଣୀ ନାଁରେ ଚାଷୀକୁ ଶୋଷଣ କରାଯାଉଛି । କୃଷି ବିଭାଗ ଓ ଜଳ ସମ୍ପଦ ବିଭାଗରେ ହୋଇଥିବା ଦୁର୍ନୀତିକୁ ନେଇ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଡିସେମ୍ବର ସୁଦ୍ଧା ସ୍ପଷ୍ଟୀକରଣ ରଖନ୍ତୁ ବୋଲି ପ୍ରେସମିଟ୍‌ କରି ଦାବି କରିଛି ବିଜେପି।

ବିଜେପି ମୁଖପାତ୍ର ରମାରଞ୍ଜନ ବଳିଆରସିଂ ପ୍ରେସମିଟ୍‌ କରି କହିଛନ୍ତି ୨୦୧୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ କୋଟି ଟଙ୍କା କୃଷି ବିଭାଗର ବ୍ୟୟ ବରାଦ ହୋଇଛି । ହେଲେ କୃଷି କି କୃଷକର ବିକାଶ ହୋଇ ପାରିଲାନି । ରାଜ୍ୟ ସରକାରଙ୍କ ଆୟ ବଢି ଚାଲିଛି କିନ୍ତୁ ଚାଷୀଙ୍କ ଆୟ କମିଚାଲିଛି । ଜାତୀୟ ସ୍ତରରେ ଚାଷୀଙ୍କ ଆୟ ୧୦ ହଜାର ଥିବା ବେଳେ ରାଜ୍ୟରେ ତାହା ୫ ହଜାର । ରାଜ୍ୟର ୬୧ ଭାଗ ଚାଷୀ ଋଣ ଗ୍ରସ୍ତ । ୩୨୭୦୦ କୋଟି ଟଙ୍କା ଋଣ ଭାରରେ ରାଜ୍ୟର ଚାଷୀ ରହିଛନ୍ତି । ଭାରତ ବର୍ଷର ୩ ମରୁଡ଼ି ପ୍ରବଣ ରାଜ୍ୟ ଭିତରୁ ଓଡିଶା ରହିଛି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଶୀତଳ ଭଣ୍ଡାର ଗୋଟେ ନୂଆ କରାଗଲା ନାହିଁ । ଯାହା ଥିଲା ତାହା ବନ୍ଦ ହେବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ଶୀତଳ ଭଣ୍ଡାର 36 ଟି ସଚଳ 97 ଟି ଅଚଳ । ଚାରା ଦୁର୍ନୀତି ନେଇ ସରକାର ଚୁପ କାହିଁକି । ଧାନର ଅଭାବୀ ବିକ୍ରି ଏବଂ ଚାଷୀ ତାର ଉପଯୁକ୍ତ ମୂଲ୍ୟ ପାଉ ନାହିଁ । କଟଣୀ ଛଟଣୀ ନାଁ ରେ ଚାଷୀକୁ ଶୋଷଣ କରାଯାଉଛି । ବିନା ଜମିରେ ବିନା ଚାଷୀ ଓ ବିନା ଚାଷରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ମିଲର ଇଚ୍ଛାରେ ରାଜ୍ୟରେ ଧାନ କିଣା ଚାଲିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଖୋଲିଲା ନାହିଁ ଯେଉଁମାନେ ଧାନ ବିକିବା ପାଇଁ ଅପେକ୍ଷା କରିଛନ୍ତି ସେମାନେ କରିବେ କଣ । କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟ ସରକାର କେତେ ସଚେତନ ତାହା ସମସ୍ତଙ୍କୁ ଜଣା ଅଛି।

ଅଧିକ ପଢ଼ନ୍ତୁ- ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ, 14ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ସେହିପରି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । କିନ୍ତୁ ସରକାର ସ୍ବୀକାର କରିବାକୁ ନାରାଜ । ୨୩ ବର୍ଷ ଭିତରେ ଜଳସେଚନକୁ ନେଇ ସରକାର କଣ କରିଛନ୍ତି ତାହାର ତଥ୍ୟ ରଖନ୍ତୁ । ରାଜ୍ୟରେ ସବୁ ନଦୀ ଶୁଖିଲା ପଡ଼ିଛି। ଜଳସେଚନ ପ୍ରକଳ୍ପ ସୁବିଧା ନାହିଁ। ୨୩ ବର୍ଷ ଭିତରେ ଗୋଟିଏ ବି ଆନିକଟ କରିପାରିଲେ ନାହିଁ ସରକାର ବୋଲି ଅଭିଯୋଗ କରିଛନ୍ତି । ବିଜେପିର ଏହି ଅଭିଯୋଗର କୌଣସି ଜବାବ ସରକାର କିମ୍ବା ଶାସକ ଦଳର ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.