ETV Bharat / state

Naba Das Murder Case: ବିହେଭିୟର ଷ୍ଟଡିରୁ କିଛି ଜଣା ପଡିବନାହିଁ: ବିଜେପି ନେତା ପ୍ରକାଶ ମିଶ୍ର

author img

By

Published : Feb 23, 2023, 9:38 PM IST

ପ୍ରେସମିଟରେ ପ୍ରକାଶ ମିଶ୍ର କହିଛନ୍ତି, ‘‘ଓଡିଶାରେ ଏହା ପ୍ରଥମ ଘଟଣା। ଯାହା ସଭିଙ୍କୁ ବିଚଳିତ କରିଛି । ଆଜିକୁ ଅନେକ ଦିନ ବିତିଯାଇଥିଲେ ବି ଘଟଣାର କୌଣସି ସ୍ପଷ୍ଟୀକରଣ ସାମନାକୁ ଆସିନାହିଁ। ଗୋପାଳକୁ ମାନସିକ ରୋଗୀ ଦର୍ଶାଇବାକୁ ଯୋଜନା କରାଯାଉଛି ।" ଅଧିକ ପଢନ୍ତୁ

Naba Das Murder Case
Naba Das Murder Case
ବିହେଭିୟର ଷ୍ଟଡିରୁ କିଛି ଜଣା ପଡିବନାହିଁ: ବିଜେପି ନେତା ପ୍ରକାଶ ମିଶ୍ର

ଭୁବନେଶ୍ବର: ନବ ଦାସ ହତ୍ୟା ଘଟଣାକୁ ଆଜିକୁ ଅନେକ ଦିନ ବିତିଯାଇଥିଲେ ବି କୌଣସି ସ୍ପଷ୍ଟୀକରଣ ସାମନାକୁ ଆସିନାହିଁ । ଗୋପାଳକୁ ମାନସିକ ରୋଗୀ ଦର୍ଶାଇବାକୁ ଯୋଜନା କରାଯାଉଛି । ଜଣେ ଅପରାଧୀ କୋର୍ଟରେ ଖସିବାକୁ ନିଜକୁ ମାନସିକ ରୋଗୀ ଦର୍ଶାଇଥାଏ । କିନ୍ତୁ ଏଠି ତ ଅଲଗା ଘଟୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ପୂର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛନ୍ତି ।

ପ୍ରେସମିଟରେ ପ୍ରକାଶ ମିଶ୍ର କହିଛନ୍ତି, ‘‘ଓଡିଶାରେ ଏହା ପ୍ରଥମ ଘଟଣା । ଯାହା ସଭିଙ୍କୁ ବିଚଳିତ କରିଛି। ଆଜିକୁ ଅନେକ ଦିନ ବିତିଯାଇଥିଲେ ବି ଘଟଣାର କୌଣସି ସ୍ପଷ୍ଟୀକରଣ ସାମନାକୁ ଆସିନାହିଁ। ଗୋପାଳକୁ ମାନସିକ ରୋଗୀ ଦର୍ଶାଇବାକୁ ଯୋଜନା କରାଯାଉଛି । ଜଣେ ଅପରାଧୀ କୋର୍ଟରେ ଖସିବାକୁ ନିଜକୁ ମାନସିକ ରୋଗୀ ଦର୍ଶାଇଥାଏ । କିନ୍ତୁ ଏଠି ତ ଅଲଗା ଘଟୁଛି। ନବ ଦାସଙ୍କ ଛାତିରେ ଯେଉଁଠି ଗୁଳି ବାଜିଛି ସେ ସ୍ଥାନରେ ଗୁଳି ବାଜିଲେ କିଛି ମିନିଟ ଭିତରେ ଲୋକ ମୃତ୍ୟୁ ବରଣ କରିଥାଏ।’’ ପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି ନବ ଦାସଙ୍କ ମୃତ୍ୟୁ ଘୋଷଣା କରିବାରେ ବିଳମ୍ବ କାହିଁକି କରାଗଲା ? ଏହା ପଛରେ କିଏ ଅଛନ୍ତି ?

ସେହିପରି ମୃତ୍ୟୁ ସମୟ ଲୁଚାଇବା ଏକ ଅପରାଧ । ଧାରା 201 ଦ୍ଵାରା ସେମାନେ ମଧ୍ୟ ଅଭିଯୁକ୍ତ । ଏସବୁ ବ୍ୟତୀତ ସରକାର FBI କୁ କେସ ଦେଇଛନ୍ତି ବିହେଭିଅର ଏକ୍ସପର୍ଟ ପାଇଁ। ଯାହାର କିଛି ଆବଶ୍ୟକତା ଥିବା ମନେ ହେଉନାହିଁ । କାରଣ କୌଣସି ଘଟଣାରେ ଏକାଧିକ ଅଭିଯୁକ୍ତ ଥିଲେ FBI କିଛି ସନ୍ଦେହ ଅଭିଯୁକ୍ତ ମାନଙ୍କୁ ତର୍ଜମା କରି ସଠିକ ତଥ୍ୟ ଦେଇପାରେ । ହେଲେ ଏଠି ତ ଗୋପାଳ ଏକା । ଏଫବିଆଇ କଣ କରିବ। ନାର୍କୋ ଟେଷ୍ଟରେ ହିଁ ସମ୍ଭବ ହୋଇପାରିବ। ଏମାନେ ନାର୍କୋ ଟେଷ୍ଟ କରିଛନ୍ତି କିନ୍ତୁ ଚୁପ କାହିଁ ରହିଛନ୍ତି? ତେଣୁ ବିଜେପି ଆରମ୍ଭରୁ କହିଆସୁଛି ସିବିଆଇ ତଦନ୍ତ କରାଯାଉ। ପୋଲିସ ଡିଜିଙ୍କର ନୀରବତା ବି ଅନେକ ଦ୍ଵନ୍ଦ ସୃଷ୍ଟି କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ନବ ଦାସଙ୍କ ଛାତିରେ ଗୁଳି ବାଜିଲା ଏବଂ ବାହାରିଗଲା କିନ୍ତୁ ଗୁଳି ଏପର୍ଯ୍ୟନ୍ତ ମିଳିନାହିଁ । ସବୁଠାରୁ ବଡ ପ୍ରଶ୍ନ ହୃତପିଣ୍ଡରେ ଗୁଳି ବାଜିଲେ କିଛି ମିନିଟ ଭିତରେ ମୃତ୍ୟୁ ଘଟେ । ହେଲେ ଗୁଳି ବାଜିଲା ଝାରସୁଗୁଡ଼ାରେ ଭୁବନେଶ୍ଵର ପହଞ୍ଚିବା ପରେ ରାତି ୮ଟାରେ ନବ ଦାସଙ୍କ ମୃତ୍ୟୁ ଘଟିଥିବା କୁହାଗଲା । ମୃତ୍ୟୁ ଘୋଷଣାରେ ବିଳମ୍ବ ପାଇଁ ଦାୟୀ କିଏ । ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ?

ସେହିପରି ଓଡିଶା ପୋଲିସର ସ୍ଥିତି ପ୍ରସଙ୍ଗରେ ପ୍ରକାଶ ମିଶ୍ର କହିଛନ୍ତି ଓଡିଶା ପୋଲିସରେ ଏବେ ଅନେକ ଗୋପାଳ ଅଛନ୍ତି। ପୋଲିସ ମାନୁନାହାଁନ୍ତି ଡିଜିଙ୍କୁ । ଶୃଙ୍ଖଳା ବାହାରେ ଓଡିଶା ପୋଲିସ। ନିଜ ଇଚ୍ଛାରେ ପୋଲିସ ମାନେ କାମ କରୁଛନ୍ତି ଏହି ସରକାରରେ। ଏବେ ପୋଲିସ ପାଖରେ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହୁଛି କିଛି ବି ହେଇପାରେ ଯଦି ପୋଲିସର ଶୃଙ୍ଖଳା ନ ଆସେ ବୋଲି ଚେତାଇ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.