ETV Bharat / state

ନବୀନଙ୍କ ନେତୃତ୍ବରେ ଚାଲିଛି ଶାସନ; ବିଜେପିର ନାହିଁ କିଛି କାମ, ଖାଲି ସ୍ଲୋଗାନ: ବିଜେଡି

author img

By

Published : Jun 23, 2023, 7:43 PM IST

ସମସ୍ତେ ଜାଣିଛନ୍ତି ଓଡିଶାର ଶାସନ ଭାର ମୁଖ୍ୟମନ୍ତ୍ରୀଙ୍କ ହାତରେ ଅଛି । ଆମ ଓଡ଼ିଶାର ଗୋଟିଏ ନେତା ନବୀନ ପଟ୍ଟନାୟକ । ତାଙ୍କ ନିର୍ଦ୍ଦେଶରେ ସରକାର ଓ ଶାସନ ଚାଲିଛି । ରାଜ୍ୟ ସରକାରଙ୍କ ଯୋଜନାକୁ ମନ୍ତ୍ରୀମାନେ ଅଫିସରଙ୍କ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଁଚାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ, 5ଟି ସଚିବ ଓ ଅନ୍ୟ ଅଧିକାରୀମାନେ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । 5ଟି ସଚିବ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯାଇ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ନବୀନଙ୍କ ନେତୃତ୍ବରେ ଚାଲିଛି ଶାସନ; ବିଜେପିର ନାହିଁ କିଛି କାମ, ଖାଲି ସ୍ଲୋଗାନ: ବିଜେଡି
ନବୀନଙ୍କ ନେତୃତ୍ବରେ ଚାଲିଛି ଶାସନ; ବିଜେପିର ନାହିଁ କିଛି କାମ, ଖାଲି ସ୍ଲୋଗାନ: ବିଜେଡି
ନବୀନଙ୍କ ନେତୃତ୍ବରେ ଚାଲିଛି ଶାସନ; ବିଜେପିର ନାହିଁ କିଛି କାମ, ଖାଲି ସ୍ଲୋଗାନ: ବିଜେଡି

ଭୁବନେଶ୍ବର: ଓଡ଼ିଶାର ଶାସନ ବ୍ୟବସ୍ଥା ଓ ବିକାଶକୁ ନେଇ ବାଣ ମାରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କଳାହାଣ୍ଡିରେ ନଡ୍ଡାଙ୍କ ବାଣ ହୋଇଛି ଭୁବନେଶ୍ବରରେ ବିସ୍ଫୋରଣ । ନାଁ ନେଇ ଶାସନ ବ୍ୟବସ୍ଥାକୁ ନେଇ କଟାକ୍ଷର ଜବାବ ରଖିଛି ବିଜେଡି । ଓଡିଶାର ଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଅଛି । ତାଙ୍କ ନିର୍ଦ୍ଦେଶରେ ସରକାର ଓ ଶାସନ ଚାଲିଛି ବୋଲି କହିଛନ୍ତି ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।

ମନ୍ତ୍ରୀ କହିଛନ୍ତି ଯେ, ବିଜେପିର ଖାଲି ସ୍ଲୋଗାନ । ଚିନ୍ତନ, ମନ୍ଥନ ଓ ବୈଠକରେ ଦଳ ସୀମିତ । କାର୍ଯ୍ୟରେ ତାଙ୍କର କିଛି ନାହିଁ । ପଶ୍ଚିମ ଓଡିଶାର ଅନେକ ବଡ ବଡ ମୁଦ୍ଦା ଅଛି । ତାହାର ସମାଧାନ କରିବାକୁ ସେ ଚାହାନ୍ତି ନାହିଁ । ନେଟୱାର୍କ ସମସ୍ୟା ରହିଛି ପଦକ୍ଷେପ ନେଉନାହାନ୍ତି । ଖାଲି କଥା କହିବେ । ନୂଆପଡାରୁ ବରଗଡ ଟ୍ରେନ ଲାଇନ ପାଇଁ ଉପନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯଦି କେନ୍ଦ୍ର ରେଳ ଲାଇନ ପାଇଁ ପଦକ୍ଷେପ ନେବେ ତେବେ ଆମେ ମାଗଣା ଜମି ଯୋଗାଇ ଦେବୁ । ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ । ତାଙ୍କର ସବୁ କାର୍ଯ୍ୟକ୍ରମ ଘୋଷଣାରେ ରହେ । ବ୍ୟାନର ଓ ପୋଷ୍ଟରେ ତାଙ୍କର ପାର୍ଟି ଚାଲିଛି । ଖାଲି ପ୍ରଚାର ପ୍ରସାରର ଦଳ ବିଜେପି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର କାର୍ଯ୍ୟକ୍ରମ କରୁଛନ୍ତି । ସ୍କୁଲ, କଲେଜ, ହସ୍ପିଟାଲ ଓ ମନ୍ଦିର ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି ।

ସମସ୍ତେ ଜାଣିଛନ୍ତି ଓଡିଶାର ଶାସନ ଭାର ମୁଖ୍ୟମନ୍ତ୍ରୀଙ୍କ ହାତରେ ଅଛି । ଆମ ଓଡ଼ିଶାର ଗୋଟିଏ ନେତା ନବୀନ ପଟ୍ଟନାୟକ । ତାଙ୍କ ନିର୍ଦ୍ଦେଶରେ ସରକାର ଓ ଶାସନ ଚାଲିଛି । ରାଜ୍ୟ ସରକାରଙ୍କ ଯୋଜନାକୁ ମନ୍ତ୍ରୀମାନେ ଅଫିସରଙ୍କ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଁଚାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ, 5ଟି ସଚିବ ଓ ଅନ୍ୟ ଅଧିକାରୀମାନେ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । 5ଟି ସଚିବ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯାଇ ସମୀକ୍ଷା କରିଛନ୍ତି । ନବୀନ ସରକାରର ଯୋଜନା ଲୋକଙ୍କ ପାଖରେ ପହଁଚିଛି ନା ନାହିଁ 5ଟି ସଚିବ ଯାଇ ବୁଝୁଛନ୍ତି । ନବୀନ ପଟ୍ଟନାୟକ ହିଁ ସରକାର ଚଲାଉଛନ୍ତି । ଅଫିସର ଶାସନ ଚଲିଛି ବୋଲି କହି ବିରୋଧୀ ଲୋକଙ୍କୁ ଭ୍ରମିତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବିରୋଧି ସହି ପାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କର ଟିକେ ବୟସ ହେଲାଣି । ଯେଉଁ ଜାଗାରେ ଆବଶ୍ୟକତା ପଡୁଛି ମୁଖ୍ୟମନ୍ତ୍ରୀ ଯାଉଛନ୍ତି । ଜିଲ୍ଲା ଗସ୍ତରେ ଯାଇ ଉଦଘାଟନ ଓ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରୁଛନ୍ତି । ହକି, ଫୁଟବଲ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବି ସେ ଯାଉଛନ୍ତି ।

ବିରୋଧୀଙ୍କ କାମ ବିରୋଧ କରିବା । ଆୟୁଷ୍ମାନ ଯୋଜନା ବଦଳରେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି । ମୋ ହସ୍ପିଟାଲ କାର୍ଯ୍ୟକ୍ରମରେ 147 ଡାକ୍ତରଖାନାର ତିଆରି ହୋଇଛି । ଡାକ୍ତର ନିଯୁକ୍ତି ବଢିଛି । ଆୟୁଷ୍ମାନ ଯୋଜନାରେ ଲୋକ ହଇରାଣ ହେଉଛନ୍ତି । ଆବାସ ଯୋଜନାରେ ଦୁର୍ନୀତି ହୋଇନାହିଁ । ଗାଇଡ ଲାଇନ ହିସାବରେ ଘର ବଣ୍ଟା ଯାଉଛି । ବିଜେପି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଯୋଜନା କରୁଛନ୍ତି । ରାଜ୍ୟର ଅଗ୍ରଗତି ବିଜେପି ସହି ପାରୁନାହିଁ । 2019ରେ 120 ସିଟ ଜିତିବୁ ବୋଲି ବିଜେପି ନେତା କହିଥିଲେ । ପୁରା ଓଡିଶାରେ 20 ସିଟ ଜିତିଲେ । ଓଡ଼ିଶାରେ ସରକାର ଗଢିବା ନେଇ ବିଜେପି ଦିବା ସ୍ବପ୍ନ ଦେଖୁଛି । 2024ରେ ଜିତିଥିବା 8 ଲୋକସଭା ସିଟ ରହିବ ନାହିଁ । 23 ବିଧାନସଭା ଆସନ 13ଟି ରହିବକି ନା ନାହିଁ ସନ୍ଦେହ ଅଛି । ଲୋକ କାମ ଚାହାନ୍ତି । ବିଜେପି ନେତା ଖାଲି କଥା କୁହନ୍ତି । ବିଜେପି ଇଡି, ସିବିଆଇ ଓ ଆଇଟି ଲଗାଇ ଦେଶରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି । 2024 ରେ ଆଶ୍ଚର୍ଯ୍ୟ ଚକିତ କରିବା ପରି ଫଳାଫଳ ଆସିବ । ଆମ ସିଟ ଗଲା କୁଆଡେ ବୋଲି ବିଜେପି ବିଶ୍ବାସ କରିପାରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.