ETV Bharat / state

ଓଡିଶାରେ ମମତା; ପୁରୀରେ 2 ଦିନିଆ କାର୍ଯ୍ୟକ୍ରମ, 23ରେ ନବୀନଙ୍କୁ କରିବେ ସାକ୍ଷାତ

author img

By

Published : Mar 21, 2023, 4:40 PM IST

ଭୁବନେଶ୍ବରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିମାନବନ୍ଦରରେ ମମତାଙ୍କୁ ସ୍ବାଗତ କଲେ ଓଡ଼ିଶା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେଠାରୁ ପୁରୀ ଗସ୍ତ କରିଛନ୍ତି ମମତା ଆଣ୍ଡ ଟିମ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସହ ପଶ୍ଚିମବଙ୍ଗ ସରକାରଙ୍କର କିଛି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଓଡ଼ିଶା ଆସିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ମମତା ଆଣ୍ଡ ଟିମକୁ ସ୍ୱାଗତ କରିଛନ୍ତି ଓଡ଼ିଶାର ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତେବେ ବିମାନ ବନ୍ଦରରେ ପହଞ୍ଚି ସେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ କିଛି ଅଧିକାରୀଙ୍କୁ ମମତା ପୁରୀରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାତ୍ରି ଯାପନ କରିବେ ମମତା । ଏନେଇ ସେଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମମତାଙ୍କ କୌଳିକ ପଣ୍ଡାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି (ବୁଧବାର) ଅପରାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଟିଏମ୍‌ସି ସୁପ୍ରିମୋ । ଏହାପରେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି (ମଙ୍ଗଳବାର) ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଠାରେ ପହଞ୍ଚିବା ପରେ ସେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ବଳିଆ ପଣ୍ଡାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏକ ଗେଷ୍ଟ ହାଉସ୍ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ମମତା । ପୁରୀରେ ଆଜି ସନ୍ଧ୍ୟାରେ ମମତା ବାନାର୍ଜୀ ପହଞ୍ଚି ନିର୍ମାଣ ନିବାସରେ ଅବସ୍ଥାନ କରିବେ । ସେଠାରେ ରାତ୍ରି ଯାପନ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଏହାପରେ ଆସନ୍ତାକାଲି (ବୁଧବାର) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସ୍ଵାଗତ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୀର୍ଘାୟୁ ଜୀବନ ଏବଂ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ମହାପ୍ରଭୁଙ୍କ ନିକଟରେ ସ୍ଵତନ୍ତ୍ର ପୂଜା ହେବ ବୋଲି ମମତାଙ୍କ କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାପରେ ଆସନ୍ତା ୨୩ ତାରିଖ ଅର୍ଥାତ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତରେ ଆଲୋଚନାରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ତାହା ଜଣା ପଡିନାହିଁ । ତୃତୀୟ ସାମ୍ମୁଖ୍ୟ ମେଣ୍ଟ ପ୍ରସଙ୍ଗ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମମତା ବାନାର୍ଜୀ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଓଡିଶା ଆସିବା ପୂର୍ବରୁ ମମତା ବାନାର୍ଜୀଙ୍କୁ ଭେଟିଥିଲେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ । ତାପରେ ମମତା ବାନାର୍ଜୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସ୍ଥିର କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଦ୍ୟମ ଆରମ୍ଭ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ଉଭୟ ରାଜ୍ୟର ମୁଖିଆଙ୍କ ଆଲୋଚନାରେ ପଶ୍ଚିମବଙ୍ଗରେ ରହୁଥିବା ଓଡିଆଙ୍କ ସମସ୍ୟା ପ୍ରସଙ୍ଗ ବିଶେଷ ଭାବେ ସ୍ଥାନ ପାଇପାରେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.