ETV Bharat / state

କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କ ଉଦ୍ୟମରେ ସମାଜରେ ଆସିବ ସକରାତ୍ମକ ପରିବର୍ତ୍ତନ: ବିଭାଗୀୟ କମିଶନର - କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ

କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ନବ ନିଯୁକ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କୁ ସମ୍ବୋଧନ କଲେ ବିଭାଗୀୟ ଅଧିକାରୀ । ଅଧିକ ପଢନ୍ତୁ

Welfare Extension Officers
Welfare Extension Officers
author img

By ETV Bharat Odisha Team

Published : Oct 14, 2023, 12:39 PM IST

ଭୁବନେଶ୍ବର: ଶେଷ ହୋଇଛି କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କର 11 ଦିନିଆ ମାର୍ଗଦର୍ଶନ କାର୍ଯ୍ୟକ୍ରମ । ଅନ୍ତିମ ଦିନରେ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ କମିଶନର ନବ ନିଯୁକ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କୁ ସମ୍ବୋଧନ କରିଛନ୍ତି । ଏହାସହ ସେମାନଙ୍କ ଉଦ୍ୟମରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆସିବ ବୋଲି ମତ ବ୍ୟକ୍ତ କରିଥିଲେ । ରାଜ୍ୟର ପଛୁଆ ବର୍ଗ ତଥା ସଂଖ୍ୟାଲଘୁଙ୍କ ବିକାଶ ହେଲେ ସମଗ୍ର ରାଜ୍ୟ ପ୍ରଗତିର ପଥରେ ଆଗେଇବ । ସେଥିପାଇଁ ଆମ ସମସ୍ତଙ୍କୁ ନୈତିକ ମାନଦଣ୍ଡ ଓ ସମାଜ ପ୍ରତି ସମର୍ପଣ ଭାବ ରଖି କାର୍ଯ୍ୟ କରିବାକୁ ପଡିବ । ଏହି ସୂଚନା ଦେଇଥିଲେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ମଧ୍ୟ ଯୋଗ ଦେଇଥିଲେ । ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ବୃତ୍ତିଗତ ଅଖଣ୍ଡତା ସମ୍ପର୍କରେ ସେ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ, ସମାଜରେ ଥିବା ପଛୁଆ ବର୍ଗଙ୍କ ପ୍ରତି ଅଧିକାରୀମାନେ ଦୟା, ସହାନୁଭୂତି ରଖିବା ସହ ବୃତ୍ତିଗତ ଅଖଣ୍ଡତାକୁ ଗୁରୁତ୍ବ ଦେବା ଉଚିତ । 11 ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବାରେ ସାହାଯ୍ୟ କରିବ ଓ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟ ଗ୍ରନ୍ଥାଗାରରେ ମାର୍ଗଦର୍ଶନ କାର୍ଯ୍ୟକ୍ରମ, ପ୍ରତିଯୋଗିତା ମୂଳକ ସେବା ପରୀକ୍ଷାରେ ଗୁରୁତ୍ବାରୋପ

ଦିଗଦର୍ଶନ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ଷେତ୍ର ପରିଦର୍ଶନରେ ଅଧିକାରୀମାନଙ୍କୁ କେନ୍ଦୁଝର ଓ ଗଜପତି ଜିଲ୍ଲା ପରିଦର୍ଶନରେ ନିଆଯାଇଛି । ସେଠାରେ ସେମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ରାଜ୍ୟ ସରକାର ନେଉଥିବା ସମସ୍ତ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଜାଣିଥିଲେ । ସରକାରୀ ଯୋଜନା ଲୋକଙ୍କ ମଧ୍ୟରେ ଆଣୁଥିବା ପରିବର୍ତ୍ତନକୁ ସେମାନେ ଲକ୍ଷ୍ୟ କରିଛନ୍ତି । ଯୋଜନାଗୁଡିକ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ଜରୁରୀ ସେବାରେ ଉନ୍ନତି ଆଣିପାରିଛି । ଅନ୍ତିମ ଦିନରେ ନବ ନିଯୁକ୍ତ ଅଧିକାରୀମାନେ ନିଜର ଅନୁଭୂତି ପ୍ରକାଶ କରିବା ସହ ଆଗକୁ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.