ETV Bharat / state

Weather Update: କଲବଲ କରୁଛି କୁହୁଡି, ଆସୁଛି ପଶ୍ଚିମା ଝଡ

author img

By

Published : Jan 15, 2023, 7:35 AM IST

ଗୁରୁଚାପ ପ୍ରଭାବ ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଏହାରି ଭିତରେ ଆସୁଛି ପଶ୍ଚିମା ଝଡ । ଯାହାର ପ୍ରଭାବରେ ଆସନ୍ତା ୧୭ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଆସୁଛି ପଶ୍ଚିମା ଝଡ
ଆସୁଛି ପଶ୍ଚିମା ଝଡ
କଲବଲ କରୁଛି କୁହୁଡି, ଆସୁଛି ପଶ୍ଚିମା ଝଡ

ଭୁବନେଶ୍ବର: ହାଡଭଙ୍ଗା ଶୀତ ପରେ ଏବେ କଲବଲ କରୁଛି କୁହୁଡି । ପୁଣି ଆସୁଛି ପଶ୍ଚିମା ଝଡ । ଆସନ୍ତା ୧୭ ବେଳକୁ ଉତ୍ତର ଆଭ୍ୟନ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ୯ ଜିଲ୍ଲା ଏବଂ ୧୮ ତାରିଖରେ ୬ ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ବେଳେ ଘନ କୁହୁଡି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଉଷ୍ଣ ଜଳୀୟ ବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରଭାବରେ ବଢିଛି ରାଜ୍ୟର ରାତ୍ରି ତାପମାତ୍ରା । ଶୀତ କମିଛି ।

ସେପଟେ ଗୁରୁଚାପ ପ୍ରଭାବ ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳୁଛି । ଏହାରି ଭିତରେ ଆସୁଛି ପଶ୍ଚିମା ଝଡ । ଯାହାର ପ୍ରଭାବରେ ଆସନ୍ତା ୧୭ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆକାଶ ମେଘାଚ୍ଛନ୍ନ ରହିବା ସହ ୧୭ ତାରିଖରେ ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ , ବାଲେଶ୍ବର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଢେଙ୍କାନାଳରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ୧୮ ତାରିଖରେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜରେ ହାଲୁକା ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ।

ସେହିପରି ଆଗାମୀ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ଗୁରୁଚାପ ବଳୟ ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶା ଓ ପାଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ଘନ କୁହୁଡି ସହ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି । ଘନ କୁହୁଡି ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଢେ଼ଙ୍କାନାଳ, ଜଗତସିଂହପୁର, କଟକ,ପୁରୀ ଓ ଖୋର୍ଦ୍ଧା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଆଜି(ରବିବାର) ପାଇଁ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ପାଗ ମୁଖତଃ ଶୁଖିଲା ରହିବା ସହ ସର୍ବନିମ୍ନ ରାତ୍ରି ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୧୦ ଡିଗ୍ରୀ ସେଲସିୟସ ଓ ପାହାଡିଆ ଅଞ୍ଚଳ କୋରାପୁଟରେ ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.