ETV Bharat / state

୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୧ରୁ ବଢିବ ବର୍ଷା - ସେପ୍ଟେମ୍ବର ୧ ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ପୁଣି ହେବ ବର୍ଷା । ସେପ୍ଟେମ୍ବର ୧ ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ୧ ତାରିଖରୁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଅଧିକ ପଢ଼ନ୍ତୁ

weather update
ପାଣିପାଗ ସୂଚନା
author img

By ETV Bharat Odisha Team

Published : Aug 30, 2023, 6:47 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ସେପ୍ଟେମ୍ବର ୧ ରୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧ ତାରିଖ ବେଳକୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ । ଉପକୂଳବର୍ତ୍ତୀ ଅଞ୍ଚଳରୁ ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବାୟୁମଣ୍ଡଳରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ମୌସୁମୀ ପୁଣି ସକ୍ରିୟ ହେବ। ମୌସୁମୀର ସକ୍ରିୟତାକୁ ନେଇ ୧ ତାରିଖରୁ ଧୀରେ ଧୀରେ ବର୍ଷାରେ ପରିମାଣ ବଢିବା ସହ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି l ଦୁର୍ବଳ ମୋୖସୁମୀ ପ୍ରବାହକୁ ନେଇ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନଥିବା ବେଳେ ଆଗାମୀ ୨ ଦିନ ଯାଏଁ ଅର୍ଥାତ ଆଜି ଆଉ ଆସନ୍ତାକାଲି କିଛି କିଛି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କୌଣସି ସତର୍କ ସୂଚନା ନାହିଁ l ଆସନ୍ତାକାଲି ରାଜ୍ୟର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି l ବାଲେଶ୍ୱର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ପୁରୀ, ଖୋର୍ଦ୍ଧା ,ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଛାଡିଲା ବର୍ଷା, ବଢ଼ିଲା ଖରା; ୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୦ .୨ ମିମି ତୁଳନାରେ ୯୫% କମ ରହିଛି l ୧ ଜୁନ ଠାରୁ ୩୦ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୪ ପ୍ରତିଶତ ବର୍ଷା ରେକର୍ଡ ହୋଇଛି l କେବଳ ବୌଦ୍ଧ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକା ବର୍ଷା ହୋଇଛି l ଅବଶିଷ୍ଟ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.