ETV Bharat / state

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ରାଜଧାନୀରେ ୯ଡିଗ୍ରୀ ଖସିଲା ତାତି - ଆରବ ସାଗରରେ ସାମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି

ଆରବ ସାଗରରେ ସୃଷ୍ଟ ସାମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ଦିନ ତାପମାତ୍ରା ହ୍ରାସ ପାଇଛି । ଗରମର ପ୍ରଭାବ ସାମାନ୍ୟ କମିଥିବା ବେଳେ ଗୁଳୁଗୁଳିରୁ ନିସ୍ତାର ମିିଳିଛି । ଅଧିକ ପଢ଼ନ୍ତୁ

Weather update
ପାଣିପାଗ ସୂଚନା
author img

By

Published : Jun 6, 2023, 10:17 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ଆରବ ସାଗରରେ ସାମ୍ଭାବ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସୃଷ୍ଟ ଲଘୁଚାପ ଦକ୍ଷିଣ-ପୂର୍ବ ଆରବ ସାଗରରେ ସକ୍ରିୟ ହୋଇ ରହିଛି । ଅବପାତ ପରିଣତ ହେବା ପରେ କାଳକ୍ରମେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ପ୍ରଭାବରେ ରାଜ୍ୟରେ କିଛି ମାତ୍ରାରେ ତାପମାତ୍ରା ଖସିଛି । ରାଜଧାନୀରେ ବର୍ଷା ପ୍ରଭାବରେ ୯ ଡିଗ୍ରୀ ଯାଏ ତାପମାତ୍ରା ତଳକୁ ଖସିଛି । ଗରମର ପ୍ରଭାବ ସାମାନ୍ୟ କମିଥିବା ବେଳେ ଗୁଳୁଗୁଳିରୁ ମଧ୍ୟ ନିସ୍ତାର ମିିଳିଛି ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବ । ଅଧିକ ବର୍ଷାକୁ ନେଇ ୧୯ ଜିଲ୍ଲା ଯେପରିକି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ବହିବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷାକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାକୁ ୟେଲୋ ୱେଲୋ ୱାର୍ଣ୍ଣିଂ ଜାରି କରିଛି । ବର୍ତ୍ତମାନ ପାଗ ପରିବର୍ତ୍ତନ ହେବାରୁ ନଥିବା ବେଳେ ୮ ଓ ୯ ବେଳକୁ ତାପମାତ୍ରା କମିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ଜଣାପଡ଼ିିଛି । କଳାହାଣ୍ଡି ନର୍ଲାରେ ସର୍ବାଧିକ ୪୮. ୦୦ ମିମି ବର୍ଷା ରେକର୍ଡ କରାଯାଇଛି ।ସେହିପରି ବୌଦ୍ଧରେ ସର୍ବାଧିକ ୪୪ .୦୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହୀରାକୁଦରେ ୪୧.୬ ଡିଗ୍ରୀ, ଝାରସୁଗୁଡ଼ା ୪୧.୮ ଡିଗ୍ରୀ, ଚାନ୍ଦବାଲି ୩୮.୨ ଡିଗ୍ରୀ, ବାଲେଶ୍ବର ୩୭.୪ ଡିଗ୍ରୀ, ପୁରୀ ୩୪.୬ ଡିଗ୍ରୀ, ଗୋପାଳପୁର ୩୪.୬ ଡିଗ୍ରୀ, ପାରାଦ୍ବୀପ ୩୩.୮ ଡିଗ୍ରୀ, କେନ୍ଦୁଝର ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.