ETV Bharat / state

କୋରୋନା ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଅତିରିକ୍ତ ଜିଲ୍ଲାପାଳ - ବ୍ୟାପୁଛି ସଂକ୍ରମଣ

ବଢୁଛି ସଂକ୍ରମଣ । କୋରୋନା ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ଅତିରିକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ...

We are fully prepared for the tackle corona situation : khordha additional district magistate
କୋରୋନା ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : ଅତିରିକ୍ତ ଜିଲ୍ଲାପାଳ
author img

By

Published : Apr 29, 2021, 7:14 AM IST

ଖୋର୍ଦ୍ଧା: ଜିଲ୍ଲାରେ ବଢୁଛି ସଂକ୍ରମଣ । ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଜିଲ୍ଲାରେ ସଂକ୍ରମଣ ହାର ଦୃତଗତିରେ ବଢି ଚାଲିଛି। ଦୈନିକ ସଂକ୍ରମଣ ହଜାର ଉପରେ ରହୁଛି । ବୁଧବାର ଜିଲ୍ଲାରେ 24 ଘଣ୍ଟାରେ 1800 ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ଯା ଶତକ ଛୁଇଁଲାଣି । ଗ୍ରାମାଞ୍ଚଳରେ 111 ଆକ୍ରାନ୍ତ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ବୁଧବାର ପ୍ରଶାସନ ପକ୍ଷରୁ କୋଭିଡ ସମୀକ୍ଷା କରାଯାଇଛି।

କୋରୋନା ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : ଅତିରିକ୍ତ ଜିଲ୍ଲାପାଳ

ଗଣମାଧ୍ୟମକୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ କହିଛନ୍ତି ଯେ, କୋଭିଡ ନିୟନ୍ତ୍ରଣ ଲାଗି ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ବାଳକାଟି ଠାରେ 160 ଶଯ୍ଯା ବିଶିଷ୍ଟ ଡେଡିକେଟେଡ କୋଭିଡ ହସ୍ପିଟାଲ ରହିଛି। ଏଥିରେ ଅକ୍ସିଜେନ, ଆଇସିୟୁ, ସାଧାରଣ ଶଯ୍ୟା ରହିଛି। ଖୁଦୁପୁରରେ 300 ଶର୍ଯ୍ଯା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଥିବା ବେଳେ ଝାମୁଝରୀରେ 500 ଶଯ୍ଯା ବିଶିଷ୍ଟ ସିସିସି ବ୍ଯବସ୍ଥା କରାଯିବ। ଏଥିସହିତ ଖୋର୍ଦ୍ଧା ପିଏନ କଲେଜ, ନାଚୁଣୀ କଲେଜ, ଏବଂ ଆଇଏନଏସ ଚିଲିକାରେ 150 ଶଯ୍ୟା ସିସିସି ଯୋଜନା ରହିଛି।

ଜିଲାରେ 26ଟି ରାପିଡ ରେସପନ୍ସ ଟିମ (ଆରଆରଟି ) ସଂଘରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ସେହିପରି ଘରକୁ ଘର ବୁଲି ଥର୍ମାଲ ସ୍କିନିଂ, କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଛି। ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବସ୍ତି ଓ ପଞ୍ଚାୟତ କୋଭିଡ ପରିଚାଳନା କମିଟି(ସିଏମସି) ନିଜ ଅଞ୍ଚଳ କୋଭିଡ ସମୀକ୍ଷା, ସଚେତନତା, ନିୟମିତ ବୈଠକ କରୁଛନ୍ତି। ବଙ୍ଗ, କୁମ୍ଭମେଳା ଫେରନ୍ତା ତଥା ରେଡ ଜୋନ ତାଲିକାଭୁକ୍ତ ରାଜ୍ଯରୁ ଫେରୁଥିବା ପ୍ରବାସୀଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଓ 14ଦିନିଆ ସଂଘରୋଧ ବାଧ୍ଯତାମୂଳକ ରହିଛି। ଏନେଇ ଜିଲ୍ଲାରେ 22ଟି କ୍ଲଷ୍ଟର ଟିଏମ଼ସି ବ୍ଯବସ୍ଥା କରାଯାଇଛି। ଏଥିରେ 804 ଶଯ୍ୟା ରହିଛି। ନିକଟରେ ବାଲୁଗାଁ ଷ୍ଟେସନରେ ପହଞ୍ଚି ଥିବା 21 ଜଣ ବଙ୍ଗ ଫେରନ୍ତାଙ୍କୁ ସଂଘରୋଧରେ ରଖାଯାଇଛି।

ଜଟଣୀ ଓ ବାଲୁଗାଁ ଷ୍ଟେସନରେ ନାମ ପଞ୍ଜିକରଣ ଆରମ୍ଭ ହୋଇଛି । ବାହାର ଫେରନ୍ତାଙ୍କ ଉପରେ କଡା ନଜର ରହିଛି। ଜିଲ୍ଲାରେ ଅକ୍ସିଜେନର କୌଣସି ଅଭାବ ନାହିଁ। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଅକ୍ସିଜେନ ରିଫଲିଙ୍ଗ ସଂସ୍ଥା ରହିଛି। ଆବଶ୍ୟକ ପଡିଲେ ପଡୋଶୀ ପୁରୀ, ଗଞ୍ଜାମ, ନୟାଗଡ଼କୁ ପଠାଯିବା ବ୍ଯବସ୍ଥା କରାଯିବ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କୋଭିଡ ଏନଫୋର୍ସମେଣ୍ଟ କଡାକଡି କରାଯାଇଛି। ବିନା ମାସ୍କ ରେ ବୁଲୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ସହ କୋଭିଡ ଗାଇଡଲାଇନ ଉଲ୍ଲଘଂନକାରୀ ଦୋକାନ, ବଜାର ସିଲ କରାଯିବ। ଖୋର୍ଦ୍ଧା ଉପଖଣ୍ଡରେ 16 ଓ ଭୁବନେଶ୍ଵର ଉପଖଣ୍ଡରେ 2ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି। ସଂକ୍ରମଣ ନିୟନ୍ତ୍ରଣ ଲାଗି ଜନସାଧାରଣଙ୍କ ସହଭାଗିତା ଜରୁରୀ ବୋଲି ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ କହିଛନ୍ତି। କୋଭିଡ ନିୟନ୍ତ୍ରଣ ଲାଗି ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପ୍ରତି ପ୍ରତ୍ଯେକ ବ୍ଯକ୍ତି ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.