ଖୋର୍ଦ୍ଧା: କୋରୋନା ଠାରୁ ବଳିଗଲାଣି ଜଳ ସମସ୍ୟା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଯଦୁନଗର ଗ୍ରାମରେ ଏବେଠୁ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପ୍ରଶାସନ ପକ୍ଷରୁ ଗ୍ରାମରେ ଦୁଇଟି ନଳକୂପ ଓ ଖୋଲା କୂଅ ଥିଲେ ମଧ୍ୟ ତାହା ଅଚଳ । ବାଧ୍ୟହୋଇ ଗ୍ରାମବାସୀ ମାନେ ଏକ କିଲୋମିଟିର ରାସ୍ତା ଚାଲି ଚାଲି ଯାଇ ଏକ ପୋଖରୀରରୁ ଗୋଳିଆ ପାଣି ଆଣି ପିଉଛନ୍ତି ।
ଖାଲି ସେତିକି ନୁହଁ ପରିସ୍ଥିତି ଏପରି ଯେ, ଯେଉଁଠି ମଣିଷ ସେଇଠି ଗୋରୁଗାଈ ମିଶି ପାଣି ପିଉଛନ୍ତି । ବାରମ୍ବାର ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇ ନିରାଶ ହୋଇଥିବା କହିଛନ୍ତି ଗ୍ରାମବାସୀ । ସେପଟେ କେବେ ଏହି ଜଳ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଟିଭି ଭାରତ