ETV Bharat / state

ଖୋର୍ଦ୍ଧା ପୌରାଞ୍ଚଳ 18ନଂ ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା

ପୁଣି ଖୋର୍ଦ୍ଧା ପୋୖରାଞ୍ଚଳର 18ନଂ ୱାର୍ଡରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସନ୍ଧ୍ୟା 7ଟା ରୁ ଆସନ୍ତା 15 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖୋର୍ଦ୍ଧା ପୋୖରାଞ୍ଚଳର 18ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Jul 12, 2020, 9:36 PM IST

ଖୋର୍ଦ୍ଧା: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଲାଗିପାରୁନି ରୋକ । ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ଆକ୍ରାନ୍ତଙ୍କ ବୃଦ୍ଧି ଜିଲା ପ୍ରଶାସନର ମୁଣ୍ଡବିନ୍ଧାର ପଲଟିଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ପୋୖରାଞ୍ଚଳର 18ନଂ ୱାର୍ଡରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉକ୍ତ ଅଞ୍ଚଳରୁ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାପାଳ ସେହି ଅଞ୍ଚଳକୁ ଆଜି ସନ୍ଧ୍ୟା 7ଟା ରୁ ଆସନ୍ତା 15 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।

ଖୋର୍ଦ୍ଧା ପୋୖରାଞ୍ଚଳର 18ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ଖୋର୍ଦ୍ଧା ପୋୖରାଞ୍ଚଳର 18ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ସେହିପରି ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନକୁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ । ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳକୁ ଯେଭଳି କୌଣସି ବ୍ୟକ୍ତି ପ୍ରବେଶ ଓ ପ୍ରସ୍ଥାନ କରି ନପାରିବେ ସେଥିପାଇଁ ବ୍ୟାରିକେଡ କରାଯାଇ ଉକ୍ତ ଅଞ୍ଚଳକୁ ସିଲ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.