ETV Bharat / state

ସ୍କୁଲ କାନ୍ଥରେ ରହିବ ପିଏମ ପୋଷଣ ଯୋଜନାର ତଥ୍ୟ - ପିଏମ ପୋଷଣ ଯୋଜନାର ତଥ୍ୟ

PM Poshan: ସ୍କୁଲର କାନ୍ଥରେ ରହିବ ପିଏମ ପୋଷଣର ସମସ୍ତ ତଥ୍ୟ । ଏନେଇ ସମସ୍ତ ଜିଲ୍ଲା ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଆର ରଘୁରାମ ଆୟର । ଅଧିକ ପଢନ୍ତୁ

PM Poshan
ପିଏମ ପୋଷଣ ଯୋଜନାର ତଥ୍ୟ
author img

By ETV Bharat Odisha Team

Published : Jan 18, 2024, 3:56 PM IST

ଭୁବନେଶ୍ବର: ସ୍କୁଲର କାନ୍ଥରେ ରହିବ ପିଏମ ପୋଷଣର ସମସ୍ତ ତଥ୍ୟ । ସାପ୍ତାହିକ ମେନୁ ସମେତ ଟୋଲ ଫ୍ରି ନମ୍ବର ଆଦି ରହିବ । ଯାହାକୁ ନେଇ ଅନେକ ସମୟରେ ସଚେତନତା ସୃଷ୍ଟି କରାଯାଇପାରି ବ। ଏହାକୁ ନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଆର ରଘୁରାମ ଆୟର ସମସ୍ତ ଜିଲ୍ଲା ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ହାଇସ୍କୁଲ ଗୁଡ଼ିକର ରୂପାନ୍ତରିକରଣ କରାଯାଇଛି । ହେଲେ PM POSHAN ସହିତ ଜଡିତ ଅନେକ ପେଣ୍ଟିଂ ଉଭେଇ ଯାଇଛି । ତେଣୁ ଏହାକୁ ପୁନର୍ବାର କରିବାକୁ ପ୍ରତ୍ୟେକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର ଟଙ୍କା ମଞ୍ଜୁରୀ କରାଯାଇଛି । ଏହା ସର୍ବସାଧାରଣ ଦେଖିପାରିବା ନେଇ ବିଦ୍ୟାଳୟ କାନ୍ଥର ଏକ ଦୃଷ୍ଟାନ୍ତ ମୂଳକ ସ୍ଥାନରେ PM POSHAN ସୂଚନା ରହିବା ଆବଶ୍ୟକ । ଯାହାକୁ ନେଇ ରାଜ୍ୟର ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ତୁରନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଯଥା ଶୀଘ୍ର କରିବେ ।

ତେବେ ସପ୍ତାହିକ ଖାଦ୍ୟ ବିବରଣୀରେ ସୋମବାର ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା। ମଙ୍ଗଳବାର ଦିନ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ । ବୁଧବାର ଦିନ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ । ଗୁରୁବାର ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା । ଶୁକ୍ରବାର ଦିନ ପ୍ରଥମରୁଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ । ଶନିବାର ଦିନ ପ୍ରଥମରୁଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ ରହିଛି । ସେହିପରି ସାମଗ୍ରୀ ମୂଲ୍ୟ ପ୍ରାଥମିକ ସ୍ତରରେ ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ୮ ଟଙ୍କା ୮୨ ପଇସା ରହିଛି । ଚାଉଳ ପ୍ରାଥମିକ ସ୍ତରରେ ୧୦୦ ଗ୍ରାମ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୧୫୦ ଗ୍ରାମ । କ୍ୟାଲୋରୀ ପ୍ରାଥମିକ ସ୍ତରରେ ୪୯୩.୬୩ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୭୨୮.୬୭ । ପୁଷ୍ଟିକର ପ୍ରାଥମିକ ସ୍ତରରେ ୧୩.୮ ଗ୍ରାମ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୨୦.୫ ଗ୍ରାମ ଇତ୍ୟାଦି ବିବରଣୀରେ ଲେଖାଯିବ ।

ଏହା ମଧ୍ୟ ପଢନ୍ତୁ- PM Poshan Scheme: ଓଡିଶାକୁ ଦ୍ୱିତୀୟ କିସ୍ତିରେ ମିଳିଲା ୨୮୩.୭୮ କୋଟି

ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୮୦୦୩୪୫୬୭୨୨ ହେଲ୍ପ ଲାଇନ ନମ୍ବର ମଧ୍ୟ ରହିବ । ଏଥିସହ ଜରୁରୀକାଳୀନ ସେବା ଯେଭଳି କି ଆମ୍ବୁଲାନ୍ସ ନମ୍ବର ୧୦୮, ଦମକଳ କେନ୍ଦ୍ର ନମ୍ବର ୧୦୧, ପୋଲିସ ଷ୍ଟେସନ ନମ୍ବର ୧୦୦ ଆଦି ମଧ୍ୟ ଡିସପ୍ଲେ କରାଯିବ । ଏହା ସହ ପାଞ୍ଚଟି ନିୟମ ମଧ୍ୟ ରହିବା । ଯେଭଳି କି ବିଦ୍ୟାଳୟକୁ ନିରାପଦ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ପରିବେଶ ରଖିବା। ନିରାପଦ, ପୁଷ୍ଟିକର ଭୋଜନ ରନ୍ଧନ ଓ ପରିବେଷଣ କରିବା। ଖାଇବା ପୂର୍ବରୁ ଏବଂ ପରେ ହାତ ଧୋଇବା ଆବଶ୍ୟକ । ଲିଙ୍ଗଗତ, ସାମାଜିକ ବାଛ ବିଚାର ଦୂରୀକରଣ କରିବା ଆବଶ୍ୟକ । ନିରାପଦ ପାନୀୟ ଜଳର ବ୍ୟବସ୍ଥା କରିବା ଆବଶ୍ୟକ । ତେବେ ବିଦ୍ୟାଳୟରେ ଉପରୋକ୍ତ PM POSHAN ସମ୍ବନ୍ଧୀୟ ସୂଚନା କାନ୍ଥରେ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.