ଭୁବନେଶ୍ବର: ଅଧିକରୁ ଅଧିକ ଦକ୍ଷତା ସମ୍ପର୍ଣ୍ଣ ହେବେ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପାଞ୍ଚ ଦିନଧରି ଆରମ୍ଭ ହୋଇଥିଲା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ । ଶିକ୍ଷକଙ୍କର ତାଲିମ ପ୍ରଦାନ ପ୍ରକ୍ରିୟା ଉଦ୍ଯାପିତ ହୋଇଛି । ଉଦଯାପନ ସମାରୋହରେ ଦକ୍ଷତା ବୃଦ୍ଧି ପାଇଁ ଆହ୍ୱାନ ଦେଇଛନ୍ତି ସ୍ବତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ ।
ସୂଚନାନୁଯାୟୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପାଞ୍ଚଦିନ ଧରି ଆୟୋଜିତ ଧନ୍ଦାମୂଳକ ଶିକ୍ଷକମାନଙ୍କର ତାଲିମ ଉଦ୍ଯାପିତ ହୋଇଛି । ଭୋପାଳର କେନ୍ଦ୍ରୀୟ ପ୍ରଶିକ୍ଷଣ ସଂସ୍ଥାନର ପ୍ରଶିକ୍ଷକମାନେ ଏହି ତାଲିମ ପ୍ରଦାନ କରିଛନ୍ତି । ତାଲିମର ମୂଳ ଲକ୍ଷ୍ୟ ଥିଲା ନାସ୍ନାଲ ସ୍କିଲ କ୍ୱାଲିଫିକେସନ ଫ୍ରେମ୍ୱାର୍କ । ତେବେ ଏହି ଆଧାରରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୭୪ ଗୋଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ କରିବା ।
ବିଷୟଭିତ୍ତିକ ଉନ୍ନତ ଜ୍ଞାନକୌଶଳ ସହିତ ମଞ୍ଚେଶ୍ୱର ଠାରେ ଥିବା ପ୍ରିମିୟର ୱାର୍ଲଡ ସ୍କିଲ ସେଣ୍ଟର ଓ ଚନ୍ଦକା ରେ ଥିବା ସେଣ୍ଟ୍ରାଲ ଟୁଲ ରୁମ ଏଣ୍ଡ ଟ୍ରେନିଂ ସେଣ୍ଟର ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନକୌଶଳ ଲାଭ କରିଛନ୍ତି । ତେବେ ନିର୍ଦ୍ଦେଶକ ଆୟାର ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ଦୈନନ୍ଦିନ ସାମ୍ନା କରୁଥିବା ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ଆଲୋଚନା କରାଯାଇଛି । ଏହି ଅନୁଷ୍ଠାନ ଗୁଡିକୁ ସମୃଦ୍ଧ କରିବା ପାଇଁ ମତାମତ ମଧ୍ୟ ଲୋଡ଼ିଛନ୍ତି ।
ବିଭାଗର ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ କହିଛନ୍ତି, ‘‘ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ଅଧିକରୁ ଅଧିକ ନିଜର ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରିବା ଆବଶ୍ୟକତା ରହିଛି ।’’ ଏହାସହ ପାସିଭର ଯୁଗ୍ମ ନିର୍ଦ୍ଦେଶକ ପାଲିୱାଲ କହିଛନ୍ତି, ‘‘ ଓଡିଶା ହେଉଛି ପ୍ରଥମ ରାଜ୍ୟ ଯାହାକି ପାସିଭ ଭୋପାଳର ସହାୟତାରେ ଏପରି ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯାହାକି ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିବ।’’
କ୍ୟାମ୍ପସରେ ଉପଲବ୍ଧ ହୋଇଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଓ ସୁବିଧାକୁ ଦେଖିବା ପରେ ପ୍ରଭାବିତ ହୋଇଥିଲେ ଅତିଥି । ପାଠ ପଢୁଥିବା ପିଲାମାନେ ଅଟୋମେଶିନ ନିୟନ୍ତ୍ରଣ ପକ୍ରୀୟା, ଆର୍ଟିଫିଶିଆଲ ଉଣ୍ଟେଲିଜେନ୍ସ ମେସିନ ଲର୍ଣିଂ, ପାଇଥନ୍ ଆଡ଼ିବିଭିନ ଶିଳ୍ପ ଭିତ୍ତିକ ତାଲିମ ପାଇପାରିଛନ୍ତି । ତେବେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସସନ ସଚିବ ଶୁଭଶ୍ରୀ ନନ୍ଦ ଓ ପାସିଭ ଭୋପାଳର ଯୁଗ୍ମ ନିର୍ଦ୍ଦେଶକ ଦୀପକ ପାଲିୱାଲ ଅତିଥି ଭାବରେ ଯୋଗ ଦାନ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଦୀର୍ଘ ୫ ଦିନ ଧରି ଚାଲିଥିଲା ।
ଇଟିଭି ଭାରତ, ଭୁବନେଶ୍ବର