ETV Bharat / state

ଜବରଦଖଲକୁ ନେଇ ବିବାଦ: ଦୁଇ ଦିନର ଅନଶନ ପରେ ନରମିଲା ପ୍ରଶାସନ

author img

By ETV Bharat Odisha Team

Published : Jan 5, 2024, 8:47 AM IST

Villagers stage hunger strike: ସରକାରୀ ଜମି ଜବରଦଖଲକୁ ନେଇ ବିବାଦ । ଜବରଦଖଲ ଉଚ୍ଛେଦ ପାଇଁ ଅନସନରେ ବସିଲେ ବୋଲଗଡ଼ ନୂଆସହି ବାସିନ୍ଦା । ଶେଷରେ ପ୍ରସାଶନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

Villagers stage hunger strike
ଜବରଦଖଲକୁ ନେଇ ବିବାଦ
ଜବରଦଖଲକୁ ନେଇ ବିବାଦ

ଖୋର୍ଦ୍ଧା: ବୋଲଗଡ଼ ତହସିଲ କାର୍ଯ୍ୟାଳୟ ନିକଟରେ ସରକାରୀ ଜମି ଜବରଦଖଲକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶେଷରେ ସମାଧାନ ହୋଇଛି । ତହସିଲ ନିକଟ ନୂଆସହିରେ ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ବେଆଇନ ଘର ନିର୍ମାଣ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଅନେକ ଥର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଶୁଣିନଥିଲା । ଶେଷରେ ଗ୍ରାମବାସୀ ବୁଧବାରଠାରୁ ଆମରଣ ଅନଶନରେ ବସିଥିଲେ । ରାତିରେ ତହସିଲଦାର ଓ ଥାନା ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଗୁରୁବାର ସକାଳୁ ଜବରଦଖଲ ଉଚ୍ଛେଦ କରିଥିଲେ । ଏହାପରେ ଆମରଣ ଅନଶନରୁ ହଟିଛନ୍ତି ଗ୍ରାମବାସୀ । ଏହାକୁ ନେଇ ଗ୍ରାମବାସୀ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ବୋଲଗଡ଼ ତହସିଲ ନିକଟ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନୟନଜୋରି କିସମର ଷାଠିଏ ଡିସମିଲ ପରିମିତ ପୂର୍ତ୍ତ ବିଭାଗ ଅଞ୍ଚଳକୁ ଜଣେ ବ୍ୟକ୍ତି ଜବରଦଖଲ କରି ଦୀର୍ଘ ବର୍ଷ ହେଲା ଘର ନିର୍ମାଣ କରିଥିଲେ । ଏହି ଘର ଉଚ୍ଛେଦ ପାଇଁ ବୋଲଗଡ ଶିଆଳିଆ ନୂଆସାହି ବାସିନ୍ଦାମାନେ ବୋଲଗଡ ତହସିଲଦାର ନିବେଦିତା ପରିଡାଙ୍କୁ ବାରମ୍ବାର ଅଭିଯୋଗ କରିଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଅନ୍ୟପଟେ ସେହି ସରକାରୀ ଜବରଦଖଲ ସ୍ଥାନକୁ ଲାଗି ଅନ୍ୟ ଏକ ସରକାରୀ ଜାଗାକୁ ସାହି ବାସିନ୍ଦାମାନେ ଠାକୁରାଣୀ ମନ୍ଦିର ନିର୍ମାଣ କରିବା ପାଇଁ ତାରବାଡ଼ରେ ଆବଦ୍ଧ କରିଥିଲେ । ନରେନ୍ଦ୍ର ସାହୁ ସାହି ବାସିନ୍ଦାଙ୍କ ବିରୋଧରେ ଏହି ତାରବାଡ଼କୁ ହଟାଇବା ପାଇଁ ଗତ ଡିସେମ୍ବର 26ରେ ବୋଲଗଡ ତହସିଲ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ।

ଏହା ମଧ୍ୟ ପଢନ୍ତୁ...ମାଳମାଳ ବ୍ୟାନର ପୋଷ୍ଟର ଘେରରେ କେନ୍ଦୁଝର ସହର, ପ୍ରଶାସନ ନୀରବଦ୍ରଷ୍ଟା

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପ୍ରସଙ୍ଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ତେବେ ବୋଲଗଡ ତହସିଲଦାର ନିବେଦିତା ପରିଡା ଏକ ପାଖିଆ ଭାବେ ସେହିଦିନ ସାହି ଲୋକଙ୍କ ସହିତ ଆଲୋଚନା ନକରି ରାତିଅଧିଆ ତାରବାଡ଼ ହଟାଇଥିଲେ । ତହସିଲଦାରଙ୍କ ଏପରି ମନମୁଖୀ କାର୍ଯ୍ୟ ବିରୋଧରେ ବୁଧବାର ଦିନ ତହସିଲ କାର୍ଯ୍ୟ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ରଖି ଗ୍ରାମର ସୁରେନ୍ଦ୍ର ଦଳାଇଙ୍କ ସହ ଗ୍ରାମବାସୀ ଆମରଣ ଅନଶନରେ ବସିଥିଲେ । ଆମରଣ ଅନଶନରେ ବସିଥିବା ଗ୍ରାମବାସୀଙ୍କ ଦାବି ଶୁଣି ଗୁରୁବାର ସକାଳୁ ପ୍ରସାଶନ ଜବରଦଖଲ ଉଚ୍ଛେଦ କରିଛନ୍ତି ।

ଆନ୍ଦୋଳନକାରୀ ବସନ୍ତ ସାହୁ କହିଛନ୍ତି, "ସରାକାରୀ ସ୍ଥାନରେ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ଜୋରଜବରଦସ୍ତି ଜବରଦଖଲ କରି ରହିଥିବାରୁ ଆମେ ବୁଧବାରଠାରୁ ଏଠାରେ ଅମରଣ ଅନସନରେ ବସିଥିଲୁ । ତହସିଲଦାର ଏବଂ ଥାନା ଅଧିକାରୀ ବୁଝାସୁଝା କରିଥିଲେ ମଧ୍ୟ ଆମେ ଉଠିନଥିଲୁ । ହେଲେ ଗୁରୁବାର ସ୍ଥାନୀୟ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଥିଲେ । ଯାହାଫଳରେ ଆମେ ଆଜି ଆନ୍ଦୋଳନରୁ ଓହରିଛୁ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.