ଖୋର୍ଦ୍ଧା: ବେଆଇନ ଖଣି ଖନନ କରି କୋଟି କୋଟି ଟଙ୍କା ରାଜସ୍ବ ଲୁଟୁଛନ୍ତି ଖଣି ମାଫିଆ । ପ୍ରଶାସନ ୧୪୪ ଧାରାକୁ ବେଖାତିର କରି ଖଣିମାଫିଆ ମାନେ ବେଆଇନ ବ୍ଳାଷ୍ଟିଙ୍ଗ କରିଛନ୍ତି । ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବ୍ଳାଷ୍ଟିଙ୍ଗ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରର କାନ୍ଥ ସହ ଘର ଫାଟି ଯାଉଥିବା ଅଭିଯୋଗ ହେଉଛି । ଯାହାକୁ ବିରୋଧ କରିଛନ୍ତି ଖୋର୍ଦ୍ଧାର ଗୋପାଳିପଡା ଗାଁର ଶତାଧିକ ଗ୍ରାମବାସୀ ।
ପଥର କୁଆଁରୀ ଠାରେ ଧାରଣ ଦେଇ ଖଣିବନ୍ଦ ପାଇଁ ଦାବି କରିଥିଲେ । ଏହାସହ ଖଣି ଗୁଡିକରେ ବ୍ଳାଷ୍ଟିଂ ପାଇଁ ଖଞ୍ଜା ଯାଇଥିବା ଡିନାମାଇଟ ଗୁଡିକୁ ନଷ୍ଟ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ