ETV Bharat / state

ଖଣି ବ୍ଲାଷ୍ଟିଂକୁ ଗ୍ରାମବାସୀଙ୍କ ବିରୋଧ, ପ୍ରଶାସନର ବୁଝାସୁଝା ପରେ ହଟିଲା ରାସ୍ତା ଅବରୋଧ

author img

By

Published : Jun 9, 2021, 8:49 PM IST

ଖଣିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ବିରୋଧ ସହ ରାସ୍ତା ଅବରୋଧ କଲେ ସ୍ଥାନୀୟ ଗ୍ରାମବାସୀ । ବୁଝାସୁଝା କଲା ପ୍ରଶାସନ । ଅଧିକ ପଢନ୍ତୁ...

ଖଣି ବ୍ଲାଷ୍ଟିଂକୁ ଗ୍ରାମବାସୀଙ୍କ ବିରୋଧ, ପ୍ରଶାସନର ବୁଝାସୁଝା ପରେ ହଟିଲା ରାସ୍ତା ଅବରୋଧ
ଖଣି ବ୍ଲାଷ୍ଟିଂକୁ ଗ୍ରାମବାସୀଙ୍କ ବିରୋଧ, ପ୍ରଶାସନର ବୁଝାସୁଝା ପରେ ହଟିଲା ରାସ୍ତା ଅବରୋଧ

ଖୋର୍ଦ୍ଧା : ଖଣିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ଗ୍ରାମଵାସୀଙ୍କ ବିରୋଧ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବ୍ରୁଷବନ୍ଧ ପାହାଡରେ ବ୍ଲାଷ୍ଟି ଯୋଗୁଁ ଧନ ଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଗ୍ରାମବାସୀ । ତେବେ ସ୍ଥାନୀୟ ପ୍ରଶାସନର ବୁଝାସୁଝା ପରେ ସେମାନେ ରାସ୍ତାରୋକରୁ ହଟିଥିବା ଜଣାପଡିଛି ।

ସୂଚନା ଅନୁଯାଇ ଟାଙ୍ଗୀ ତହସିଲ ଆଡିଆପଡା ମୌଜାରେ ରହିଛି ବ୍ରୁଷବନ୍ଧ ପାହାଡ । ଏହି ପାହାଡରୁ କଳା ମୁଗୁନି ପଥର ଉତ୍ତୋଳନ କରିବା ପାଇଁ ପ୍ରଶାସନ ଲିଜ ଦେଇଛି । ମାତ୍ର ଲିଜଧାରୀ ଲାଭ ଆଶାରେ ସମସ୍ତ ସରକାରୀ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ କରିବା ଯୋଗୁଁ ଖଣିରୁ ପଥର ପଡି ଗ୍ରାମବାସୀଙ୍କ ଘର ଦ୍ୱାର ବିଲ ଵାଡି ନଷ୍ଟ ହେଉଛି । ଏହା ସହ ଗାଈ, ଗୋରୁମାନେ ଅକାଳରେ ଜୀବନ ହରାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଲୋକେ ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଆଡିଆପଡା ଗ୍ରାମ ରାସ୍ତାକୁ ଅବରୋଧ କରି ବସିଥିଲେ ।

ଖଵର ପାଇ ବାଲୁଗାଁ ଏସଡିପିଓ ଓ ଟାଙ୍ଗୀ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ଶୀଘ୍ର ଘଟଣାର ସମାଧାନ କରିବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ହଟିଥିଲେ ଗ୍ରାମବାସୀ । ଏହା ସହ ଏସଡିପିଓ ଓ ତହସିଲଦାର ଆଡିଆପଡା ଗ୍ରାମବାସୀଙ୍କ ଘର ଘର ବୁଲି କ୍ଷୟକ୍ଷତି ଅନୁଧ୍ୟ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେଵେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.