ETV Bharat / state

ବେଆଇନ ବ୍ଲାଷ୍ଟିଂ ପାଇଁ ହନ୍ତସନ୍ତ ଲୋକେ, ପ୍ରଶାସନର ନାହିଁ ନଜର - ଖୋର୍ଦ୍ଧା ଖବର

ହନୁମନ୍ତିଆ ପାହାଡ଼ରୁ ବେଆଇନ ବ୍ଲାଷ୍ଟିଂ ଦ୍ୱାରା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଏଥି ପ୍ରତି ପ୍ରଶାସନର ନଜର ନଥିବା ଅଭିଯୋଗ ହୋଇଛି ।

villagers protest against illegal stone blasting in khordha
ବେଆଇନ ବ୍ଲାଷ୍ଟିଂ ପାଇଁ ହନ୍ତସନ୍ତ ଲୋକେ, ପଦକ୍ଷେପ ନେଉନି ପ୍ରଶାସନ
author img

By

Published : Jul 9, 2021, 9:00 AM IST

ଖୋର୍ଦ୍ଧା: ବେଆଇନ ବ୍ଲାଷ୍ଟିଂ ପାଇଁ ହନ୍ତସନ୍ତ ଲୋକେ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଖୋର୍ଦ୍ଧା ଉପଖଣ୍ଡ ମଳିପଡ଼ା ଗାଁ ନିକଟରେ ଥିବା ହନୁମନ୍ତିଆ ପାହାଡ଼ରୁ ବେଆଇନ ଭାବେ ପଥର ଉତ୍ତୋଳନ ହେଉଥିବା ଅଭିଯୋଗ ହୋଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ପ୍ରାୟ ସାଢେ ୧୦ ଏକର ସୈରାତକୁ ନିଲାମ ପ୍ରଦାନ କରାଯାଇଛି । ମାତ୍ର ନିଲାମଧାରୀ ନିର୍ଦ୍ଧାରିତ ସୀମା ବାହାରୁ ପଥର ଉତ୍ତୋଳନ କରିବା ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ଲୋକଙ୍କ ଉପରେ ପଡ଼ୁଛି ।

ବେଆଇନ ବ୍ଲାଷ୍ଟିଂ ପାଇଁ ହନ୍ତସନ୍ତ ଲୋକେ, ପଦକ୍ଷେପ ନେଉନି ପ୍ରଶାସନ

ସେହିପରି ଜଳ ଉତ୍ସଗୁଡ଼ିକ ପ୍ରଦୂଷିତ ହେବା ଦ୍ଵାରା ଗୋରୁ ପାଣି ପିଇବା ନେଇ ସମସ୍ୟା ସୃଷ୍ଟି ହୋଇଛି । ପଥର ଉତ୍ତୋଳନ ପାଇଁ ବ୍ଲାଷ୍ଟିଂ କରିବା ଦ୍ବାରା ନିକଟରେ ଥିବା ଘରଗୁଡ଼ିକ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ମଳିପଡ଼ାର ଜଣେ ସ୍ଥାନୀୟ ଲୋକ ଶୈଲେସ କୋଦାମସିଂଙ୍କ ଅଭିଯୋଗ ହେଉଛି । ତାଙ୍କ ଖାତା ନମ୍ବର ୫୦୭ରେ ପ୍ଳଟ ୧୦ର ପ୍ରାୟ ଅଧା ଏକର ଜମିରେ ନିଲାମଧାରୀ ପଥର ଉତ୍ତୋଳନ କରି ନେଇଛନ୍ତି ।

ସେହିପରି ଗୋଟିଏ ପ୍ଲଟକୁ ନିଲାମ ମନ୍ଦିର ପ୍ରଶାସନ ନେଇଥିବା ବେଳେ ନିଲାମଧାରୀ ୩ ଗୋଟି ସୈରାତରୁ ପଥର ଉତ୍ତୋଳନ କରୁଛନ୍ତି । ବ୍ଲାଷ୍ଟିଂ ଦ୍ବାରା ହେଉଥିବା କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ନିଲାମଧାରୀଙ୍କ ସମ୍ପର୍କୀୟ ସରଞ୍ଜିତ କହଳସିଂହଙ୍କ କହିବା କଥା ମନ୍ଦିର ପ୍ରଶାସନ ନିର୍ଦ୍ଧାରିତ ସୈରାତରୁ ନିୟମ ମୁତାବକ ପଥର ଖନନ କରାଯାଉଛି । ଏହା ସତ୍ତ୍ବେ ଯଦି ସ୍ଥାନୀୟ ଲୋକଙ୍କ କିଛି ଅଭିଯୋଗ ରହିଛି । ତେବେ ସେମାନେ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରନ୍ତୁ । ମନ୍ଦିର ପ୍ରଶାସନ ମାପଚୁପ କରିବା ପରେ ସବୁ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.