ETV Bharat / state

ଗୋରୁ ଚୋରି ସନ୍ଦେହରେ ୬ ଯୁବକଙ୍କୁ ପୋଲିସ ଜିମା ଦେଲେ ଗାଁ ଲୋକେ

author img

By

Published : Jan 13, 2022, 1:51 PM IST

Updated : Jan 13, 2022, 5:17 PM IST

କିଛିଦିନ ହେବ ଖୋର୍ଦ୍ଧା ଉପକଣ୍ଠ ଦେଉଳଟାଙ୍ଗୀ ଗାଁରୁ କ୍ରମାଗତ ଗାଈଗୋରୁ ଚୋରି ହେଉଥିଲା । ଗତକାଲି ୬ ଯୁବକଙ୍କୁ ବାନ୍ଧି ପୋଲିସ ଜିମା ଦେଲେ ଗାଁ ଲୋକ । ଅଧିକ ପଢନ୍ତୁ

ଗୋରୁ ଚୋରି ସନ୍ଦେହରେ ୬ ଯୁବକଙ୍କୁ ପୋଲିସ ଜିମା ଦେଲେ ଗାଁ ଲୋକେ
ଗୋରୁ ଚୋରି ସନ୍ଦେହରେ ୬ ଯୁବକଙ୍କୁ ବାନ୍ଧିଲା ପୁଲିସ

ଖୋର୍ଦ୍ଧା: କିଛିଦିନ ହେବ କ୍ରମାଗତଭାବେ ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ଦେଉଳଟାଙ୍ଗୀ ଗାଁରୁ କ୍ରମାଗତ ଗାଈଗୋରୁ ଚୋରି ଅଭିଯୋଗ ହୋଇ ଆସୁଥିଲା । ଯାହାକି ଗ୍ରାମବାସୀଙ୍କ ନିଦ ହଜାଇ ଦେଇଥିଲା କିନ୍ତୁ ଅପରାଧିକୁ ଧରିବାରେ ଉଭୟ ପୋଲିସ ଓ ଗ୍ରାମବାସୀ ବିଫଳ ହୋଇଥିଲେ । ଗତକାଲି ଗାଈଚୋରି କରି ନେଉଥିବା ଗୋଷ୍ଠୀର ୬ଜଣକୁ କାବୁ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ କହିବାନୁସାରେ ଗାଁର କେତେକ ଯୁବକ ବିଲକୁ ଗଲାବେଳେ ୬ଜଣ ଯୁବକ କେତେକ ବାଛୁରୀକୁ ବାନ୍ଧି ଟାଣି ଟାଣି ନେଉଥିବା ଦେଖିଥିଲେ । ପାଖକୁ ଯାଇ ଦେଖିବା ବେଳେ ତାଙ୍କର ନିଜ ବାଛୁରୀ ସହ ଗାଁର ଅନ୍ୟ ଲୋକଙ୍କ ୩ଟି ବାଛୁରୀ ରହିଥିଲା ।

ଗୋରୁ ଚୋରି ସନ୍ଦେହରେ ୬ ଯୁବକଙ୍କୁ ପୋଲିସ ଜିମା ଦେଲେ ଗାଁ ଲୋକେ

ଏନେଇ ସେମାନେ ବାଛୁରୀ ନେଉଥିବା ଯୁବକଙ୍କୁ ଅଟକାଇଥିଲେ । ପରେ ସେମାନଙ୍କୁ ଅଧିକା ପଚରାଉଚୁରା କରିବାରୁ ସେମାନେ ସଂଘବଦ୍ଧ ହୋଇ ଅଭିଯୋଗକାରୀଙ୍କୁ ଆକ୍ରମଣ କରିଥିଲେ । ଗାଁର ଯୁବକଙ୍କ ମଧ୍ୟରୁ ଜଣେ ଫୋନରେ ଏନେଇ ଗ୍ରାମବାସୀଙ୍କୁ ଖବର ଦେବା ପରେ ଗାଁ ଲୋକ ସେଠାରେ ପହଂଚି ଗାଈ ଚୋରି କରିନେଉଥିବା ଯୁବକଙ୍କୁ ଘେରି ସେମାନଙ୍କୁ ବାନ୍ଧି ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ । ଖୋର୍ଦ୍ଧା ସଦର ଥାନା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ୬ଜଣଙ୍କୁ ଅଟକ ରଖିଛି । ତେବେ ସେମାନଙ୍କ ନିକଟରୁ କୌଣସି ଗୋରୁ ଗାଡ଼ି ମିଳିନାହିଁ । କେଉଁ ପରିସ୍ଥିତିରେ କେଉଁ ସ୍ଥାନକୁ ଗୋଚାଲାଣ ହେଉଥିଲା ସେନେଇ ଅଧିକ ପଚରାଉଚରା କରୁଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jan 13, 2022, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.