ETV Bharat / state

ଉତ୍କଟ ପାଣି ସମସ୍ୟା, ଗରା-ବାଲ୍‌ଟି ଧରି ରାସ୍ତା ଅବରୋଧ - ପାଣି ସମସ୍ୟା

ପାଣି ନ ପାଇ 50 ପରିବାର ଡହଳବିକଳ । ପାଣି ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଗରା-ବାଲ୍‌ଟି ଧରି ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ..

ଉତ୍କଟ ପାଣି ସମସ୍ୟା  ,ଗରା-ବାଲ୍‌ଟି ଧରି ରାସ୍ତା ଅବରୋଧ

author img

By

Published : Apr 5, 2021, 6:54 PM IST

ଖୋର୍ଦ୍ଧା: ବଢୁଛି ଖରା, ପାରଦ ଉପରମୁହାଁ । ଗ୍ରୀଷ୍ମପ୍ରବାହ ଭିତରେ ଗ୍ରାମାଞ୍ଚଳରେ ଉତ୍କଟ ହେଉଛି ପାନୀୟଜଳ ସମସ୍ୟା । ଏନେଇ ସୋମବାର ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଟିକାତଳ ଗୌଡସାହି ବାସିନ୍ଦା ଗରା, ବାଲ୍‌ଟି ଧରି କଲେ ରାସ୍ତା ଅବରୋଧ । ଖୋର୍ଦ୍ଧା ବଲାଙ୍ଗିର 57ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଯାତାୟାତରେ ବାଧା ଉପୁଜିଥିଲା ।

ଉତ୍କଟ ପାଣି ସମସ୍ୟା ,ଗରା-ବାଲ୍‌ଟି ଧରି ରାସ୍ତା ଅବରୋଧ

ଗୌଡସାହିରେ ପାନୀୟଜଳ ସମସ୍ୟା ଦୀର୍ଘ ଦିନ ହେବ ରହିଆସିଛି । କିନ୍ତୁ କିଛିଦିନ ହେବ ଉକ୍ତ ସାହିରେ ଥିବା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ସାହିରେ ରହୁଥିବା ୫୦ରୁ ଅଧିକ ପରିବାର ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିରେ ଉତ୍ତେଜିତ ହୋଇ ଆଜି ସାହିର ସମସ୍ତ ମହିଳା, ପୁରୁଷ ଏକତ୍ରିତ ହୋଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବର ଗାଡି ପାର ନ ହୋଇପାରି ଅଟକ ରହିଥିଲା । ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ପାଣି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.