ETV Bharat / state

ରାସ୍ତାରୁ ମାଛ ଧରିଲେ ଗ୍ରାମବାସୀ - fish

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମର ମାଳିସାହି ରାସ୍ତାରେ ଜମା ହୋଇଥିବା ପାଣିରୁ ମାଛ ଧରିଲେ ଗ୍ରାମବାସୀ । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷର ସବୁ ସମୟରେ ଏହି ରାସ୍ତାରେ ପାଣି ଜମା ହୋଇଥାଏ । ଏନେଇ ସାଧାରଣ ଲୋକେ ବିଭିନ୍ନ ଅସୁବିଧା ସମ୍ମୁଖୀନ ହୁଅନ୍ତି । ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ସତ୍ତ୍ବେ ଏଭଳି ଖାଲ ଢିପ ରାସ୍ତା ଉପରେ ସରକାରଙ୍କ ଦୃଷ୍ଟି ପଡୁନି । ଫଳରେ ରାସ୍ତାରୁ ମାଛମରା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 3, 2019, 12:46 AM IST

Updated : Jul 3, 2019, 12:54 AM IST

ଖୋର୍ଦ୍ଧା: ମାଆକୁ ସମ୍ମାନ ଗାଁକୁ ବିକାଶ ସରକାରଙ୍କ ସ୍ଲୋଗାନ ଯାହା ଏବେ ଭୁଲ ପ୍ରମାଣିତ କରିଛନ୍ତି ଗ୍ରାମବାସୀ । ଗାଁ ବିକାଶର ସ୍ଲୋଗାନ ଏବେ ସ୍ଲୋଗାନରେ ହିଁ ରହିଯିବା ପରି ଦେଖିବାକୁ ମିଳିଛି । ଯାହା ଆଜି ଆମେ ଦେଖାଉଛୁ ତାହା କେଉଁ ପୋଖରୀ କିମ୍ବା ଗାଡିଆର ମାଛମରା ଦୃଶ୍ୟ ନୁହଁ ବରଂ ଗାଁ ମୁଖ୍ୟ ରାସ୍ତାରୁ ମାଛମରା ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମର ମାଳିସାହି ରାସ୍ତାରେ ଜମା ହୋଇଥିବା ପାଣିରୁ ମାଛମରା ଦୃଶ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ରାସ୍ତାରେ ଜମା ହୋଇଥିବା ପାଣିରୁ ଶତାଧିକ ଗ୍ରାମବାସୀ ଆଜି (ମଙ୍ଗଳବାର) ଜାଲ ସାହାଯ୍ୟରେ ମାଛ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷର ସବୁ ସମୟରେ ଏହି ରାସ୍ତାରେ ପାଣି ଜମା ହୋଇଥାଏ । ଯାହାଫଳରେ ରାସ୍ତାପାଖ ଘର ଲୋକଙ୍କ ସହ ସାଧାରଣ ଲୋକେ ବିଭିନ୍ନ ଅସୁବିଧା ନେଇ ପଞ୍ଚାୟତରୁ ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ । ଏହା ସତ୍ତ୍ବେଏହି ରାସ୍ତା ପ୍ରତି କାହାର ଦୃଷ୍ଟି ଆକର୍ଷଣ ହୋଇପାରୁନଥିଲା ।

ଫଳରେ ମାଳିସାହି ମୁଣ୍ଡ ଓ ଗୌଡ ସାହି ମୁଣ୍ଡରେ ପୋଖରୀ ପରି ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି । ଆଉ ଏଠାରେ ଆଜି କିଛି ଯୁବକମାନେ ଉକ୍ତ ଜମା ପାଣିରୁ ମାଛ ମରିଥିଲେ । ଏହି ଦୃଶ୍ୟ ଯେତିକି କୌତୁହଳର ବିଷୟ ପାଲିଟିଛି ସେତିକି ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ଗାଁ ବିକାଶର ବ୍ୟାସ୍ତବ ଚିତ୍ର ପ୍ରକାଶ ହୋଇଛି ।

ମାଛ ମରା ପଞ୍ଚାୟତ ଅଧିକାରୀଙ୍କ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗକୁ ବର୍ଷା ଋତୁ ଏହି ରାସ୍ତା ପ୍ରତି ଦୃଷ୍ଟି ସାଧାରଣରେ ଦାବି ହେଉଛି ନଚେତ ଜମା ପାଣି ଯୋଗୁଁ ବିଭିନ୍ନ ରୋଗକୁ ଏଡାଇ ନଯାଇ ପାରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

Intro:ସରକାରଙ୍କ ଗାଁ ବିକାଶର ପ୍ରକୃତ ରୂପ : ରାସ୍ତାରେ ଜମା ପାଣିରୁ ମାଛ ଧରିଲେ ଗ୍ରାମବାସୀ

ଖୋର୍ଦ୍ଧା : ସରକାର କହୁଛନ୍ତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେଉଛି । ମାକୁ ସମ୍ମାନ ଗାଁକୁ ବିକାଶ ସରକାରଙ୍କ ସ୍ଲୋଗାନ ଯାହା ଏବେ ଭୂଲ ପ୍ରମାଣିତ କରିଛନ୍ତି ଗ୍ରାମବାସୀ । ଗାଁ ବିକାଶର ସ୍ଲୋଗାନ ସ୍ଲୋଗାନ ରହିଯିବା ପରି ଦେଖାଯାଇଛି । ଯାହା ଆଜି ଆମେ ଦେଖାଉଛୁ ତାହା କେଉଁ ପୋଖରୀ କିମ୍ବା ଗାଡିଆର ମାଛମରା ଦୃଶ୍ୟ ନୁହଁ ବରଂ ଗାଁ ମୁଖ୍ୟ ରାସ୍ତାରୁ ମାଛମରା ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗ୍ରାମର ମାଳିସାହି ରାସ୍ତାର ଦୃଶ୍ୟ । Body:
ଶତାଧିକ ଗ୍ରାମବାସୀ ଆଜି ଜାଲ ସାହାଯ୍ୟରେ ମାଛ ମାରୁଥିବା ଦୃଶ୍ୟ । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷର ସବୁ ସମୟରେ ଏହି ରାସ୍ତାରେ ପାଣି ଜମା ହୋଇଥାଏ ଯାହା ଫଳରେ ରାସ୍ତାପାଖ ଘର ଲୋକ ସହ ସାଧାରଣ ଲୋକଙ୍କ ବିଭିନ୍ନ ଅସୁବିଧା ନେଇ ପଞ୍ଚାୟତରୁ ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କିଛି ଏହି ରାସ୍ତା ପ୍ରତି କାହାର ଦୃଷ୍ଟି ଆକର୍ଷଣ ହୋଇପାରୁନାହିଁ ଫଳରେ ମାଳିସାହି ମୁଣ୍ଡ ଓ ଗୌଡ ସାହି ମୁଣ୍ଡ ରେ ପୋଖରୀ ପରି ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି ।ଯାହା ଫଳରେ ଆଜି କିଛି ଯୁବକ ମାନେ ଉକ୍ତ ଜମା ପାଣିରୁ ମାଛ ମରା ଦୃଶ୍ୟ ଯେତିକି କୌତୁହଳର ବିଷୟ ପାଲିଟିଛି ସେତିକି ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ଗାଁ ବିକାଶର ବ୍ୟାସ୍ତବ ଚିତ୍ର ପ୍ରକାଶ ହୋଇଛି । Conclusion:ମାଛ ମରା ପଞ୍ଚାୟତ ଅଧିକାରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଆଗକୁ ବର୍ଷାଋତୁ ଏହି ରାସ୍ତା ପ୍ରତି ଦୃଷ୍ଟି ସାଧାରଣରେ ଦାବି ହେଉଛି ନଚେତ ଜମା ପାଣି ଯୋଗୁ ବିଭିନ୍ନ ରୋଗକୁ ଏଡାଇ ନଯାଇ ପାରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
Last Updated : Jul 3, 2019, 12:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.