ଖୋର୍ଦ୍ଧା: ରାଜ୍ୟର ଘରୋଇ ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ସ୍ଥାନୀୟ ଲୋକ । ଖୋର୍ଦ୍ଧା ବେଗୁନିଆ ବ୍ଲକ ସାରୁଅ ଅଞ୍ଚଳରେ ଏହି ସଂସ୍ଥାର କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଶାଗ ମାଛ ଦରରେ କିଛି ଜମି କିଣିଥିବା ଅଭିଯୋଗ ହୋଇଛି । ଯାହାକୁ କି ଏବେ ଅବରୋଧ କରି ଲୋକଙ୍କୁ ସେମାନଙ୍କ ଚାଷ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ କରି ଦିଆଯାଇଛି ବୋଲି ଅଭିଯୋଗ ଆସିଛି ।
ଗଣମାଧ୍ୟମ ସଂସ୍ଥାର ଏହି ଗୁଣ୍ଡାଗିରି ମାନମାନୀ ବିରୁଦ୍ଧରେ ସାରୁଅ, ଜୟମଙ୍ଗଲ, ଗୌଡ଼ପୁଟ, ଅଞ୍ଚଳର ଲୋକେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । କେବଳ ସେତିକି ନୁହେଁ ସେମାନେ ନିଜ ଜମିକୁ ଯିବା ପାଇଁ ଚାହିଁଥିବାବେଳେ ସଂମ୍ପୃକ୍ତ ସଂସ୍ଥାର ଗୁଣ୍ଡା ଆସି ଧମକ ଚମକ ଦେଉଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି ।
ନିରୀହ ଗ୍ରାମବାସୀଙ୍କୁ ଗଣାମାଧ୍ୟମର ଏଭଳି ଅତ୍ୟାଚାର ବିରୁଦ୍ଧରେ ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ର ହୋଇ ସ୍ବର ଉଠାଇଛନ୍ତି । ସେହିପରି ଘଟଣାର ତୁରନ୍ତ ସମାଧାନ କରାନଗଲେ ଆତ୍ମାହୁତି ଦେବାକୁ ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ