ଖୋର୍ଦ୍ଧା: ଶ୍ମଶାନ ପ୍ରେମରେ ଗ୍ରାମର ଯୁବପୀଢ଼ି । ନିଜସ୍ବ ଉଦ୍ୟମରେ ସଫେଇ କଲେ ଗାଁ ଶ୍ମଶାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ବେଗୁନିଆ ବ୍ଳକ ବଡବେରଣା ଗ୍ରାମରେ । ଆଜି(ରବିବାର) ଶ୍ମଶାନ ଭିତରେ କୋଡି କୋଦାଳ ଧରି ଅଳିଆ ଆବର୍ଜନା ସଫା କରିବା ସହ ଘାସ ସଫା କରିଛନ୍ତି ।
ମଶାଣୀକୁ ଯିବା ପାଇଁ ଅନେକ ଭୟ କରୁଥିଲେ ମଧ୍ୟ ଖୋର୍ଦ୍ଧା ବେଗୁନିଆ ବ୍ଳକ ବଡବେରଣା ଗ୍ରାମର ଏହି ଯୁବପୀଢ଼ିଙ୍କ ପ୍ରୟାସ ସଂପୂର୍ଣ୍ଣ ଭିନ୍ନ । ନିଜସ୍ବ ଉଦ୍ୟମରେ ଗ୍ରାମରେ ଥିବା ଶ୍ମଶାନକୁ ପୁରୀ ସ୍ବର୍ଗଦ୍ବାର ଭଳି ପରିଷ୍କାର ପରିଚ୍ଛନ ପରିବେଶ ସୃଷ୍ଟି କରିବାକୁ ଗାଁର ଯୁବପୀଢି ସଂକଳ୍ପ ନେଇଛନ୍ତି ।
ସେଥିପାଇଁ ନିଜସ୍ବ ଉଦ୍ୟମରେ ଗାଁ ଶ୍ମଶାନକୁ ସଫେଇ କରିବାକୁ ଆଗେଇ ଆସିଛନ୍ତି ଯୁବପୀଢି । ଏହାସହ ଶବ ସତ୍କାର କରିବାକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ