ଖୋର୍ଦ୍ଧା: କୋରୋନାକୁ ହରାଇବାକୁ ହେଲେ ଆବଶ୍ୟକ ସଚେତନତା । ଏଥିପାଇଁ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି ବୋଲଗଡ ବ୍ଳକ ଗେଡିଆପଲ୍ଲୀ ପଞ୍ଚାୟତ ସାଲତରା ଗ୍ରାମର ପଲ୍ଲୀକବି କୈଳାସ ଚନ୍ଦ୍ର ତ୍ରିପାଠୀ ।
କୈଳାସ ନିଜେ ଗୀତ ରଚନା କରି ଏହାକୁ ଗାଇ ଅଭିନବ ଉପାୟରେ ଲୋକଙ୍କୁ କୋରୋନାର ଭୟାବହତା ସମ୍ପର୍କରେ ସଚେତନ କରିଛନ୍ତି । ଏହା ସହିତ ସାଧାରଣ ଲୋକ କିପରି ପୋଲିସ ଓ ପ୍ରଶାସନର ନିୟମ ପାଳନ କରି ଲକଡାଉନ ସମୟରେ ଘରୁ ନବାହାରିବେ, ଆବଶ୍ୟକ ସ୍ଥଳେ ଘରୁ ବାହାରିବା ବେଳେ ମାସ୍କ ଓ ଗ୍ଲୋବସ୍ ବ୍ୟବହାର କରିବା, ସାମାଜିକ ଦୁରତ୍ବ ବଜାୟ ରଖିବା, ବାରମ୍ବାର ହାତ ଧୋଇବା, ବିପଦ ବେଳେ ଅନ୍ୟକୁ ସାହାର୍ଯ୍ୟ କରିବା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସଚେତନତା ବାର୍ତ୍ତା ଏହି ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି କୈଳାସ । ତାଙ୍କର ଏହି ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ