ETV Bharat / state

ଦୁର୍ନୀତି ନିବାରଣରେ 3ସିର ଭୂମିକା ଉଲ୍ଲେଖନୀୟ: ପ୍ରଧାନ ମହାଲେଖାକାର - ପ୍ରଧାନ ମହାଲେଖାକାର

ଦୁର୍ନୀତି ନିବାରଣରେ 3ସିର ଭୂମିକା ଉଲ୍ଲେଖନୀୟ । ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ' ଆଜି ଜୟଦେବ ଭବନରେ ଉଦଯାପିତ ହୋଇଛି । ଅଧିକ ପଢନ୍ତୁ

ଦୁର୍ନୀତି ନିବାରଣରେ 3ସିର ଭୂମିକା ଉଲ୍ଲେଖନୀୟ: ପ୍ରଧାନ ମହାଲେଖାକାର

author img

By

Published : Nov 4, 2022, 11:01 PM IST

ଭୁବନେଶ୍ବର: ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ' ଆଜି ଜୟଦେବ ଭବନରେ ଉଦଯାପିତ ହୋଇଛି । ସମାପନ ସମାରୋହରେ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଏବଂ ପ୍ରଧାନ ମହାଲେଖାକାର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଦୁର୍ନୀତି ନିବାରଣରେ 3ସିର ଭୂମିକା ଉଲ୍ଲେଖନୀୟ: ପ୍ରଧାନ ମହାଲେଖାକାର

ପ୍ରଧାନ ମହାଲେଖାକାର ଭାରତରେ ଦୁର୍ନୀତିର ଲୋପ ପାଇଁ 3ସିର କାର୍ଯ୍ୟଧାରା ଓ ନିରପେକ୍ଷତା ଉପରେ ନିର୍ଭର କରେ ବୋଲି କହିଛନ୍ତି । ଗରିବ ଲୋକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅନୁଦାନର ସିଂହ ଭାଗକୁ ଦୁର୍ନୀତିଗ୍ରସ୍ତ ବ୍ୟବସାୟୀ, ବାବୁ ଓ ନେତାମାନେ ହରିଲୁଟ କରୁଛନ୍ତି । ୩ଟି କେନ୍ଦ୍ରୀୟ ସଂସ୍ଥା ଯଥା ସିଏଜି, ସିବିଆଇ ଓ ସିଆଇଡିର ମିଳିତ କାର୍ଯ୍ୟକ୍ରମ ଆଗାମୀ ଦିନରେ ଭାରତକୁ ଦୁର୍ନୀତିମୁକ୍ତ କରିବା ସହ ବିକାଶଶୀଳ ଦେଶରୁ ଏକ ବିକଶିତ ଦେଶ ଭାବେ ରୂପାନ୍ତରିତ କରିପାରିବେ ।

ଏହା ବି ପଢନ୍ତୁ- ନିଆରା ଢଙ୍ଗରେ ଆନ୍ଦୋଳନ କଲେ ଓଡ଼ିଶା ଡ୍ରାଇଭର ସଂଘ

ଭାରତୀୟ ଲେଖା ଓ ଲେଖା ପରୀକ୍ଷା ବିଭାଗ ଦେଶର ଏକମାତ୍ର ଅନୁଷ୍ଠାନ ଯାହାକୁ ଦୁର୍ନୀତି ସ୍ପର୍ଶ କରିନାହିଁ । ଆମେମାନେ ତାହାର ସଭ୍ୟ ଭାବେ କାର୍ଯ୍ୟ କରୁଥିବାରୁ ନିଜକୁ ଗର୍ବିତ ବୋଲି ପ୍ରଧାନ ମହାଲେଖାକାର ରାଜକୁମାର କହିଛନ୍ତି । ପ୍ରାରମ୍ଭରେ ବରିଷ୍ଠ ଲେଖାଧିକାରୀ କେ. ନାଗେଶ୍ବର ରାଓ ଅତିଥି ପରିଚୟ ଦେବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବି. କିରଣ ଧନ୍ୟବାଦ ପ୍ରଦାନ କରିଛନ୍ତି । ଶେଷରେ ନାଟ୍ୟ ନିର୍ଦ୍ଦେଶକ ସୂର୍ଯ୍ୟମଣୀ ରଣଙ୍କ ନିର୍ଦ୍ଦେଶନାରେ ଦୁର୍ନୀତି ନିବାରଣ ସଚେତନତା ଉପରେ ପର୍ଯ୍ୟବେଶିତ ନାଟକ ଅସଲି ଓ ନକଲି ଏ. ଜି କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.