ଖୋର୍ଦ୍ଧା: ଦୁଇ ଝିଅଙ୍କୁ କମେଣ୍ଟ ମାରିବାର ପ୍ରତିବାଦ କରିବାରୁ ଘରେ ପଶି ଆକ୍ରମଣ ସହ ହତ୍ୟା ଧମକ । ଭୟରେ ଦୁଇଦିନ ଧରି ଗ୍ରାମ ବାହାରେ ବୁଲୁଛନ୍ତି ଦୁଇଝିଅ ଏବଂ ଶିଶୁସହ ମହିଳା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ ବୋଲଗଡ ଥାନା ହରିପୁର ଶାସନ ଗ୍ରାମର ପ୍ରମିଳା ଜେନାଙ୍କ ଦୁଇଝିଅ ଗାଧୋଇ ବାକୁ ଯାଇଥିବା ଅସଦାଚରଣ । ସେହି ଗ୍ରାମର ରବିସାହୁ ଏବଂ ଖନାସାହୁ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ । ପ୍ରମିଳାଙ୍କ ଦୁଇଝିଅ ଘରେ କହିବା ପରେ ତାଙ୍କର ପୁଅ ଭଉଣୀକୁ କମେଣ୍ଟ ମାରିଥିବା ଖନା ଓ ରବିକୁ ପଚାରଥିଲେ । ତାପରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରବି ଓ ଖନା ବୋଲଗଡ ଥାନାରେ ଏକ ଏତଲା ଦେଇ ଗ୍ରାମକୁ ଆସି ପ୍ରମିଳାଙ୍କ ପୁଅକୁ ଖୋଜିବା ସହିତ ସପରିବାର ଉପରେ ଆକ୍ରମଣ କରିଥିଲେ । ପ୍ରମିଳାଙ୍କ ଘରେ ଥିବା ଆସବାବପତ୍ର ଭାଙ୍ଗିବା ସହିତ ପ୍ରମିଳା ଓ ଦୁଇଝିଅଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ପ୍ରମିଳା ଦୁଇଝିଅ ଏକ ଅଟୋ ସାହାଯ୍ୟରେ ବୋଲଗଡ ଥାନା ଯାଉଥିବା ବେଳେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ବୋଲଗଡ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବୋଲଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ